5G ସେବା ନେଇ କେନ୍ଦ୍ରକୁ ବିଜେଡିର ତେରଛା ବାଣ, ଏବେ ବି ୬ ହଜାରରୁ ଅଧିକ ଗାଁରେ ନାହିଁ ଇଣ୍ଟରନେଟ୍ ସୁବିଧା
ଓଡିଶାରେ ଆଜିଠୁ ଆରମ୍ଭ ହୋଇଛି 5G ଟେଲିକମ ସେବା । ଏହି ସେବାକୁ ସ୍ୱାଗତ ହେଲେ ଏହାର ପ୍ରଚାର ସର୍ବସ୍ୱ ହୋଇ ନରହୁ । ଏହିଭଳି କିଛି ପ୍ରତିକ୍ରିୟା ରଖିଛନ୍ତି ବିଜେଡି ଜାତୀୟ ମୁଖପାତ୍ର ଅମର ପଟ୍ଟନାୟକ ।
ଭୁବନେଶ୍ବର: ଓଡିଶାରେ ଆଜିଠୁ ଆରମ୍ଭ ହୋଇଛି 5G ଟେଲିକମ ସେବା । ଏହି ସେବାକୁ ସ୍ୱାଗତ ହେଲେ ଏହାର ପ୍ରଚାର ସର୍ବସ୍ୱ ହୋଇ ନରହୁ । ଏହିଭଳି କିଛି ପ୍ରତିକ୍ରିୟା ରଖିଛନ୍ତି ବିଜେଡି ଜାତୀୟ ମୁଖପାତ୍ର ଅମର ପଟ୍ଟନାୟକ ।

ଓଡ଼ିଶାର ଟେଲି ଡେନସିଟି ୭୫ ପ୍ରତିଶତ ରହିଛି ହେଲେ ତାଠାରୁ ଜମ୍ମୁ କଶ୍କୀରରେ ଅଧିକ ରହିଛି । ଆମେ ଏଥିରେ ବହୁ ପଛରେ ଓ ଅବହେଳିତ । ଗାଁରେ ଏହା 62 ପ୍ରତିଶତ । ଲୋକଙ୍କ ପାଖରେ କେମିତି 5G ସେବା ପହଞ୍ଚିବ ବୋଲି ବିଜେଡି ସାଂସଦ ଅମର ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।
ଓଡ଼ିଶାର ୬ ହଜାର ୨୭୮ ଗାଁରେ ଇଣ୍ଟେରନେଟ ସୁବିଧା ନାହିଁ । ସଂସଦରେ ଉତ୍ତରରେ ଆସିଥିଲା ଓଡ଼ିଶାରେ ୨ ହଜାର ୫୦୦ ଟାୱାର ଦରକାର । ହେଲେ ୪୮୮ ଟାୱାର ମଞ୍ଜୁର ହୋଇଛି । ବାକି ୨୦୦୦ ହୋଇନି । ଭାରତ ନେଟ କାମ କେବେ ସରିବ, ସେ ତଥ୍ୟ କେନ୍ଦ୍ର ସରକାର ଦେଇ ନାହାନ୍ତି । ଅନଲାଇନ ଶିକ୍ଷା କିପରି ବାଧାପ୍ରାପ୍ତ ହୋଇଥିଲା, ତାହା ସମସ୍ତେ ଜାଣନ୍ତି । ଏପରି ସ୍ଥିତିରେ 5G ସେବା କେମିତି ପହଞ୍ଚିବ ବୋଲି ବିଜେଡି ପ୍ରଶ୍ନ କରିଛି ।
ସେପଟେ, ଫାଇଭ ଜି ସେବା ଶୁଭାରମ୍ଭ ସମୟରେ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ କହିଛନ୍ତି ବିଚ୍ଛିନାଞ୍ଚଳ ପାଇଁ ୫୬୦୦ କୋଟି ଟଙ୍କା ଦେଇଛନ୍ତି ମୋଦୀ ସରକାର । ୫ ହଜାର ମୋବାଇଲ ଟାୱାର ୭ ହଜାର ଗାଁରେ ଲଗାଯିବା ପାଇଁ ଉଦ୍ୟମ କରିଛନ୍ତି ପ୍ରଧାନମନ୍ତ୍ରୀ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଆଜି ୧୦୦ଟି ମୋବାଇଲ ଟାୱାର ଉଦଘାଟନ ହୋଇଛି । ରାଷ୍ଟ୍ରୀୟ ସ୍ୱାଭିମାନ କାମରେ କୌଣସି ରାଜନୀତି ନାହିଁ, ୫ଜି ଦ୍ୱାରା ଓଡ଼ିଶାରେ ବିରାଟ ବଡ଼ ପରିବର୍ତ୍ତନ ଆସିବ ବୋଲି କହିଛନ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।












Click it and Unblock the Notifications