ଶଙ୍ଖ ଭବନରେ ବସିବ ବିଜେଡି ବିଧାୟକ ଦଳ ବୈଠକ; ଚୟନ ହେବେ ବିଧାୟକ ଦଳ ନେତା
ଆସନ୍ତା ୧୯ ତାରିଖ ଦିନ ବିଜୁ ଜନତା ଦଳର ବିଧାୟକମାନଙ୍କୁ ନେଇ ବୈଠକ ବସିବ । ବିଜେଡି କାର୍ଯ୍ୟାଳୟ ଶଙ୍ଖ ଭବନରେ ଏହି ବୈଠକ ବସିବା ନେଇ ଜଣାପଡ଼ିଥିବା ବେଳେ ଏଥିରେ ସର୍ବସମ୍ମତି କ୍ରମେ ବିଧାୟକ ଦଳର ନେତା ଚୟନ କରାଯିବ । ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ସୂଚନା ଥାଉକି, ଜୁନ୍ ୧୮,୧୯ ଏବଂ ୨୦ ତାରିଖ ତିନିଦିନ ବିଧାନସଭା ଚାଲିବ । ଏଥିରେ ନବ ନିର୍ବାଚିତ ବିଧାୟକଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ନୂଆ ବାଚସ୍ପତି ଚୟନ କରାଯିବ ।
2024 ବିଧାନସଭା ନିର୍ବାଚନରେ ରାଜ୍ୟରେ 24 ବର୍ଷର ବିଜେଡ଼ି ସରକାରର ପତନ ହୋଇଛି । ବିଜେପି ଏକାକୀ ବୃହତ୍ ଦଳ ଭାବେ ଉଭା ହେବା ସହ ସରକାର ଗଠନ କରିସାରିଛି । 24 ବର୍ଷ ଧରି ରାଜ୍ୟରେ କ୍ଷମତାରେ ଥିବା ବିଜେଡି ଏଥର ଫେଲ୍ ମାରିଛି । ଦଳକୁ ମିଳିଛି 51 ଆସନ । ଏହା ସହ ମୁଖ୍ୟ ବିରୋଧୀ ହୋଇଛି ବିଜେଡି । ଏପରିକି କଂଗ୍ରେସ ମଧ୍ୟ 14 ଆସନରେ ଜିତି ଅନ୍ୟ ବିରୋଧୀ ଦଳ ରହିଛି । ଏଥି ମଧ୍ୟରେ ପ୍ରଶ୍ନ ଉଠୁଛି ରାଜ୍ୟରେ ନୂଆ ସରକାର ସାମ୍ନାରେ ବିରୋଧୀ ଦଳର ନେତୃତ୍ୱ କିଏ ନେବେ ?

ଏବେ ପ୍ରଶ୍ନ ହେଉଛି କେମିତି ବିରୋଧୀ ଦଳ ନେତା ଦାୟିତ୍ୱ ତୁଲାଇବେ ନବୀନ ? ଏ ଭିତରେ ଚର୍ଚ୍ଚା ହେଉଛି ବିଜେଡି ସୁପ୍ରିମୋ ନବୀନ ବିରୋଧୀ ଦଳ ନେତା ଭାବେ ଅନ୍ୟ ନେତାଙ୍କୁ ବାଛି ପାରନ୍ତି । ନିଜ ଛଡା ପ୍ରସନ୍ନ ଆଚାର୍ଯ୍ୟ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଅରୁଣ ସାହୁ ଓ ପ୍ରତାପ ଦେବଙ୍କ ପରି ପ୍ରମୁଖ ନେତାଙ୍କୁ ବିରୋଧୀ ଦଳ ନେତା ଭାବେ ଦାୟିତ୍ୱ ଦେଇପାରନ୍ତି । ଏସବୁ ନେତାଙ୍କର ବହୁବର୍ଷରୁ ରାଜନୀତିରେ ଅଭିଜ୍ଞତା ଥିବାରୁ ତାଙ୍କୁ ଏହି ଦାୟିତ୍ୱ ମିଳିପାରେ ବୋଲି କୁହାଯାଉଛି । ବିରୋଧୀ ଦଳ ନେତାଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବେ ରାଜ୍ୟ ସମସ୍ତ ସୁବିଧା ଦେଇଥାଏ। ଏଣୁ ଏ ପଦବୀ ପାଇଁ ଦଳର ବରିଷ୍ଠ ନେତାଙ୍କ ଭିତରେ ଆଗ୍ରହ ରହିବା ସ୍ବାଭାବିକ । କିନ୍ତୁ ଦଳର ସଭାପତି ଭାବେ ଏହା ନିର୍ଭର କରୁଛି ନବୀନ ଖୋଦ ଏ ପଦବୀକୁ ରଖୁଛନ୍ତି ନା କାହାକୁ ହସ୍ତାନ୍ତର କରୁଛନ୍ତି ।
ବିଧାନସଭା ଜଗିବେ ୮ ପ୍ଲାଟୁନ୍ । ବିଧାନସଭା ସୁରକ୍ଷା ଯାଞ୍ଚ କଲେ ଡିଜିପି ଅରୁଣ ଷଡ଼ଙ୍ଗୀ । ୩ ଦିନିଆ ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ପରେ ପ୍ରତିକ୍ରିୟା ରଖିଲେ ଡିଜିପି । ୭୫ ପୋଲିସ ଅଧିକାରୀଙ୍କ ସହ ୮ ପ୍ଲାଟୁନ୍ ମୁତୟନ ରହିବେ ବୋଲି ସେ କହିଛନ୍ତି।
ତିନିଥାକିଆ ସୁରକ୍ଷା ବ୍ୟବସ୍ଥା ରହିବ ବୋଲି ସେ କହିଛନ୍ତି । କେବଳ ପାସଧାରୀ ପ୍ରବେଶ କରିବେ । ସେହିପରି ୧୮ ଓ ୧୯ରେ ଶପଥ ପାଠ ହେବ । ୨୦ରେ ବାଚସ୍ପତି ନିର୍ବାଚନ ହେବ ।












Click it and Unblock the Notifications