ଫସଲ ବୀମା ପ୍ରସଙ୍ଗରେ କେନ୍ଦ୍ର ଉପରେ ବର୍ଷିଲା ବିଜେଡି
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ନେଇ କେନ୍ଦ୍ର ଉପରେ ବର୍ଷିଲା ବିଜେଡି। ଫସଲ ବୀମା ଯୋଜନାରେ କମ୍ପାନୀ ମାନେ ପ୍ରଚୁର ପରିମାଣରେ ଲାଭବାନ ହେଉଥିବା ବେଳେ, ଚାଷୀ ହଇରାଣ ହେଉଥିବା କହିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର।
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ନେଇ କେନ୍ଦ୍ର ଉପରେ ବର୍ଷିଲା ବିଜେଡି। ଫସଲ ବୀମା ଯୋଜନାରେ କମ୍ପାନୀ ମାନେ ପ୍ରଚୁର ପରିମାଣରେ ଲାଭବାନ ହେଉଥିବା ବେଳେ, ଚାଷୀ ହଇରାଣ ହେଉଥିବା କହିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଗୁଁ ଓଡ଼ିଶା ଚାଷୀ ହଇରାଣ ହେଉଥିବା କଥା କହିଛନ୍ତି ସସ୍ମିତ ପାତ୍ର।

ବରଗଡ଼, ସମ୍ବଲପୁର, ସୋନପୁର, ଦେବଗଡ଼, ବଲାଙ୍ଗୀର, ନୂଆପଡା, କଳାହାଣ୍ଡିର ଲକ୍ଷାଧିକ ଚାଷୀ ଫସଲବୀମା ଯୋଜନା ଦ୍ବାରା ପ୍ରଭାବିତ ହୋଇଛନ୍ତି । ୨୦୨୦ ସୁଦ୍ଧା ବୀମା କମ୍ପାନୀ ଗୁଡ଼ିକ ରାଜ୍ୟରୁ ୬ ହଜାର ୧୬୩ କୋଟି ଟଙ୍କା ଆଦାୟ କରିଥିବା ବେଳେ ଚାଷୀଙ୍କୁ ଦେଇଛନ୍ତି ୫ ହଜାର ୯୮ କୋଟି । ଫଳରେ ବୀମା ବୀମା କମ୍ପାନୀ ହଜାରେ କୋଟିରୁ ଅଧିକ ଟଙ୍କାର ଲାଭ କରିଥିବା କହିଛନ୍ତି ସସ୍ମିତ ପାତ୍ର।
୨୦୧୮ରୁ ଓଡ଼ିଶାର ଚାଷୀମାନେ ୨ହଜାର ୯୦କୋଟି ଟଙ୍କା ବୀମା ଦାବି କରିଥିଲେ ମଧ୍ୟ ଏହାର ୫୦ ପ୍ରତିଶତ ଲୋକଙ୍କୁ ବୀମା ଟଙ୍କା ଦିଆଯାଇଥିବା ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ଆନ୍ଧ୍ର, ବିହାର, ଗୁଜରାଟ, ଝାଡ଼ଖଣ୍ଡ, ତେଲେଙ୍ଗାନା, ବିହାର ଭଳି ୬ଟି ରାଜ୍ୟ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରୁ ଓହରି ଗଲେଣି । ଏବେ ସମୟ ଆସିଛି କେନ୍ଦ୍ର ସରକାର ଏସବୁ ଦିଗ ଉପରେ ଦୄଷ୍ଟି ଦେଇ ଚାଷୀଙ୍କ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଅନ୍ତୁ । ଚାଷୀଙ୍କ ହକ ପାଇଁ ଆମେ ଆମର ଲଢେ଼ଇ ଜାରି ରଖିବୁ କହିଛନ୍ତି ସସ୍ମିତ ପାତ୍ର ।












Click it and Unblock the Notifications