ଓଡ଼ିଶାବାସୀଙ୍କ ଟଙ୍କା ଖର୍ଚ୍ଚ ହେଉଛି, ଲୋଗୋ ରହିଲେ ଅସୁବିଧା କେଉଁଠି? : ବିଜେଡି
ବିଜୁ ପକ୍କାଘର ଲୋଗୋ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ବିଜେଡିର ଟାର୍ଗେଟ । ବିଜେଡି କହିଛି, ବିଜେପି ସାଂସଦ ମାନେ ଷଡ଼ଯନ୍ତ୍ର କରି ଏକବର୍ଷ ହେବ ଏହି ଯୋଜନାକୁ ବନ୍ଦ କରିଛନ୍ତି ।
ଭୁବନେଶ୍ୱର: ବିଜୁ ପକ୍କାଘର ଲୋଗୋ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ବିଜେଡିର ଟାର୍ଗେଟ । ବିଜେଡି କହିଛି, ବିଜେପି ସାଂସଦ ମାନେ ଷଡ଼ଯନ୍ତ୍ର କରି ଏକବର୍ଷ ହେବ ଏହି ଯୋଜନାକୁ ବନ୍ଦ କରିଛନ୍ତି । ୩ଶହ ଗାଁର ଅନିୟମିତତା ଦର୍ଶାଇ ସାଢ଼େ ଚାରିକୋଟି ଲୋକଙ୍କର ହକରେ ବାଧା ସୃଷ୍ଟି କରିଛନ୍ତି । ଏହି ଯୋଜନାରେ ୩୦ ହଜାର ଗାଁ ଲୋକ ଉପକୃତ ହେଉଥିଲେ । ପୂର୍ବରୁ ଏହି ଯୋଜନାରେ କେନ୍ଦ୍ର ୯୦ ପ୍ରତିଶତ ଏବଂ ରାଜ୍ୟ ସରକାର ୧୦ ପ୍ରତିଶତ ଦେଉଥିଲେ । ପରେ ଏହାକୁ କେନ୍ଦ୍ର ସରକାର ୬୦:୪୦ କଲେ ।

ଓଡ଼ିଶାବାସୀ ବର୍ତ୍ତମାନ ୫୦ ପ୍ରତିଶତ ସେୟାର ବହନ କରୁଛନ୍ତି । ତେଣୁ ଏହି ଯୋଜନାରେ ବିଜୁ ପକ୍କାଘରର ଲୋଗୋ ରହିଲେ କଣ ଅସୁବିଧା ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି ବିଜେଡି ବିଧାୟକ ବ୍ୟୋମକେଶ ରାୟ ।
ଗ୍ରାମୀଣ ଗୃହନିର୍ମାଣରେ ଓଡିଶା କେନ୍ଦ୍ର ସରକାରଙ୍କ ଠାରୁ ପୁରସ୍କୃତ ହୋଇଥିଲା । ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ରରେ ଓଡିଶା ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧୁକାର କରିଛି । ଓଡ଼ିଶା ୫ ବର୍ଷ ଭିତରେ ୧୫୭୩୦୦୦ ଗୃହ ନିର୍ମାଣ କରିଛି । ଏହି ବାବଦରେ କେନ୍ଦ୍ର ସରକାର ପ୍ରାୟ ୧୨ ହଜାର ୯୨୮ କୋଟି ଖର୍ଚ୍ଚ ହୋଇଥିଲାବେଳେ ରାଜ୍ୟର ପ୍ରାୟ ୮ ହଜାର ୫ ଶହ ୧୮ କୋଟି ଖର୍ଚ୍ଚ ହୋଇଛି ବୋଲି ବିଜେଡି ବିଧାୟକ ବ୍ୟୋମକେଶ ରାୟ କହିଛନ୍ତି।
ଓଡ଼ିଶା ଗତ ୫ବର୍ଷରେ ୧୫ଲକ୍ଷ ୭୩ହଜାର ଘର କରିଥିବା ବେଳେ କେନ୍ଦ୍ର ସରକାର ପ୍ରଶଂସା କରିଛନ୍ତି । କେନ୍ଦ୍ର ସରକାର ୧୪ଲକ୍ଷ ଗୃହ ନିର୍ମାଣ ପୂରଣ କରୁନାହାନ୍ତି କାହିଁକି ? ଓଡ଼ିଶା ପ୍ରତିବର୍ଷ ପ୍ରାକୃତିକ ବିର୍ପଯ୍ୟୟର ସମ୍ମୁଖୀନ ହେଉଛି । ଏଭଳି ସ୍ଥିତିରେ ସବୁ ଲୋକଙ୍କୁ ଗୃହ ଯୋଗାଇବା ଜରୁରୀ । ଗୃହ ନ ଯୋଗାଇ ବିଜେପି ସାଂସଦ ଦିଲ୍ଲୀରେ ରାଜନୀତି କରୁଛନ୍ତି । ରାଜ୍ୟ ସ୍ୱାର୍ଥକୁ ଚେକ୍ ଦେବା ପାଇଁ ଦିଲ୍ଲୀ ଦରବାର ଯାଇଛନ୍ତି । ଗୃହ ନିର୍ମାଣ ନେଇ ରାଜ୍ୟ ବିଜେପି କେନ୍ଦ୍ରରେ ସ୍ୱର ଉତ୍ତୋଳନ କରୁନି ।












Click it and Unblock the Notifications