ବିଜେଡିର ନୂଆ ପଞ୍ଚ୍ ଲାଇନ୍: 'ଆମେ ଯାହା କହୁ, ତାହା କରୁ'
ଭୁବନେଶ୍ୱର: ଚଳିତ ମାସ ୨୨ ତାରିଖରୁ ଆରମ୍ଭ ହୋଇଛି ରାଜ୍ୟ ସରକାରଙ୍କ ବିଭାଗୀୟ ସମୀକ୍ଷା । ପ୍ରତି ବିଭାଗର ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ତେବେ ସମୀକ୍ଷା ସମୟରେ ମନ୍ତ୍ରୀ ତଥା ସଚିବ ସଂପୃକ୍ତ ବିଭାଗର ବିଭାଗର ଗତ ୪ବର୍ଷର କାର୍ଯ୍ୟ ତଥା ଉପଲବ୍ଧି ଓ ସଫଳ ପ୍ରକଳ୍ପ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ସମୟରେ ୨୦୧୯ରେ ଦିଆଯାଇଥିବା ନିର୍ବାଚନି ମେନିଫେଷ୍ଟୋ ଏବଂ ଉକ୍ତ ମେନିଫେଷ୍ଟୋ ଅନୁସାରେ କାମ ହୋଇଛି ନା ନାହିଁ, ସେନେଇ ସମୀକ୍ଷା କରାଯାଉଛି ।

ଆଜି ଗୃହ ଓ ନଗର ଉନ୍ନୟନ ବିଭାଗର ସମୀକ୍ଷା ସମୟରେ ମୁଖ୍ୟମନ୍ତ୍ରୀଙ୍କ ପଛପଟେ ରହିଥିବା ଡାଏଲଗକୁ ନେଇ ଏବେ ବେଶ ଚର୍ଚ୍ଚା ଲାଗି ରହିଛି । ମୁଖ୍ୟମନ୍ତ୍ରୀଙ୍କ ପଛପଟେ ଲାଗିଥିବା ଏହି ପୋଷ୍ଟରେ ଲେଖାଯାଇଛି ଯେ, " ଆମେ ଯାହା କହୁ, ତାହା କରୁ " ।
ତେବେ ନିର୍ବାଚନୀ ବର୍ଷ ପାଖେଇ ଆସୁଥିବାରୁ ବିଜେଡ଼ି ଏପରି ବିଭିନ୍ନ ନାରାକୁ ନେଇ ରାଜନୈତିକ ମହଲରେ ଅନେକ ଚର୍ଚ୍ଚା ଆରମ୍ଭ ହୋଇଛି । କହିରଖୁ କି, ଏହା ପୂର୍ବରୁ 'ଶଙ୍ଖ ମୋ ଗର୍ବ' ଓ 'ଜୟ ଜଗନ୍ନାଥ' ନାରା ସୋସିଆଲ ମିଡିଆରେ କ୍ୟାମ୍ପେନ କରିଥିଲା ବିଜେଡି଼ । ଦଳର ସମସ୍ତ ନେତା ସୋସିଆଲ ମିଡିଆରେ 'ଜୟ ଜଗନ୍ନାଥ' କହି ଭିଡିଓ ସେୟାର କରୁଥିଲେ । ଏହା ପୂର୍ବରୁ 'ଶଙ୍ଖ ମୋ ଗର୍ବ' କହି ଭିଡିଓ ସେୟାର କରାଯାଉଥିଲା ।












Click it and Unblock the Notifications