ମୁଖ୍ୟମନ୍ତ୍ରୀଙ୍କ କୀର୍ତ୍ତିମାନକୁ ନେଇ ସମୀରଙ୍କ ଟ୍ବିଟର ଜବାବ ରଖିଲା ବିଜେଡ଼ି: ‘ରାଜନୀତିରେ ତିଷ୍ଠି ରହିବାକୁ ଆପ୍ରାଣ ଉଦ୍ୟମ
ଭୁବନେଶ୍ୱର: ଦେଶର ଦ୍ବିତୀୟ ଦୀର୍ଘତମ ମଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକଙ୍କ ନୂଆ କୀର୍ତ୍ତିମାନକୁ ନେଇ ମୁହାଁମୁହିଁ ବିଜେଡି-ବିଜେପି । ନବୀନଙ୍କ ନୂଆ ରେକର୍ଡକୁ ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଟ୍ବିଟ୍ କରି କଟାକ୍ଷ କରିଥିଲେ । ଯାହାର ଦୃଢ ଜବାବ ରଖିଛି ବିଜେଡ଼ି ।
ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ଟୁଇଟରରେ ଉଲ୍ଲେଖ କରିଛନ୍ତି, ସଭାପତି ପଦରୁ ବିଦା ହେବା ପରେ ସମୀର ନିଜ ରାଜନୈତିକ ସ୍ଥିତି ହରାଇଛନ୍ତି । ରାଜନୀତିରେ ତିଷ୍ଠି ରହିବା ପାଇଁ ଆପ୍ରାଣ ଉଦ୍ୟମ କରୁଛନ୍ତି ଆମେ ତାଙ୍କ ନିରାଶା ଓ ହତାଶାକୁ ବୁଝୁଛୁ । ପୂର୍ବତନ ରାଜ୍ୟ ବିଜେପି ସଭାପତି ତାଙ୍କର ଅର୍ଥହୀନ ଏବଂ ବୁଦ୍ଧିହୀନ ଟୁଇଟ୍ ଜରିଆରେ ରାଜନୀତିରେ ପ୍ରାସଙ୍ଗିକ ହୋଇ ରହିବାକୁ ଚାହୁଁଛନ୍ତି, ଆମେ ତାଙ୍କ ପ୍ରତି ସହାନୁଭୂତି ଦେଖାଉଛୁ ବୋଲି ଲେନିନ୍ କହିଛନ୍ତି । ସେହିପରି ପୂର୍ବରୁ ମଧ୍ୟ ବିଜେଡ଼ି ବିଧାୟକ ଅମର ଶତପଥୀ କହିଥିଲେ ଯେ, ଯେଉଁମାନେ ଲୋକମତକୁ ନ୍ୟୁନ କରିବାକୁ ଚାହୁଁଛନ୍ତି, ସେମାନେ ଅଗଣତାନ୍ତ୍ରିକ କାମ କରୁଛନ୍ତି ।

ସୂଚନାଥାଉ କି, ନବୀନ ପଟ୍ଟନାୟକ ଜ୍ୟୋତି ବସୁଙ୍କ ରେକର୍ଡ ଭାଙ୍ଗିବା ନେଇ ବିଜେପି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ କରିଥିଲେ । ସମୀର କହିତିଲେ କି, ପ୍ରତିଶ୍ରୁତି ପାଳନ ନ କରିବାରେ ମଧ୍ୟ ନବୀନ ସରକାର ରେକର୍ଡ କରିଛନ୍ତି । ମୁଖ୍ୟମନ୍ତ୍ରୀ କେବଳ ନିଜ ପ୍ରାୟୋଜିତ ପୁରସ୍କାର ଗ୍ରହଣ କରି ନିଜକୁ ପ୍ରମାଣିତ କରନ୍ତି, କାର୍ଯ୍ୟରେ ନୁହେଁ । ପ୍ରାୟୋଜିତ ପୁରସ୍କାର ଗ୍ରହଣ କରିବାର ରେକର୍ଡ ସୃଷ୍ଟି କରିଛନ୍ତି । ତାଙ୍କ ଶାସନ କାଳରେ କିଛି ରେକର୍ଡ ସୃଷ୍ଟି ହୁଏ ଏବଂ ତାହା ହେଉଛି ପ୍ରତିଶ୍ରୁତି ଦେଇ ତାହାକୁ ପାଳନ ନ କରିବା ବୋଲି ସମୀର ମହାନ୍ତି ଟ୍ୱିଟ୍ କରି କହିଛନ୍ତି ।
ବିଜେପି ନେତା ଶ୍ରୀ ସମୀର ମହାନ୍ତି ରାଜ୍ୟ ବିଜେପି ସଭାପତି ପଦରୁ ବିଦା ହେବାପରେ ନିଜର ରାଜନୈତିକ ସ୍ଥିତି ହରାଇଛନ୍ତି । ରାଜନୀତିରେ ତିଷ୍ଠି ରହିବାପାଇଁ ଆପ୍ରାଣ ଉଦ୍ୟମ ସହିତ ଆଜିକାଲି ସେ ଟୁଇଟ୍ ଜରିଆରେ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରୁଛନ୍ତି । ଆମେ ତାଙ୍କର ନିରାଶା ଏବଂ ହତାଶାକୁ ବୁଝୁଛୁ ।
— Dr Lenin Mohanty (@DrLeninMohanty1) July 23, 2023
ଉଲ୍ଲେଖଥାଉ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୩ ବର୍ଷ ୧୩୯ ଦିନ ଶାସନ ଜାରି ରଖି ଅପରାଜୟ ଅପ୍ରତିଦ୍ୱନ୍ଦି ଭାବେ ଦେଶର ଦ୍ବିତୀୟ ଦୀର୍ଘତମ ମୁଖ୍ୟମନ୍ତ୍ରୀ ହୋଇ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ଏ କ୍ଷେତ୍ରରେ ସେ ପଶ୍ଚିମବଙ୍ଗର ଦିବଂଗତ ମୁଖ୍ୟମତ ଜ୍ୟୋତି ବସୁଙ୍କୁ ପଛରେ ପକାଇଛନ୍ତି ନବୀନ । ଜ୍ୟୋତି ବସୁ ପଶ୍ଚିମବଙ୍ଗରେ ସିପିଏମର ୩୪ ବର୍ଷ ସରକାରରେ ୨୩ ବର୍ଷ ୧୩୭ ଦିନ ମୁଖ୍ୟମନ୍ତ୍ରୀ ରହିଥିଲେ ।
ରାଜ୍ୟର ମୁଖ୍ୟମନ୍ତ୍ରୀ @Naveen_Odisha ଙ୍କ ୨୩ ବର୍ଷ ଶାସନ କାଳରେ ପ୍ରତିଶ୍ରୁତି ଦେବା ଓ ତାକୁ ପାଳନ ନକରିବା ଏହା ମଧ୍ୟ ରେକର୍ଡ଼ ସୃଷ୍ଟି କରିଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ କେବଳ ନିଜ ପ୍ରାୟୋଜିତ ପୁରସ୍କାର ଗ୍ରହଣ କରି ନିଜକୁ ପ୍ରମାଣିତ କରନ୍ତି, କାର୍ଯ୍ୟରେ ନୁହେଁ। ପ୍ରାୟୋଜିତ ପୁରସ୍କାର ଗ୍ରହଣ କରିବାରେ ରେକର୍ଡ ସୃଷ୍ଟି କରିଛନ୍ତି। pic.twitter.com/TBeR9HHtKS
— Samir Mohanty (@SamirMohantyBJP) July 23, 2023












Click it and Unblock the Notifications