କେନ୍ଦ୍ରର ୫ କେଜି ଚାଉଳ କାଟ୍ ପ୍ରସଙ୍ଗରେ ରାଜଭବନ ଆଗରେ ବିଜେଡି ନେତାଙ୍କ ଧାରଣା

କେନ୍ଦ୍ର ୫ କିଲୋ ମାଗଣା ଚାଉଳ କାଟିବା ଓ ଧାନ କ୍ରୟ କ୍ଷେତ୍ରରେ ବଜେଟରେ ୨୦ ହଜାର କୋଟି କମ୍ ବ୍ୟୟବରାଦ କରିବା ଭଳି ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେଡି ।

BJD Protest

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତି ସରଗରମ । ବିଭିନ୍ନ ଦାବି ନେଇ ମଙ୍ଗଳବାର ରାଜରାସ୍ତାକୁ ଓହ୍ଲାଇଛନ୍ତି ଉଭୟ ସରକାରୀ ଓ ବିରୋଧୀ ଦଳ । ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ବିରୋଧୀ ବିଜେପି ରାଜରାସ୍ତାକୁ ଓହ୍ଲାଇଥିବା ବେଳେ କେନ୍ଦ୍ର ୫ କିଲୋ ମାଗଣା ଚାଉଳ କାଟିବା ଓ ଧାନ କ୍ରୟ କ୍ଷେତ୍ରରେ ବଜେଟରେ ୨୦ ହଜାର କୋଟି କମ୍ ବ୍ୟୟବରାଦ କରିବା ଭଳି ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେଡି ।

କେନ୍ଦ୍ରର ଧାନ କିଣା ନୀତି ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ବନ୍ଦ କରିବା ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେଡି । ଆଜି ରାଜଭବନ ସମ୍ମୁଖରେ ଧାରଣା ଦେଇଛି ବିଜେଡି । ଆଜିଠାରୁ ରାଜ୍ୟବ୍ୟାପୀ ତିନି ଦିନିଆ ପ୍ରତିବାଦ କରିବ ଦଳ । ଆସନ୍ତାକାଲି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଓ ୧୬ ତାରିଖରେ ବ୍ଲକ ଓ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଆନ୍ଦୋଳନ କରିବ ବିଜେଡି । ପୂର୍ବରୁ ଯେଉଁ ପରିମାଣର ଧାନ ଉଠାଉଥିଲ, ଏବେ ବି ସେହି ପରିମାଣର ଧାନ ଉଠାଅ, ନଚେତ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛି ବିଜେଡି ।

ଓଡ଼ିଶାରୁ ଉଷୁନା ଚାଉଳ ଉଠାଣ ପରିମାଣ କମାଇ ଦେବା ଫଳରେ ରାଜ୍ୟର ଲକ୍ଷ ଲକ୍ଷ ଚାଷୀଙ୍କ ଧାନ ବିକ୍ରି ପ୍ରଭାବିତ ହେବ । ପୂର୍ବରୁ ଓଡ଼ିଶାରୁ ୧୮ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଉଠୁଥିଲା । ଏବେ ତାହାକୁ ୪ ଲକ୍ଷ ମେଟ୍ରିକ୍ ଟନକୁ ହ୍ରାସ କରାଯାଇଛି । ଦଳ କହିଛି କେବଳ ବରଗଡ଼ ପରି ଗୋଟିଏ ଦିଲ୍ଲାରେ ୪ ଲକ୍ଷ ଟନ୍ ଉତ୍ପାଦନ ହୋଇଥାଏ । ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅଧିନରେ ୫ କିଲୋ ମାଗଣା ଚାଉଳ ବ୍ୟତୀତ ପ୍ରତି ମାସରେ ଆଉ ୫ କିଲୋ ମାଗଣା ଚାଉଳ ମିଳୁଥିଲା । କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ବନ୍ଦ କରିବା ଯୋଗୁ ଗରିବ ଲୋକଙ୍କୁ ମିଳୁଥିବା ୫ କେଜି ଚାଉଳ ବନ୍ଦ ହୋଇଗଲା । ଏଥିଯୋଗୁଁ ଧାନ କ୍ରୟ କ୍ଷତିଗ୍ରସ୍ତ ହେବ ଓ କୃଷକ ଏମଏସପିରୁ ବଞ୍ଚିତ ହେବେ ବୋଲି ଦଳ କହିଛି ।

ବିଜେଡିର ତୁଙ୍ଗ ନେତାଙ୍କ ସମେତ ଶତାଧିକ କର୍ମୀ ଆଜି ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ସମୟରେ ଦଳ କେନ୍ଦ୍ର ବିରୋଧରେ ଗର୍ଜିଛନ୍ତି । ଏହାପରେ ବିଜେଡିର ସାଙ୍ଗଠନିକ ସମ୍ପାଦକ, ବିଧାୟକଙ୍କ ଏକ ଟିମ୍‌ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+