ଜାତିଭିତ୍ତିକ ଜନଗଣନା ଦାବି କଲା ବିଜେଡି, ଦାବି ପୁରଣ ନ ହେଲେ ଆନ୍ଦୋଳନର ଚେତାବନୀ
ପୁଣିଥରେ ଜାତିଭିତ୍ତିକ ଜନଗଣନା ଦାବି କଲା ବିଜେଡି । ଜାତିଭିତ୍ତିକ ଜନଗଣନା ନହେବା ଦ୍ୱାରା ପଛୁଆବର୍ଗଙ୍କ ବିକାଶ ହୋଇପାରୁନାହିଁ । ସଂଘୀୟ ଢାଞ୍ଚା ଏଥିପାଇଁ ପ୍ରତିବନ୍ଧକ ସାଜିଛି ।
ଭୁବନେଶ୍ୱର: ପୁଣିଥରେ ଜାତିଭିତ୍ତିକ ଜନଗଣନା ଦାବି କଲା ବିଜେଡି । ଜାତିଭିତ୍ତିକ ଜନଗଣନା ନହେବା ଦ୍ୱାରା ପଛୁଆବର୍ଗଙ୍କ ବିକାଶ ହୋଇପାରୁନାହିଁ । ସଂଘୀୟ ଢାଞ୍ଚା ଏଥିପାଇଁ ପ୍ରତିବନ୍ଧକ ସାଜିଛି । ତେଣୁ ପୁଣିଥରେ ଜାତିଭିତ୍ତିକ ଜନଗଣନା ପାଇଁ ଦାବି ଦୋହରାଇଛି ବିଜେଡି । ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅରୁଣ କୁମାର ସାହୁ ଏହି ଦାବି ଉପସ୍ଥାପନା କରିଛନ୍ତି ।

NDA ର ଅନେକ ସହଯୋଗୀ ଦଳ ମଧ୍ୟ ଜାତିଭିତ୍ତିକ ଜନ ଗଣନା ପାଇଁ ଦାବି କରିଛନ୍ତି । ଏପର୍ଯ୍ୟନ୍ତ ରାଜ୍ୟ ବିଜେପି ଏହି ପ୍ରସଙ୍ଗରେ କାହିଁକି ଚୁପ୍ ବୋଲି ପ୍ରଶ୍ନ କରିଛନ୍ତି ଦୁଇ ମନ୍ତ୍ରୀ ଅରୁଣ କୁମାର ସାହୁ ଓ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ବିଜେପି ନେତା ନିରବ ରହୁଥିବାରୁ ସେମାନଙ୍କଠାରେ ଥିବା ପଛୁଆବର୍ଗ ବିରୋଧୀ ମନୋଭାବ ସ୍ପଷ୍ଟ ଜଣାପଡୁଛି ।
ବିଜେପିକୁ ଏଭଳି ଟାର୍ଗେଟ କରିବା ସହ ବିଜେଡି ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଚେତାବନୀ ମଧ୍ୟ ଦିଆଯାଇଛି । ବିଜେଡି କହିଛି ଯଦି ସେମାନଙ୍କ ଦାବି ପୂରଣ ନ ହେଲା ତେବେ ପଲ୍ଲୀଠାରୁ ଦିଲ୍ଲୀ ଯାଏ ଆନ୍ଦୋଳନ କରାଯିବ । ଏହା ସହିତ ସଂରକ୍ଷଣର ୫୦ ପ୍ରତିଶତ ସୀମାକୁ ଉଠାଇ ଦେବାକୁ ମଧ୍ୟ ବିଜେଡି ଦାବି କରିଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଅଗଷ୍ଟ 11 ରେ ଉଭୟ ଲୋକସଭା ଓ ରାଜ୍ୟସଭାର ବିଜେଡି ସାଂସଦଙ୍କ ଏକ ପ୍ରତିନିଧୀ ଦଳ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।












Click it and Unblock the Notifications