Get Updates
Get notified of breaking news, exclusive insights, and must-see stories!

ବିକାଶ କାମ ଦେଖି ମ୍ୟାଡାମ ସାଂସଦ ଭୟଭୀତ, ନିଜ ଅପାରଗତା ଓ ଅବହେଳା ଲୁଚାଇବାକୁ ଚେଷ୍ଟା କରୁଛନ୍ତି: ଶ୍ରୀମୟୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଟାର୍ଗେଟ କରିବା ପରେ ଏହାର ଜବାବ ରଖିଛନ୍ତି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର । ଶନିବାର ଅପରାହ୍ନରେ ପ୍ରେସମିଟ୍ କରି ଭୁବନେଶ୍ୱର ସାଂସଦଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି ବିଜେଡ଼ି ମୁଖପାତ୍ର ଶ୍ରୀମୟୀ ମିଶ୍ର ।

ସେ କହିଛନ୍ତି- ଦୀର୍ଘ ଦିନର ବ୍ଯବଧାନ ପରେ ଭୁବନେଶ୍ବର ସାଂସଦ କରିଛନ୍ତି ସାମ୍ବାଦିକ ସମ୍ମିଳନୀ । ବିନା ପ୍ରସଙ୍ଗରେ ପ୍ରେସମିଟ କରିଛନ୍ତି ସାଂସଦ । ଚାକିରି ଛାଡି ରାଜନୀତିରେ ଯୋଗଦେବା ପରେ ସେ ସାଜିଛନ୍ତି ପଲିଟିକାଲ ଲେଡି । ଲୋକଙ୍କ ବିକାଶ, ରାଜ୍ୟର ବିକାଶ କ୍ଷେତ୍ରରେ ସରକାରଙ୍କ ଉଦ୍ୟମକୁ ଦେଖି ସାଂସଦ ବିଚଳିତ ହୋଇ ଯାଇଛନ୍ତି । ନିଜର ଅପାରଗତା, ଅବହେଳାକୁ ଲୁଚାଇବା ଲାଗି ବିକାଶମୂଳକ କାର୍ଯ୍ୟକୁ ସାଂସଦ ବିରୋଧ କରୁଛନ୍ତି ।

BJD spokesperson Shreemayee Mishra

ଶ୍ରୀମୟୀ ଆହୁରି ମଧ୍ୟ କହିଛନ୍ତି ଯେ, ଯେବେଠୁ ସେ ଚାକିରି ଛାଡି ରାଜନୀତିରେ ସାମିଲ ହୋଇଛନ୍ତି, ସେବେଠୁ ସେ ଜଣେ ରାଜନୈତିକ ବ୍ୟକ୍ତିତ୍ୱ । ହେଲେ ଆଶ୍ଚର୍ଯ୍ୟର କଥା, ସେ ତାଙ୍କ ବ୍ୟୁରୋକ୍ରାଟିକ୍ ମାଇଣ୍ଡସେଟରୁ ବାହାରି ପାରି ନାହାଁନ୍ତି । ଲୋକଙ୍କ ବିକାଶ ପାଇଁ କାମ କରିବା ହେଉଛି ଜଣେ ରାଜନୈତିକ ଲୋକଙ୍କ ମେନ୍ ଏଜେଣ୍ଡା । ହସ୍ପିଟାଲରେ ପହଞ୍ଚି ଲୋକଙ୍କ ଦୁଃଖ ବୁଝିବା କେଉଁଠି ଭୁଲ ରହିଲା ? ପ୍ରକଳ୍ପକୁ ତୁରନ୍ତ ମଞ୍ଜୁରୀ ଦେଇ ନିଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପ ଶେଷ କରିବାରେ ଭୁଲ କେଉଁଠି ରହିଲା ବୋଲି ଶ୍ରୀମୟୀ ପ୍ରଶ୍ନ କରିଛନ୍ତି ।

ପୁରୀ ଓ ଲିଙ୍ଗରାଜ ପ୍ରକଳ୍ପକୁ ନେଇ ହାଇଭୋଲଟେଜ ଡ୍ରାମା କରିଥିଲେ ସାଂସଦ । ବହୁ ଲୋକ ଏହି ଦୁଇ ପ୍ରକଳ୍ପ ଲାଗି ଜମିଦାନ କରିଛନ୍ତି । ହେଲେ ସାଂସଦ ଏହାକୁ ବିରୋଧ କରି ନିଜର ବିକାଶ ବିରୋଧୀ ଆଭିମୁଖ୍ୟକୁ ପଦାରେ ପକାଇଛନ୍ତି ବୋଲି କହିଛନ୍ତି ଶ୍ରୀମୟୀ । ଏପରିକି ସାଂସଦ ପୁରୀକୁ ପଦଯାତ୍ରା କରି ପ୍ରକଳ୍ପକୁ ବିରୋଧ କରିଥିଲେ । ମଡେଲ ରେଲଓ୍ବେ ଷ୍ଟେସନ ନେଇ ବିଜେପି ବହୁ ବାହାସ୍ଫୋଟ ମାରିଥିଲା । ମାତ୍ର ଏହା କଳ୍ପନାରେ କିପରି ସୀମିତ ରହିଗଲା ବୋଲି ପ୍ରଶ୍ନ କରିଛି ବିଜେଡି ।

ତେବେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସାଂସଦ ଦେଇଥିବା ପ୍ରତିଶ୍ରୁତି କୁଆଡେ ଗଲା ବୋଲି ବିଜେଡି ନେତ୍ରୀ କହିବା ସହିତ ଅପରାଜିତାଙ୍କୁ ତେରେଛା ତୀର ମାରିଛନ୍ତି । କ୍ୟାପିଟାଲ ରିଙ୍ଗ୍ ରୋଡ୍, ମଡେଲ ରେଲୱେ ଷ୍ଟେସନ୍, କୋଷ୍ଟାଲ ହାଇୱେ ଭଳି ପ୍ରକଳ୍ପ କେବଳ କାଗଜ କଲମରେ ସୀମିତ ରହିଯାଇଛି ବୋଲି ଶ୍ରୀମୟୀ କହିବା ସହିତ ଅପରାଜିତାଙ୍କୁ ଟାର୍ଗେଟ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଆଜି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ପ୍ରେସମିଟ୍ କରିବା ସହିତ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ସେ କହିଥିଲେ, ରାଜ୍ୟରେ ଶାସନ ବ୍ୟବସ୍ଥା ହାଇଜାକ ହୋଇଯାଇଛି । ରୁଲ୍ ବୁକର ଉଲଂଘନ କରି ସଚିବ ଜନସଭା କରୁଛନ୍ତି । ଉନ୍ନୟନ ପ୍ରକଳ୍ପର ଘୋଷଣା କରୁଛନ୍ତି । ସଚିବ ପହଁଚିବା ପୂର୍ବରୁ ନିର୍ବାଚିତ ଜନପ୍ରତିନିଧି ତାଙ୍କ ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି । ତେବେ ଏ ସବୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କରୁଥିବା କହୁଛନ୍ତି ସଚିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+