ଅଜଣା ସୂତ୍ରରୁ ବିଜେଡିକୁ ମିଳିଛି ୨୯୧ କୋଟି: ADR ରିପୋର୍ଟ

ADR Report 2021-22, BJD: ଏକ ଅଜଣା ସୂତ୍ରରୁ ବିଜେଡିକୁ ମିଳିଛି ୨୯୧ କୋଟି । ବର୍ଷ ୨୦୨୧-୨୨ ପାଇଁ ବିଜେଡି ଏତେ ପରିମାଣର ଫଣ୍ଡ ପାଇଥିବା ଏଡିଆର୍ ରିପୋର୍ଟ ପ୍ରକାଶ କରିଛି ।

ତେବେ ଏହି ରିପୋର୍ଟ ଅନୁସାରେ ବିଜେଡି ମୋଟ ଆୟର ଏହା ୯୪ ପ୍ରତିଶତରୁ ଅଧିକ । ଏଡିଆର ରିପୋର୍ଟ ଅନୁସାରେ ବିଜେଡି ୨୦୨୧-୨୨ ଆର୍ଥିକ ବର୍ଷରେ ମୋଟ ୩୦୭ କୋଟି ୨୮ ଲକ୍ଷରୁ ଅଧିକ ଟଙ୍କା ଆୟ କରିଛି । ଏଥିରୁ ୯୪ ପ୍ରତିଶତ ଅଜଣା ସୂତ୍ରରୁ ଆସିଛି । ଜଣା ସ୍ରୋତରୁ ବିଜେଡି ୧୬ କୋଟି ୧୯ ଲକ୍ଷ ଟଙ୍କା ପାଇଛି ।

ADR Report 2021-22, BJD

ତେବେ ଅଜଣା ସୂତ୍ରରୁ ସର୍ବାଧିକ ଅର୍ଥ ପାଇବାରେ ଆଞ୍ଚଳିକ ଦଳଗୁଡ଼ିକ ମଧ୍ୟରେ ବିଜେଡି ଦ୍ବିତୀୟ ସ୍ଥାନରେ ରହିଛି । ବିଜେଡ଼ି ଉପରକୁ ଡିଏମକେ ପ୍ରଥମ ସ୍ଥାନରେ ରହିଛି । ଅଜଣା ସୂତ୍ରରୁ ଡିଏମକେ ୩୦୬.୦୨୫ କୋଟି ଟଙ୍କା ପାଇଥିବା ବେଳେ ବିଜେଡି ୨୯୧.୦୯୬ କୋଟି ଟଙ୍କା ପାଇଛି । ବିଜେଡି ପଛକୁ ଟିଆରଏସ୍‌ ୧୫୩.୦୩୭ କୋଟି, ୱାଇଏସ୍‌ଆର୍‌ କଂଗ୍ରେସ (୬୦.୦୧୬୮ କୋଟି ଏବଂ ଜେଡିୟୁ ୪୮.୩୬୧୭ କୋଟି ଟଙ୍କା ପାଇ ଯଥାକ୍ରମେ ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ରହିଛନ୍ତି ।

ରାଜନୈତିକ ଦଳଗୁଡ଼ିକ କେଉଁଠୁ ଚାନ୍ଦା ପାଆନ୍ତି ? କିଏ କେତେ ଟଙ୍କା କେଉଁ ଦଳକୁ ଦେଇଛି ? ଏଭଳି ପ୍ରଶ୍ନର ଉତ୍ତର ପାଇବା ଲାଗି ଲୋକଙ୍କ ମନରେ ପ୍ରବଳ ଉତ୍କଣ୍ଠା ରହିଥାଏ । ଏଭଳି ସ୍ଥିତିରେ ଆସୋସିଏସନ୍ ଫର୍‌ ଡେମୋକ୍ରାଟିକ୍ ରିଫର୍ମସ (ଏଡିଆର୍‌) ପକ୍ଷରୁ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଦେଶର ଆଞ୍ଚଳିକ ଦଳଗୁଡ଼ିକର ପାଣ୍ଠି ଉତ୍ସ ସଂପର୍କରେ ବିଶ୍ଳେଷଣାତ୍ମକ ରିପୋର୍ଟ ପ୍ରକାଶ ପାଇଛି ।

ADR Report 2021-22, BJD

ରିପୋର୍ଟରୁ ଜଣାଯାଇଛି ଦେଶର ୨୭ଟି ଆଞ୍ଚଳିକ ଦଳ ୨୦୨୧-୨୨ ଆର୍ଥିକ ବର୍ଷରେ ମୋଟ ୧୧୬୫.୫୭୬ କୋଟି ଟଙ୍କା ପାଇଛନ୍ତି। ତେବେ ଏଥିରୁ ଦାତାଙ୍କ ସଂପର୍କରେ ତଥ୍ୟ ଥିବା ସୂତ୍ରରୁ ମାତ୍ର ୧୪୫.୪୨ କୋଟି ଟଙ୍କା ବା ୧୨.୪୭୬ ପ୍ରତିଶତ ଆସିଛି। ଅନ୍ୟ ଜଣା ଉତ୍ସରୁ ଯଥା ସଦସ୍ୟତା ଫି, ବ୍ୟାଙ୍କ ସୁଧ ଆଦି ବାବଦରେ ୧୩୨.୬୦୫ କୋଟି ବା ୧୧.୩୭୭ ପ୍ରତିଶତ ଆସିଛି। ଏହି ଦୁଇଟି ଜଣା ଉତ୍ସରୁ ୨୩.୮୫୩ ପ୍ରତିଶତ ଆସିଛି। ଅବଶିଷ୍ଟ ୮୮୭.୫୫୧ କୋଟି ଟଙ୍କା ବା ମୋଟ ଆୟର ୭୬.୧୪୭ ପ୍ରତିଶତ ଅଜଣା ସୂତ୍ରରୁ ଆସିଛି ।

ADR Report 2021-22, BJD

ଆଞ୍ଚଳିକ ଦଳଗୁଡ଼ିକ ଅଜଣା ସୂତ୍ରରୁ ପାଇଥିବା ୮୮୭.୫୫୧ କୋଟି ଟଙ୍କା ମଧ୍ୟରୁ ନିର୍ବାଚନୀ ବଣ୍ଡ୍‌ ଜରିଆରେ ୯୩.୨୬ ପ୍ରତିଶତ ବା ୮୨୭.୭୬ କୋଟି ଟଙ୍କା ପାଇଛନ୍ତି । ଏଥିସହିତ କୁପନ ବିକ୍ରି କରି ୪.୩୨ ପ୍ରତିଶତ ବା ୩୮.୩୫୪ କୋଟି ଟଙ୍କା, ସ୍ବେଚ୍ଛାକୃତ ଦାନ (୨୦ ହଜାର ଟଙ୍କାରୁ କମ୍‌) ବାବଦରେ ୨.୪୦ ପ୍ରତିଶତ ବା ୨୧.୨୯୩ କୋଟି ଟଙ୍କା ଏବଂ ବିବିଧ ଆୟ ବାବଦରେ ୦.୧୪୪ କୋଟି ବା ୦.୦୨ ପ୍ରତିଶତ ପାଇଛନ୍ତି ।

ଲ୍ଲେଖଯୋଗ୍ୟ, ଦଳ ପକ୍ଷରୁ ନିର୍ବାଚନ କମିଶନଙ୍କ ନିକଟରେ ଦାନ ବାବଦରେ କୌଣସି ତଥ୍ୟ ପ୍ରକାଶ କରାଯାଇ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+