ଛାତ୍ର ବିଜେଡ଼ିର କାର୍ଯ୍ୟକାରିଣୀ ବୈଠକ : ଗୁରୁମନ୍ତ୍ର ଦେଉଛନ୍ତି ନେତା
ଛାତ୍ର ବିଜେଡିର କାର୍ଯ୍ୟକାରିଣୀ ବୈଠକ ବୁଧବାର ଆରମ୍ଭ ହୋଇଛି ।
ଭୁବନେଶ୍ୱର : ଛାତ୍ର ବିଜେଡିର କାର୍ଯ୍ୟକାରିଣୀ ବୈଠକ ବୁଧବାର ଆରମ୍ଭ ହୋଇଛି । ଏହି ବୈଠକରେ ଆସନ୍ତାବର୍ଷ ପାଇଁ ରାଜନୈତିକ ଏଜେଣ୍ଡା ପ୍ରସ୍ତୁତ ହେବ । ବୈଠକରେ ଦଳର ବରିଷ୍ଠ ନେତାମାନେ ଛାତ୍ରମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ଛାତ୍ର ସମାବେଶରେ ଉଦବୋଧନ ଦେଇଛନ୍ତି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ନବୀନଙ୍କ ନୀତି, ଆଦର୍ଶ ଓ ଭିଜନକୁ ନେଇ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ପରାମର୍ଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଭଳି ଭାବେ ନୀତି ଓ ଆଦର୍ଶ ଲୋକଙ୍କ ପାଇଁ କାମ କରୁଛନ୍ତି ସେହିଭଳି ନୀତିରେ ଅନୁପ୍ରାଣିତ ହେବାକୁ ସେ ଛାତ୍ର ସଂଗଠନକୁ ଆହ୍ୱାନ କରିଛନ୍ତି । ଦୁର୍ନୀତି ବିରୋଧରେ ଲଢେଇ ପାଇଁ ଆହ୍ୱାନ ଦେଇଛନ୍ତି । ଦୁର୍ନୀତି ମୁକ୍ତ ଓଡ଼ିଶା ବିଜେଡ଼ିର ଲକ୍ଷ୍ୟ । ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଯିଏ ମିଥ୍ୟା ଆରୋପ ଆଣୁଛନ୍ତି ସେମାନଙ୍କୁ ଉଚିତ୍ ଢଙ୍ଗରେ ସମ୍ମୁଖୀନ ହୁଅ ବୋଲି କହିଛନ୍ତି ପ୍ରଣବ । ଏହି ବୈଠକରେ କେନ୍ଦ୍ର ଅବହେଳା ପ୍ରସଙ୍ଗରେ ମଧ୍ୟ ତୃଣମୂଳ ସ୍ତରରେ ଆଲୋଚନା ହେବ ।












Click it and Unblock the Notifications