ପିପିଲି ଉପନିର୍ବାଚନ ବିଜେଡି ଜାରି କଲା ଷ୍ଟାର ପ୍ରଚାରକ ତାଲିକା
ପିପିଲି ଉପନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ବିଜେଡି । ବିଜେଡି ୨୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ।
ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ବିଜେଡି । ବିଜେଡି ୨୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି । ଷ୍ଟାର ପ୍ରଚାରକ ତାଲିକାର ପ୍ରଥମେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ୩୦ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ହେବ ଭୋଟ୍ ଗ୍ରହଣ ।

ସେହିଭଳି ଅନ୍ୟମାନଙ୍କ ମଧ୍ୟରେ ପୁରୀର ପୂର୍ବତନ ବିଧାୟକ ମହେଶ୍ୱର ମହାନ୍ତି, ପୁରୀ ସାଂସଦ ପିନାକୀ ମିଶ୍ର, ଦେବୀ ପ୍ରସାଦ ମିଶ୍ର, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ପ୍ରମିଳା ମଲ୍ଲିକ, ସଞ୍ଜୟ କୁମାର ଦାସ ବର୍ମା, ସମୀର ରଞ୍ଜନ ଦାସ, ସୁଶାନ୍ତ କୁମାର ସିଂହ, ସ୍ନେହାଙ୍ଗିନୀ ଛୁରିଆ, ପ୍ରୀତି ରଞ୍ଜନ ଘଡ଼ାଇ, ଉମାକାନ୍ତ ସାମନ୍ତରାୟ, ପ୍ରଣବ ବଳବନ୍ତରାୟ, ବ୍ୟୋମକେଶ ରାୟ, ବିଭୂତି ବଳବନ୍ତରାୟ, ତୁଷାରକାନ୍ତି ବେହେରା, ଦେବୀ ରଞ୍ଜନ ତ୍ରିପାଠୀ ଓ ସୁଧୀର କୁମାର ସାମଲ ଅଛନ୍ତି ।
ତେବେ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଦଳର ହେଭିୱେଟ ନେତା ତଥା ମନ୍ତ୍ରୀ ପ୍ରତାପ ଜେନା, ଅରୁଣ ସାହୁ ଓ ବିକ୍ରମ କେଶରୀ ଆରୁଖଙ୍କୁ ସ୍ଥାନ ମିଳିନାହିଁ ।












Click it and Unblock the Notifications