Get Updates
Get notified of breaking news, exclusive insights, and must-see stories!

ଅନାଥ ଆଶ୍ରମ ସହ ଜରାଶ୍ରମ ମିଶ୍ରଣର ପ୍ରସ୍ତାବ ଦେଲେ ବିଜେଡି ସାଂସଦ

ଅନାଥ ଆଶ୍ରମ ସହ ଜରାଶ୍ରମର ମିଶ୍ରଣ ପ୍ରସ୍ତାବ ଦେଲେ ବିଜେଡି ସାଂସଦ ଅମର ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କୁ ଏହି ପ୍ରସ୍ତାବ ଦେଇଛନ୍ତି ବିଜେଡି।

ଭୁବନେଶ୍ୱର: ଅନାଥ ଆଶ୍ରମ ସହ ଜରାଶ୍ରମର ମିଶ୍ରଣ ପ୍ରସ୍ତାବ ଦେଲେ ବିଜେଡି ସାଂସଦ ଅମର ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କୁ ଏହି ପ୍ରସ୍ତାବ ଦେଇଛନ୍ତି ବିଜେଡି। କୋଭିଡରେ ଅନାଥ ଶିଶୁଙ୍କ ଦାୟିତ୍ୱ ନେଇଛନ୍ତି ସରକାର । କିନ୍ତୁ ଏହି ଶିଶୁଙ୍କ ବାପାମାଆଙ୍କ ସ୍ନେହ ମିଳି ପାରିବନି । ତେଣୁ ଅନାଥ ଆଶ୍ରମ ସହ ଜରାଶ୍ରମର ମିଶ୍ରଣ ଦ୍ୱାରା ଅନାଥ ଶିଶୁମାନେ ବୟସ୍କଙ୍କ ସ୍ନେହ ପାଇପାରିବେ । ଜରାଶ୍ରମର ଅନ୍ତେବାସୀ ମଧ୍ୟ ପିଲାଙ୍କ ସ୍ନେହ ପାଇବେ ।

Amar Pattnaik

କେରଳରେ ଏହିଭଳି ମଡେଲ ଗ୍ରହଣ କରାଯାଇଥିବା ଦର୍ଶାଇ ଅମର ଓଡ଼ିଶାରେ ମଡେଲ ଲାଗୁ କରିବାକୁ ପ୍ରସ୍ତାବ ରଖିଛନ୍ତି । ସେହିପରି ବୁଣାକାର ଓ ହସ୍ତଶିଳ୍ପୀଙ୍କ ଜୀବନ ଜିବିକା ପାଇଁ ସହାୟତା ଦାବି କରିଛନ୍ତି ଅମର । ସେ କହିଛନ୍ତି, ବୁଣାକାର ଓ ହସ୍ତଶିଳ୍ପୀଙ୍କୁ କାଳିଆ ଯୋଜନା ଭଳି ସହାୟତା ମିଳୁ । କୋଭିଡ ପାଇଁ ୨୦୨୦ ମାର୍ଚ୍ଚରୁ ବୁଣାକାରମାନେ କଠିନ ପରିସ୍ଥିତି ଦେଇ ଗତି କରୁଛନ୍ତି ।

ଲକଡାଉନ ଯୋଗୁଁ ପ୍ରସ୍ତୁତ ସାମଗ୍ରୀ ବିକ୍ରି କରିପାରୁନାହାନ୍ତି ବୁଣାକାର । ରାଜ୍ୟକୁ ବିଦେଶୀ ମୁଦ୍ରା ଆଣିବାରେ ସହାୟକ ହୋଇଥାନ୍ତି ବୁଣାକାର । ମନରେଗାରେ ଏହି ଗୋଷ୍ଠୀ କାର୍ଯ୍ୟ କରିପାରିବେ ନାହିଁ । ସରକାରୀ କାର୍ଯ୍ୟକ୍ରମ କେବଳ ସମବାୟ କ୍ଷେତ୍ର ସହ ଜଡିତ ବୁଣାକାରଙ୍କୁ ମିଳୁଛି । ଘରୋଇ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବୁଣାକାର ସୁବିଧା ପାଉନାହାନ୍ତି । କାଳିଆ ଯୋଜନା ଭଳି ବର୍ଷେ ଦୁଇବର୍ଷ ପାଇଁ ସହାୟତା ଦେବାକୁ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି । ୧୬୯୦କୋଟିର କୋଭିଡ ପ୍ୟାକେଜ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+