'ଶଙ୍ଖ ମୋ ଗର୍ବ' ପରେ ବିଜେଡ଼ିର 'ଜୟ ଜଗନ୍ନାଥ' ସ୍ଲୋଗାନ୍

ଭୁବନେଶ୍ୱର: ବିଜେଡି଼ ନେତାଙ୍କ ମୁହଁରେ 'ଜୟ ଜଗନ୍ନାଥ' । 'ଶଙ୍ଖ ମୋ ଗର୍ବ' ପରେ ଏବେ ବିଜେଡି 'ଜୟ ଜଗନ୍ନାଥ' କ୍ୟାମ୍ପେନ ସୋସିଆଲ ମିଡିଆରେ ଆରମ୍ଭ କରିଛି ।
#JayJagannath 🙏 pic.twitter.com/Uv35UVY3A8
— Sankha Odisha (@SankhaOdisha) March 28, 2023
ଦଳର ସମସ୍ତ ନେତା ସୋସିଆଲ ମିଡିଆରେ 'ଜୟ ଜଗନ୍ନାଥ' କହି ଭିଡିଓ ସେୟାର କରୁଛନ୍ତି । ଏହା ପୂର୍ବରୁ 'ଶଙ୍ଖ ମୋ ଗର୍ବ' କହି ଭିଡିଓ ସେୟାର କରାଯାଉଥିଲା । ଯାହାକୁ ନେଇ ରାଜ୍ୟରେ ଏବେ ରାଜନୀତି ଆରମ୍ଭ ହୋଇଯାଇଛି । ଲୋକଙ୍କ ମଧ୍ୟରେ ଭାବପ୍ରବଣତା ବଢାଇବା ପାଇଁ ବିଜେଡି ଏହି ଅଭିଯାନ ଆରମ୍ଭ କରିଛି ବୋଲି ରାଜନୈତିକ ବିଶେଷଜ୍ଞ ମାନେ ମତ ରଖିଛନ୍ତି ।
ସେପଟେ ବିଜେଡିର ଏହି କ୍ୟାମ୍ପେନକୁ ନେଇ କଂଗ୍ରେସ ବିଧାୟକ ତାରା ବାହିନୀପତି କଟାକ୍ଷ କରିଛନ୍ତି । ସେ କହିଛନ୍ତି ସେମାନେ କହୁଥିଲେ ଶଙ୍ଖ ମୋ ଗର୍ବ ମୁଁ କହିଲି ଜଗନ୍ନାଥ ଆମର ଗର୍ବ । ମୋ କଥାକୁ ଅନୁକରଣ କରିଛନ୍ତି ସେମାନେ । ଆଗରୁ ଦେଖିଲେ ନମସ୍କାର କରୁଥିଲେ । କିନ୍ତୁ ଏବଂ ଦେଖିଲେ ଆଉ ନମସ୍କାର କରୁ ନାହାନ୍ତି ବରଂ ଜୟ ଜଗନ୍ନାଥ କହୁଛନ୍ତି ।












Click it and Unblock the Notifications