ବିଜେଡି ନେତାଙ୍କ ବିସ୍ଫୋରକ ବୟାନ; କହିଲେ ପରାଜୟ ପାଇଁ ନବୀନ ଦାୟୀ !

ଭି.କେ ପାଣ୍ଡିଆନଙ୍କ ଯୋଗୁ ଗତ ନିର୍ବାଚନରେ ବିଜେଡି ହାରିଲା। ପୂର୍ବରୁ ବିଜେଡିର କେତେକ ନେତା ପରୋକ୍ଷରେ ହେଉ ଅବା ପ୍ରତ୍ୟକ୍ଷରେ ତାଙ୍କ ଉପରକୁ ଅଙ୍ଗୁଳି ଉଠାଇ ଏହି କଥା କହିଥିଲେ।

sushant behera

କିନ୍ତୁ ଆଜି ବିଜେଡି ନେତା ତଥା ଛେଣ୍ଡିପଦାର ପୂର୍ବତନ ବିଧାୟକ ସୁଶାନ୍ତ ବେହେରା ଗଣମାଧ୍ୟମରେ ଯେଉଁ ପ୍ରତିକ୍ରିୟା ଦେଇଛନ୍ତି, ସେଥିରେ ସେ ଦଳର ପରାଜୟ ପାଇଁ ନବୀନ ପଟ୍ଟନାୟକଙ୍କୁ ଦାୟୀ କରିଛନ୍ତି।

ସୁଶାନ୍ତ ବେହେରା କହିଛନ୍ତି ଯେ, ଦଳ ଟିକେ ଭୁଲ୍ ବାଟରେ ପରିଚାଳିତ ହୋଇଥିଲା। କିନ୍ତୁ ଏବେ ଆଉ ସେହି ଭୁଲ ପନ୍ଥା ଆପଣାଇ ନାହିଁ। ଏବେ ଦଳ ଠିକ୍ ରାସ୍ତାକୁ ଆସି ସାରିଲାଣି। ଦଳକୁ ସାଧାରଣତଃ ତତ୍‌କାଳୀନ ମାନ୍ୟବର ମୁଖ୍ୟମନ୍ତ୍ରୀ ଟିକେ ବୋଧେ ଅଣଦେଖା କଲେ। ଯାହା ଫଳରେ ଦଳ ପରାଜିତ ହେଲା।

ଦଳର ସଭାପତି ନିଜେ ସମସ୍ତ ସଭାସମିତିରେ ଯୋଗ ଦେବା ବଦଳରେ ତାଙ୍କ ପ୍ରତିନିଧି ଯୋଗ ଦେବା ଯୋଗୁ ଦଳର କିଛି କର୍ମୀ ଓ ବ୍ୟକ୍ତିତ୍ୱ ଅସନ୍ତୁଷ୍ଟ ହୋଇଥିଲେ। ତେଣୁ ଏହା ମଧ୍ୟ ଦଳର ପରାଜୟର ଆଉ ଏକ କାରଣ। ପରିଚାଳନାଗତ ତ୍ରୁଟି ଯୋଗୁ ଦଳ ହାରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+