30 ମୁଖପାତ୍ର ଓ ୧୪ ପ୍ୟାନେଲିଷ୍ଟଙ୍କୁ ନେଇ ବିଜେଡିର ନୂଆ ମିଡିଆ ଟିମ୍
୬ ଜଣ ଜାତୀୟ ମୁଖପାତ୍ର, ୧୬ ଜଣ ମୁଖପାତ୍ର ଓ ୧୪ ଜଣଙ୍କୁ ପ୍ୟାନେଲିଷ୍ଟଙ୍କୁ ନେଇ ଗଠନ ହୋଇଛି ବିଜେଡିର ନୂଆ ମିଡିଆ ଟିମ ।
ଭୁବନେଶ୍ୱର: ପ୍ରକାଶ ପାଇଛି ବିଜେଡିର ନୂଆ ଟିମ ତାଲିକା । ମୁଖପାତ୍ର ଓ ପ୍ୟାନେଲିଷ୍ଟଙ୍କୁ ନେଇ ନୂଆ ମିଡିଆ ଟିମ ଗଠନ କରିଛି ବିଜେଡି । ବିରୋଧିଙ୍କ କଡା ଜବା ସହ ଦଳର ଅନେକ ଜନ ହିତକାରୀ କାର୍ଯ୍ୟ ବିଷୟରେ ଲୋକଙ୍କୁ କରାଇବେ ଅବଗତ । ୬ ଜଣ ଜାତୀୟ ମୁଖପାତ୍ର, ୧୬ ଜଣ ମୁଖପାତ୍ର ଓ ୧୪ ଜଣଙ୍କୁ ପ୍ୟାନେଲିଷ୍ଟଙ୍କୁ ନେଇ ଗଠନ ହୋଇଛି ବିଜେଡିର ନୂଆ ମିଡିଆ ଟିମ ।

ଏନେଇ ବିଜୁ ଜନତା ଦଳ ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜଙ୍କ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି । ଜାତୀୟ ମୁଖପାତ୍ର ଟିମରେ ପ୍ରସନ୍ନ ଆଚାର୍ଯ୍ୟ, ପିନାକୀ ମିଶ୍ର, ଅଚ୍ୟୁତ ସାମନ୍ତ, ଅମର ପଟ୍ଟନାୟକ, ସସ୍ମିତ ପାତ୍ର ଓ ଶର୍ମିଷ୍ଠା ସେଠୀ ସାମିଲ କରାଯାଇଥିବାବେଳେ ମୁଖପାତ୍ର ଭାବେ ପ୍ରତାପ କେଶରୀ ଦେବ, ଚନ୍ଦ୍ରଶେଖର ସାହୁ, ରମେଶଚନ୍ଦ୍ର ମାଝୀ, ସ୍ନେହାଙ୍ଗିନୀ ଛୁରିଆ, ବ୍ୟୋମକେଶ ରାୟ, ରାସେଶ୍ୱରୀ ପାଣିଗ୍ରାହୀ, କସ୍ତୁରୀ ମହାପାତ୍ର, ଅନୁଭବ ପଟ୍ଟନାୟକ, ଲୋପାମୁଦ୍ରା ବକ୍ସିପାତ୍ର, ଲେନିନ୍ ମହାନ୍ତି, ସଞ୍ଜୟ ବାବୁ, ଶ୍ରୀମୟୀ ଶ୍ୱେତାସିଗ୍ଧା ମିଶ୍ର, ଚିନ୍ମୟ ସାହୁ, ଏଲିନା ଦାଶ ଓ ହରିଶ ଚୌଧୁରୀଙ୍କୁ ନିଯୁକ୍ତି ମିଳିଛି।
ପ୍ୟାନେଲିଷ୍ଟ ତାଲିକାରେ ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ପ୍ରିୟବ୍ରତ ମାଝୀ, ଚକ୍ରଧର ଦାଶ, ଓମପ୍ରକାଶ ସାହୁ, ମଧୁସ୍ମିତା ନାୟକ, ଇପସିତା ସାହୁ, ଜ୍ୟୋସ୍ନାମୟୀ ପରିଡ଼ା, ସୋଫିଆ ଆଲମ୍ , ତୁମ୍ବାନାଥ ପଣ୍ଡା, ପ୍ରଶାନ୍ତ କୁମାର ସାହୁ, ଅମିତ ମଲ୍ଲିକ, ଛବି ମାହାଳୀ, ମିନାକ୍ଷୀ ମିଶ୍ର ଓ ସ୍ମୃତି ନନ୍ଦଙ୍କୁ ଅବସ୍ଥାପିତ କରାଯାଇଛି।
ଜାତୀୟ ମୁଖପାତ୍ର
- ପ୍ରସନ୍ନ ଆଚାର୍ଯ୍ୟ
- ପିନାକୀ ମିଶ୍ର
- ଅଚ୍ୟୁତ ସାମନ୍ତ
- ଡ. ଅମର ପଟ୍ଟନାୟକ (ଅର୍ଥନୀତି ଓ ବୈଦେଶିକ ବ୍ୟାପାର)
- ଡ. ସସ୍ମିତ ପାତ୍ର
- ଶର୍ମିଷ୍ଠା ସେଠୀ
ମୁଖପାତ୍ର
- ପ୍ରତାପ କେଶରୀ ଦେବ
- ଚନ୍ଦ୍ର ଶେଖର ସାହୁ
- ରମେଶ ଚନ୍ଦ୍ର ମାଝି
- ସ୍ନେହାଙ୍ଗିନୀ ଛୁରିଆ
- ଡ. ବ୍ୟୋମକେଶ ରାୟ
- ଡ. ରାଶେଶ୍ୱରୀ ପାଣିଗ୍ରାହୀ
- କସ୍ତୁରୀ ମହାପାତ୍ର
- ଅନୁଭବ ପଟ୍ଟନାୟକ
- ଲୋପାମୁଦ୍ରା ବକ୍ସିପାତ୍ର
- ଲେନିନ୍ ମହାନ୍ତି
- ସଞ୍ଜୟ ବାବୁ
- ସୁଲତା ଦେଓ
- ଶ୍ରୀମୟୀ ଶ୍ୱେତା ସ୍ନିଗ୍ଧା ମିଶ୍ର
- ଚିନ୍ମୟ ସାହୁ
- ଏଲିନା ଦାଶ
- ଡ. ହରିଶ ଚୌଧୁରୀ
ପାନେଲିଷ୍ଟ
- ଚନ୍ଦ୍ରାଣୀ ମୁର୍ମୁ
- ପ୍ରିୟବତ୍ତ ମାଝି
- ଚକ୍ରଧର ଦାସ
- ଓମ୍ ପ୍ରକାଶ ସାହୁ
- ମଧୁସ୍ମିତା ନାୟକ
- ଇପ୍ସିତା ସାହୁ
- ଜ୍ୟୋତ୍ସାମୟୀ ପରିଡ଼ା
- ସୋଫିଆ ଆଲମ୍
- ତୁମ୍ଭନାଥ ପଣ୍ଡା
- ପ୍ରଶାନ୍ତ କୁମାର ସାହୁ
- ଅମିତ୍ ମଲ୍ଲିକ
- ଛବି ମାହାଲି
- ମୀନାକ୍ଷୀ ମିଶ୍ର
- ସ୍ମୃତି ନନ୍ଦ












Click it and Unblock the Notifications