For Quick Alerts
Turn On Notification  
For Daily Alerts
Oneindia App Download

ତୈଳ ଦର ବୃଦ୍ଧିକୁ ନେଇ ତେଜିଲା ରାଜନୀତି, କେନ୍ଦ୍ରକୁ ଟାର୍ଗେଟ୍‌ କଲା ବିଜେଡ଼ି

ମହାମରୀ ସମୟରେ ଲଗାତାର ଭାବେ ତୈଳ ଦର ଲୋକଙ୍କ ଉପରେ ଲଦି ଦିଆଯାଉଛି। ତାହାକୁ ବିଜେଡି ନିନ୍ଦା କରୁଛି ବୋଲି କହିଛନ୍ତି ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା।

|

ଭୁବନେଶ୍ୱର: ହୁ ହୁ ହୋଇ ବଢି ଚାଲିଛି ପେଟ୍ରୋଲ ଦର । ଶହେ ପାର ହେଲାଣି । ଏହା ବମ୍ବେ କି ଦିଲ୍ଲୀ କଥା ନୁହେଁ ଓଡିଶାର ଚାରି ଜିଲ୍ଲାରେ ଶହେ ଟଙ୍କା ଉପରେ ରହିଛି ପେଟ୍ରୋଲ ଦର । ତେବେ ବର୍ଦ୍ଧିତ ତୈଳ ଦରକୁ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି ।

ମହାମରୀ ସମୟରେ ଲଗାତାର ଭାବେ ତୈଳ ଦର ଲୋକଙ୍କ ଉପରେ ଲଦି ଦିଆଯାଉଛି। ତାହାକୁ ବିଜେଡି ନିନ୍ଦା କରୁଛି ବୋଲି କହିଛନ୍ତି ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା। ଯେଉଁ ସରକାର ଆଛା ଦିନର ସ୍ଲୋଗାନ ଦେଉଥିଲେ ତାହାର ଓଲଟା ହେଉଛି ବୋଲି ସେ ଅଭିଯୋଗ ଆଣିଛନ୍ତି। ସବୁର୍ଗର ଲୋକ ଦରଦାମ ବୃଦ୍ଧିରେ ପ୍ରଭାବିତ ହେଉଛନ୍ତି। ଗତ ବଜେଟରେ ଅର୍ଥମନ୍ତ୍ରୀ କହିଥିଲେ କୃଷି ସେସ ଦ୍ୱାରା ଲୋକ ପ୍ରଭାବିତ ହେବେ ନାହିଁ କିନ୍ତୁ ଲଗାତାର ଭାବେ ୧୬ ଥର ତୈଳ ଦର ବୃଦ୍ଧି କରାଯାଇଛି।

sanjay dasbarma

ଯାହା ସିଧା ସଳଖ ଭାବେ ଲୋକଙ୍କ ଉପରେ ପ୍ରଭାବ ପକାଇଛି। ତେଣୁ କୃଷି ସେସ ବୃଦ୍ଧି ପ୍ରତ୍ୟାହାର କରାଯାଉ। କେନ୍ଦ୍ର ସରକାର ନେଉଥିବା ଟ୍ୟାକ୍ସ ହାର କମାଇବା ସହ ରିହାତି ହାର ବୃଦ୍ଧି କରନ୍ତୁ। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଯେଉଁ ହାରରେ ବୃଦ୍ଧି ପାଉନି ତା ତୁଳନାରେ ତୈଳ ଦର ଯଥେଷ୍ଟ ଅଧିକ ବୃଦ୍ଧି ପାଉଛି। ତୈଳ ଦର ବୃଦ୍ଧି ସାଧାରଣ ଲୋକଙ୍କୁ ବହୁତ ପ୍ରଭାବିତ କରୁଛି। ଅଗାମୀ ଦିନରେ ତୈଳ ଦର ବୃଦ୍ଧି ପ୍ରତିବାଦ ନେଇ ବିଜେଡି ଆହୁରି ଶକ୍ତ ଆଭିମୁଖ୍ୟ ଆପଣେଇବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଆଜି ମାଲକାନଗିରି ପରେ କୋରାପୁଟର ଜୟପୁରରେ ଶହେ ଟପିଛି ପେଟ୍ରୋଲ ଦର। ଜୟପୁରରେ ପେଟ୍ରୋଲ ଲିଟର ପିଛା ଦର ରହିଛି ଶହେ ଟଙ୍କା ୨୭ ପଇସା । ଗତ ଚାରି ଦିନ ଧରି କୋରାପୁଟ ଜିଲ୍ଲାରେ ୯୯ ଟଙ୍କା ୭୦ ପଇସାରୁ ବଢି ବଢି ଆଜି ଶହେ ଟଙ୍କାରେ ପହଁଚିଛି ପେଟ୍ରୋଲ ଦର । ସେହିପରି ଡିଜେଲ ଦର ଆଜି ୯୮ ଟଙ୍କା ୪ ପଇସା ରହିଛି।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
BJD target Center Over Rising Petrol Price
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X