For Quick Alerts
Turn On Notification  
For Daily Alerts
Oneindia App Download

ବ୍ରଜରାଜନଗର ଉପନିର୍ବାଚନ: ନିର୍ବାଚନୀ ରଣନୀତି ପ୍ରସ୍ତୁତ କଲା ବିଜେଡି; ଜାଣନ୍ତୁ, କାହାକୁ ମିଳିଲା କେଉଁ ଦାୟିତ୍ୱ ?

ବ୍ରଜରାଜନଗର ଉପନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କଲା ବିଜେଡି । ନିର୍ବାଚନ ପରିଚାଳନା ପାଇଁ ଛାମୁଆ ନେତାଙ୍କୁ ମିଳିଲା ଦାୟିତ୍ୱ । ମନ୍ତ୍ରୀ ଓ ବିଧାୟକଙ୍କୁ ଉପନିର୍ବାଚନ ପାଇଁ ଦାୟିତ୍ବ ଦେଇଛନ୍ତି ସୁପ୍ରିମୋ ।

|

ଭୁବନେଶ୍ୱର: ବ୍ରଜରାଜନଗର ଉପନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କଲା ବିଜେଡି । ନିର୍ବାଚନ ପରିଚାଳନା ପାଇଁ ଛାମୁଆ ନେତାଙ୍କୁ ମିଳିଲା ଦାୟିତ୍ୱ । ମନ୍ତ୍ରୀ ଓ ବିଧାୟକଙ୍କୁ ଉପନିର୍ବାଚନ ପାଇଁ ଦାୟିତ୍ବ ଦେଇଛନ୍ତି ସୁପ୍ରିମୋ ।

BJD

ମନ୍ତ୍ରୀ ନବ ଦାସଙ୍କୁ ସଂପୂର୍ଣ୍ଣ ଦାୟିତ୍ବ ଦିଆଯାଇଥିବା ବେଳେ ତାଙ୍କ ସହିତ ଜିଲ୍ଲା ପର୍ଯ୍ଯବେକ୍ଷକ କଟକ ମେୟର ସୁବାସ ସିଂ କେଡ଼ିଆ ରହିଛନ୍ତି। ବିଜେଡି ପକ୍ଷରୁ ଏକ କେନ୍ଦ୍ରୀୟ ଟିମ୍ ଗଠନ କରାଯାଇ ସେଥିରେ ସାଂସଦ ପ୍ରସନ୍ନ ଆଚାର୍ୟ୍ୟ, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିଧାୟକ ଦେବୀ ପ୍ରସାଦ ମିଶ୍ର ଓ ମନ୍ତ୍ରୀ ଅରୁଣ ସାହୁଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି ବ୍ରଜରାଜନଗର ପୌରାଞ୍ଚଳରେ ମନ୍ତ୍ରୀ ପ୍ରତାପ ଜେନା, ଯୋଜନା କମିସନ ଉପାଧ୍ୟକ୍ଷ ସଂଜୟ ଦାସବର୍ମା, ବିଧାୟକ ଦେବେଶ ଆଚାର୍ଯ୍ୟଙ୍କୁ ଦାୟିତ୍ୱ ଦିଆଯାଇଛି ।

ବେଲପାହାଡ଼ ପୌରାଞ୍ଚଳ ପାଇଁ ମନ୍ତ୍ରୀ ସୁଶାନ୍ତ ସିଂ, ବିଧାୟକ ଅତନୁ ସବ୍ୟସାଚୀଙ୍କୁ ଦାୟିତ୍ଵ ଦିଆଯାଇଛି । ସେହିପରି ବିଧାୟକ ଚନ୍ଦ୍ର ସାରଥୀ ବେହେରା କଣ୍ଢେଇକେଲା ଓ ରେମତା ଜିପି ଦାୟିତ୍ୱ, ବିଧାୟକ ପ୍ରିତିରଞ୍ଜନ ଘଡ଼େଇଙ୍କୁ ଚାରପାଲି ଓ ପିଥିଣ୍ଡା, ବିଧାୟକ ରଜେନ୍ଦ୍ର ଡ଼ୋଲକିଆଙ୍କୁ କନକତୋରା ଓ ବାଦିମାଲ ଜିପି, ପୁଷ୍ପେନ୍ଦ୍ର ସିଂଦେଓଙ୍କୁ ଅତାବିରା ଓ ଭିକମପାଲି ଜିପି, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ପଞ୍ଚଗାଁ ଓ ପଲସଦା, ବିଧାୟକ ରୋହିତ ପୂଜାରୀଙ୍କୁ ମଚିଦା ଓ କତରବଗା ଗ୍ରାମପଞ୍ଚାୟତର ଦାୟିତ୍ୱ ଦିଆଯାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
BJD Prepared A Team For Brajrajnagar By Election
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X