ଭର୍ତ୍ତୃହରିଙ୍କ ଇସ୍ତଫା ନେଇ ମନ୍ତବ୍ୟ ରଖିଲେ ବିଜେଡି ନେତା ପ୍ରତାପ ଜେନା
ଭର୍ତ୍ତୃହରିଙ୍କ ଇସ୍ତଫା ନେଇ ବିଜେଡି ନେତା ପ୍ରତାପ ଜେନାଙ୍କ ମନ୍ତବ୍ୟ ରଖିଛନ୍ତି । ସେ କହିଛନ୍ତି ଯେ, ଭର୍ତ୍ତୃହରି ନିର୍ବାଚନ ମଣ୍ଡଳୀରେ ଲୋକଙ୍କୁ ସମୟ ଦେଉନଥିଲେ । ଲୋକଙ୍କ ପାଇଁ କାମ କରୁନଥିଲେ, ଲୋକଙ୍କ ସହ ସଂପର୍କ ନଥିଲା । ଜନ ଅସନ୍ତୋଷ ସତ୍ତ୍ୱେ ନବୀନ ବାବୁ ତାଙ୍କୁ ୨୦୧୯ରେ ଟିକେଟ ଦେଇଥିଲେ।
ଏଥର ଆଉ ତାଙ୍କ ପାଇଁ ସୁଯୋଗ ନଥିବା ଜାଣି ସେ ଛାଡ଼ି ପଳାଇଲେ। ଛଅ ଥର ତାଙ୍କୁ ସାଂସଦ କରିଥିବା ଦଳକୁ ଛାଡ଼ି ଚାଲିଯିବା ଦୁଃଖର କଥା ବୋଲି ସେ କହିଛନ୍ତି ।
ବିଜେଡିରୁ ଇସ୍ତଫା ଦେଲେ ଭର୍ତ୍ତୃହରି । କଟକ ସାଂସଦ ଭର୍ତ୍ତୃହରି ମହତାବ ବିଜେଡ଼ିରୁ ଇସ୍ତଫା ଦେଇଛନ୍ତି । ଆଜି ମେଣ୍ଟ ନ ହେବା ନେଇ ସ୍ପଷ୍ଟତା ଆସିବା ପରେ ମହତାବ ବିଜେଡ଼ିରୁ ଇସ୍ତଫା ଦେଇଛନ୍ତି । ଏଥରକୁ ମିଶାଇ କଟକରୁ ୬ ଥର ସାଂସଦ ଭର୍ତ୍ତୃହରି ।
ପ୍ରେସମିଟରେ ଇସ୍ତଫା ସୂଚନା ଦେଲେ ସାଂସଦ ଭର୍ତ୍ତୃହରି । ଇସ୍ତଫା ପତ୍ର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛି । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଭର୍ତ୍ତୃହରି ମହତାବ ।

ସରକାର ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛି କହିଲେ ଭର୍ତ୍ତୃହରି । ସରକାର ପରିଚାଳନା ତ୍ରୁଟି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛି । କେବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ପ୍ରଶ୍ନରେ ଭର୍ତ୍ତୃହରିଙ୍କ ଉତ୍ତର ଏନେଇ ଡାଏରୀ ଖୋଲିବାକୁ ପଡ଼ିବ ବୋଲି କହିଲେ ଭର୍ତ୍ତୃହରି ।
ବିଜେଡି-ବିଜେପି ସମ୍ଭାବ୍ୟ ମେଣ୍ଟକୁ ଅନ୍ ଏଥିକାଲ କହିଲେ ଭର୍ତ୍ତୃହରି । ଏକ ଅନ୍ ଏଥିକାଲ ବା ଅନୈତିକ ମେଣ୍ଟ ହେବାକୁ ଯାଉଥିଲା'। ମେଣ୍ଟ ହେଲାନାହିଁ, ଏହା ଗଣତନ୍ତ୍ର ପାଇଁ ଶୁଭ ସଂକେତ ବୋଲି ଭର୍ତ୍ତୃହରି କହିଛନ୍ତି ।
ବିଜେପି ଯିବେ କି ନାହିଁ ପ୍ରଶ୍ନରେ ଭର୍ତ୍ତୃହରି ଉତ୍ତର କହିଛନ୍ତି, ଏକଥା ସମୟ କହିବ ବୋଲି କହିଲେ ସାଂସଦ ଭର୍ତ୍ତୃହରି । ପୁଣି ଏକ ବନ୍ଧନ ଭିତରକୁ ଯିବି କି ନାହିଁ ସମୟ କହିବ। ବନ୍ଧୁ, ଶୁଭେଚ୍ଛୁ ଏବଂ ମୋ ଲୋକମାନଙ୍କ ମତାମତ ନେବି ।












Click it and Unblock the Notifications