ପିପିଲି ଉପନିର୍ବାଚନ: ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଘରେ ପ୍ରସ୍ତୁତ ହେଲା ବିଜେଡିର ବ୍ଲୁ-ପ୍ରିଣ୍ଟ !
ପ୍ରାର୍ଥୀ ଘୋଷଣା ପରେ ବିଜେଡି ପ୍ରସ୍ତୁତ କରିଛି ତାର ଉପନିର୍ବାଚନ ବ୍ଲୁ-ପ୍ରିଣ୍ଟ । ଆଜି ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଘରେ ପିପିଲି ଉପନିର୍ବାଚନ ପାଇଁ ବସିଥିଲା ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ ।
ପିପିଲି: ରାଜ୍ୟ ରାଜନୀତିରେ ବଢୁଛି ଉପନିର୍ବାଚନୀ ତାତି । ପିପିଲି ଉପନିର୍ବାଚନ ପାଇଁ ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେପି ଓ ବିଜେଡି ନିଜ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରି ସାରିଛନ୍ତି । ତେବେ ପ୍ରାର୍ଥୀ ଘୋଷଣା ପରେ ବିଜେଡି ପ୍ରସ୍ତୁତ କରିଛି ତାର ଉପନିର୍ବାଚନ ବ୍ଲୁ-ପ୍ରିଣ୍ଟ । ଆଜି ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଘରେ ପିପିଲି ଉପନିର୍ବାଚନ ପାଇଁ ବସିଥିଲା ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ ।

ଏହି ବୈଠକରେ ସୁଶାନ୍ତ ସିଂଙ୍କ ସମେତ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ, ବିଭୂତି ବଲବନ୍ତରାୟ, ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ଭଳି ଅନେକ ଛାମୁଆ ନେତା ଉପସ୍ଥିତ ଥିଲେ । ତେବେ ବୈଠକରେ ଉପନିର୍ବାଚନ ପାଇଁ ପୁରା ଯୋଜନା ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି । ସେହିପରି ଦଳୀୟ ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ନାମ ଘୋଷଣା ପରେ ତାଙ୍କ ଘରେ ଉଠିଥିବା ପାରିବାରି ମନମାଳିନ ଅଭିଯୋଗକୁ ଖଣ୍ଡନ କରିଛି ବିଜେଡି । ବୈଠକ ସରିବା ପରେ ବିରୋଧୀଙ୍କ ପରିବାର ବିଭାଜନ ରାଜନୀତିକୁ ଟାର୍ଗେଟ କରିଛନ୍ତି ବିଜେଡ଼ି ନେତା ।

ଏହା ବିରୋଧୀଙ୍କ ଗୁଜବ ଥିଲା। ସେମାନେ ଅପପ୍ରଚାର ଚଳାଉଥିଲେ। ମାଆଠାରୁ ପୁଅ କେବେ ଅଲଗା ନୁହେଁ। ମାଆ-ପୁଅ-ଝିଅ ପ୍ରଦୀପ ମହାରଥୀଙ୍କ ପରିବାର ସମ୍ପୂର୍ଣ୍ଣ ଏକାଠି ଅଛନ୍ତି ବୋଲି କହିଛନ୍ତି ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟ । ସେ ଆହୁରୀ କହିଛନ୍ତି,
ବିରୋଧୀ ଭାବୁ ଥିଲେ କେମିତି ବିଜେଡିର ବିଭାଜନ ହେଉ ଓ ସେଥିରୁ ସେମାନେ ଫଳ ପାଆନ୍ତୁ। ହେଲେ ମହାରଥୀ ପରିବାର ସବୁବେଳେ ଏକ। ମାଆଙ୍କର ପୁଅ ପ୍ରତି ସବୁବେଳେ ଆଶ୍ରୀର୍ବାଦ ରହିଛି। ବିରୋଧୀଙ୍କ ପରିବାର ବିଭାଜନର ଅପପ୍ରଚାରକୁ ଏହା ଶକ୍ତ ଚାପୁଡା ବୋଲି କହିଛନ୍ତି ଉମାକାନ୍ତ ସାମନ୍ତରାୟ ।

ସୂଚନାମୁତାବକ, ବିଜେଡିର ପିପିଲି ବିଧାୟକ ପ୍ରାର୍ଥୀ ଭାବେ ରୁଦ୍ର ମହାରଥୀଙ୍କ ନାଁ ଘୋଷଣା ପରେ ବିଧାୟକ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ ଖୁସି ନଥିବା ପ୍ରଚାର ହେଉଥିଲା । ତେବେ ଏହା ବିଜେଡିର ପରିବାର ବିଭାଜନ ନୀତି ବୋଲି ବିଜେପି ଅଭିଯୋଗ ଆଣିଥିଲା । ମାତ୍ର ଆଜି ଶେଷରେ ନିରବତା ଭାଙ୍ଗିଛନ୍ତି ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥି । ପୁଅର ପ୍ରାର୍ଥୀତ୍ବ ପାଇଁ ଋଷିଥିବା ଗୁଜବକୁ ସେ ଖଣ୍ଡନ କରିଛନ୍ତି । ବିଜେଡିର ପିପିଲି ବିଧାୟକ ପ୍ରାର୍ଥୀ ଭାବେ ରୁଦ୍ର ମହାରଥୀଙ୍କ ନାଁ ଘୋଷଣା ପରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ପରିବାରକୁ ପ୍ରାଥମିକତା ଦେଇଥିବାରୁ ମୁଁ କୃତଜ୍ଞତା ଜଣାଉଛି ବୋଲି କହିଛନ୍ତି ପ୍ରତିଭା ।












Click it and Unblock the Notifications