ଦେଶରେ ଦ୍ୱିତୀୟ ଧନୀ ଆଞ୍ଚଳିକ ଦଳ ବିଜେଡି

BJD Richest Regional Political Party: ଦେଶରେ ଦ୍ୱିତୀୟ ଧନୀ ଆଞ୍ଚଳିକ ଦଳ ବିଜେଡି । ୨୦୨୧-୨୦୨୨ ଆର୍ଥିକ ବର୍ଷରେ ଇଲୋକ୍ଟ୍ରାଲ ବଣ୍ଡ୍ ଜରିଆରେ ବିଜେଡି ଦ୍ୱିତୀୟ ସର୍ବାଧିକ ଟଙ୍କା ପାଇଛି । ସାମାଜିକ ସଂଗଠନ ଆସୋସିଏଟ ଅଫ୍ ଡେମୋକ୍ରାଟିକ ରିଫର୍ମ- ଏଡିଆରର ରିପୋର୍ଟରେ ଏହା ଦର୍ଶାଯାଇଛି ।

ବିଜେଡି ଆୟ ୩୬ ଆଞ୍ଚଳିକ ରାଜନୈତିକ ଦଳଙ୍କ ଆୟର ୨୫ ଦଶମିକ ୩୩ ପ୍ରତିଶତ । ୩୬ ଆଞ୍ଚଳିକ ଦଳଙ୍କ ମୋଟ୍ ଆୟ ୧୨ ଶହ ୧୩ କୋଟି ଟଙ୍କା । ଏଥିରୁ ବିଜେଡି କେବଳ ୩୦୭ କୋଟି ଟଙ୍କା ଆୟ କରିଛି ।

BJD

ବିଜେଡିକୁ କେଉଁଠୁ ଆସିଛି ଟଙ୍କା ?

  • ୯୦.୦୭% ଅର୍ଥାତ ୨୯୧ କୋଟି ଟଙ୍କା ଗ୍ରାଂଟ, ଡୋନେସନ ଏବଂ କଂଟ୍ରିବ୍ୟୁସନ୍ ଜରିଆରେ ମିଳିଛି ।
  • ୧୬ କୋଟି ୧୭ ଲକ୍ଷ ୬୦ ହଜାର ଟଙ୍କା ବ୍ୟାଙ୍କ ସୁଧ ବାବଦକୁ ପାଇଛି ବିଜୁ ଜନତା ଦଳ ।
  • ୧ ଲକ୍ଷ ୬୦ ହଜାର ଟଙ୍କା ବିଭିନ୍ନ ପ୍ରକାର ଫି' ଓ ୯ ଲକ୍ଷ ୬୦ ହଜାର ଟଙ୍କା ଅନ୍ୟ ସୂତ୍ରରୁ ପାଇଛି ।

ଏମିତି କି କୋଭିଡ ମହାମାରୀ ସମୟରେ ବି ଦଳର ପାଣ୍ଠି ବୃଦ୍ଧିରେ ବିରାମ ଲାଗିନି । ତେବେ ୨୦୨୧ ମସିହାରେ ଇଲେକ୍ସନ ପ୍ରଚାର ସମେତ ବିଭିନ୍ନ ବାଟରେ ମାତ୍ର ୨୮.୬୩ କୋଟି ଖର୍ଚ୍ଚ ହୋଇଥିଲା ବେଳେ ମୋଟ୍ ଆୟରୁ ଦଳ ପାଖରେ ୨୭୮.୬୫୮ କୋଟି ଅର୍ଥାତ୍ ୯୦ ପ୍ରତିଶତ ଅର୍ଥ ବଳକା ରହିଛି ।

ସେପଟେ ରିପୋର୍ଟ ଆସିବା ପରେ ଶାସକ ଦଳକୁ ଘେରିଛନ୍ତି ବିରୋଧୀ । ବିଜେପି ଅଭିଯୋଗ କରିଛି ଇଏ କେବଳ ସମୁଦ୍ରକୁ ଶଙ୍ଖେ । ଲିଗାଲ ଫଣ୍ଡିଂ ବାଦ୍ ବିଭିନ୍ନ ସ୍ତରରେ ରାଜ୍ୟକୁ ଶୋଷଣ କରି ଶାସକ ଦଳ ସାଢ଼େ ୪ ହଜାର କୋଟିର କଳାଧନ ରଖିଥିବା ଅଭିଯୋଗ କରିଛି ବିଜେପି । କଂଗ୍ରେସ ମଧ୍ୟ ବିଜେଡି ପାଖରେ ବିପୁଳ ବ୍ଲାକମନି ଥିବାର ଅଭିଯୋଗ ସହ ଟାର୍ଗେଟ୍ କରିଥିଲା ବେଳେ ଜବାବ ରଖିଛି ବିଜେଡି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+