୧୮ ଜିଲ୍ଲାକୁ ମିଳିଲା ବିଜେଡି ସଭାପତି: କିଏ କେଉଁ ଜିଲ୍ଲାର ବିଜେଡି ସଭାପତି?
୧୮ ଜିଲ୍ଲାକୁ ମିଳିଲା ବିଜେଡି ସଭାପତି । ୧୮ ଜିଲ୍ଲାର ସଭାପତି ଚୟନ ସରିଛି । ଆଉ ଏହା ପରେ କିଏ କେଉଁ ଜିଲ୍ଲାର ବିଜେଡି ସଭାପତି ହୋଇଛନ୍ତି, ସେ ନେଇ ଆସିଛି ସୂଚନା ।
ମିଳିଥିବା ସୂଚନା ମୁତାବକ, ପୁରୀ ଜିଲ୍ଲା ବିଜେଡି ସଭାପତି ଭାବେ ଉମା ସାମନ୍ତରାୟ ନିର୍ବାଚିତ ହେଇଛନ୍ତି । ସେହିପରି ବରଗଡ଼ ଜିଲ୍ଲା ପାଇଁ ସୁଶାନ୍ତ ମହାପାତ୍ର, ଭଦ୍ରକ ଜିଲ୍ଲା ପାଇଁ ଜଗନ୍ନାଥ ସ୍ୱାଇଁ, ବୌଦ୍ଧ ଜିଲ୍ଲା ପାଇଁ ପୂର୍ବତନ ବାଚସ୍ପତି ପ୍ରଦୀପ ଅମାତ ବିଜେଡି ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।

ଏହାସହ ଦେବଗଡ଼ ଜିଲ୍ଲାର ବିଜେଡି ସଭାପତି ଭାବେ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଗଜପତି ପାଇଁ ପ୍ରଦୀପ ନାୟକ, ଜଗତସିଂହପୁର ପାଇଁ ପ୍ରଶାନ୍ତ ମୁଦୁଲି, ଯାଜପୁର ପାଇଁ ସରୋଜ ମହାପାତ୍ର, ଝାରସୁଗୁଡା ପାଇଁ ହରିଶ ଗଣତ୍ରା, କନ୍ଧମାଳ ପାଇଁ ପଦ୍ମନାଭ ବେହେରା ଆଉ ମାଲକାନଗିରି ଜିଲ୍ଲା ପାଇଁ ମାନସ ମାଡକାମୀ ବିଜେଡି ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।
କିଏ କେଉଁ ଜିଲ୍ଲାର ବିଜେଡି ସଭାପତି?
ଅନୁଗୁଳ - ବ୍ରଜକିଶୋର ପ୍ରଧାନ
ବରଗଡ଼ - ସୁଶାନ୍ତ କୁମାର ମହାପାତ୍ର
ଭଦ୍ରକ - ଜଗନ୍ନାଥ ସ୍ୱାଇଁ
ବୌଦ୍ଧ - ପ୍ରଦୀପ ଅମାତ
ଦେବଗଡ଼ - ରୋମାଞ୍ଚ ରଞ୍ଜନ ବିଶ୍ୱାଳ
ଗଜପତି - ପ୍ରଦୀପ ନାୟକ
ଜଗତସିଂହପୁର - ପ୍ରଶାନ୍ତ ମୁଦୁଲି
ଯାଜପୁର - ସରୋଜ କୁମାର ମହାପାତ୍ର
ଝାରସୁଗୁଡା - ହରିଶ ଗଣତ୍ରା
କନ୍ଧମାଳ - ପଦ୍ମନାଭ ବେହେରା
ମାଲକାନଗିରି - ମାନସ ମାଡକାମୀ
ମୟୂରଭଞ୍ଜ-୧ - ସୁଦାମ ମାର୍ଣ୍ଡି
ନବରଙ୍ଗପୁର - ମନୋହର ରନ୍ଧାରୀ
ନୟାଗଡ଼ - ରମେଶ ଚନ୍ଦ୍ର ବେହେରା
ନୂଆପଡ଼ା - ଅବନୀ ରଞ୍ଜନ ଯୋଶୀ
ପୁରୀ - ଉମାକାନ୍ତ ସାମନ୍ତରାୟ
ସୁବର୍ଣ୍ଣପୁର - ସରୋଜ କୁମାର କାମ୍ପା
ସୁନ୍ଦରଗଡ଼ - ଯୋଗେଶ ସିଂ












Click it and Unblock the Notifications