ତିନି ବିଜେପି ନେତାଙ୍କୁ ପ୍ରଚାରରୁ ବାଦ୍ ଦେବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି଼ ପ୍ରତିନିଧି ଦଳ । ବିଜେଡି଼ ମୁଖପାତ୍ର ଲେନିନ ମହାନ୍ତିଙ୍କ ନେତୃତ୍ୱରେ ଫେରାଦ ହେଲା ବିଜେଡି଼ ।

ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି଼ ପ୍ରତିନିଧି ଦଳ । ବିଜେଡି଼ ମୁଖପାତ୍ର ଲେନିନ ମହାନ୍ତିଙ୍କ ନେତୃତ୍ୱରେ ଫେରାଦ ହେଲା ବିଜେଡି଼ । ନିର୍ବାଚନ ମଣ୍ଡଳୀ ପ୍ରଚାରରୁ ତିନି ବିଜେପି ନେତାଙ୍କୁ ବାଦ୍ ଦେବାକୁ ବିଜେଡି଼ ଦାବି କରିଛି । ଠାକୁର ରଞ୍ଜିତ ଦାସ, ପିଙ୍କି ପ୍ରାଧାନ ଓ କାଳନ୍ଦୀ ସାମଲଙ୍କୁ ପ୍ରଚାରରୁ ବାଦ୍ କରିବାକୁ ଦାବି କରାଯାଇଛି ।

BJD

ସୋମବାର ସନ୍ଧ୍ୟାରେ ପଦ୍ମପୁର ଜଗଦମ୍ବା କ୍ଲଥ୍‌ ଷ୍ଟୋରରେ ଜିଏସ୍‌ଟି ରେଡ୍‌ କରିଥିଲା। ଠିକ୍‌ ସେହି ସମୟରେ ବିଜେପିର ୩ ଜଣ ନେତା ଜିଏସ୍‌ଟି ରେଡରେ ବାଧକ ସାଜିଥିଲେ । ବିଜେଡି କହିଛି, ଜିଏସ୍‌ଟି ଟିମର ଜଣେ ମହିଳା ଅଧିକାରୀଙ୍କୁ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରିବା ସହ ଗାଡ଼ି ପୋଡ଼ିଛନ୍ତି ବିଜେପି କର୍ମୀ। କାହା ପଇସା ଧରା ପଡ଼ିବା ଭୟରେ ବିଜେପି ଏଭଳି କାଣ୍ଡ କରିଛି ବୋଲି ପ୍ରଶ୍ନ କରିଛି ବିଜେଡି।

ତେବେ ଏନେଇ ଆଜି ବିଜେଡି ପ୍ରେସମିଟ୍ କରି ବିଜେପି ଉପରେ ବର୍ଷିଥିଲା । ପଦ୍ମପୁର ଉପ-ନିର୍ବାଚନରେ ହିଂସା ମାହୋଲ ସୃଷ୍ଟି କରିବାକୁ ବିଜେପି ଉଦ୍ୟମ କରୁଥିବା କହିଥିଲା ବିଜେଡି । ଏପରିକି ବିଜେପିର ୪ ନେତାଙ୍କୁ ପଦ୍ମପୁର ପ୍ରଚାର ମୈଦାନରୁ ବିଦା କରାଯାଉ ବୋଲି ଦାବି କରିଥିଲେ ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+