Get Updates
Get notified of breaking news, exclusive insights, and must-see stories!

ରାଜ୍ୟସଭା ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା, ନବୀନ ଖେଳିଲେ ମାଷ୍ଟର ଷ୍ଟ୍ରୋକ୍

ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେଡି । ଓଡିଶା ପାଇଁ ଖାଲିଥିବା ୪ ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜୁ ଜନାତା ଦଳ ।

ଭୁବନେଶ୍ୱର: ଶେଷ ହେଲା ସବୁ କଳ୍ପନା ଜଳ୍ପନା । ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେଡି । ଓଡିଶା ପାଇଁ ଖାଲିଥିବା ୪ ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜୁ ଜନାତା ଦଳ । ବିଜେଡିର ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ରାଜସଭା ସାଂସଦ ସସ୍ମିତ ପାତ୍ର, ବିଜେଡି ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ, ଦଳ ମୁଖପାତ୍ର ସୁଲତା ଦେଓ ଏବଂ ଓଡିଶା ଆଦିବାସୀ କଲ୍ୟାଣ ସଙ୍ଘର ମହାସଚିବ ନିରଞ୍ଜନ ବିଶି ।

BJD Candidates Name For Rajya Sabha Election 2022

ତେବେ ଆମେ କରିଥିବା ପୂର୍ବାନୁମାନ ସତ ହୋଇଛି । ରାଜ୍ୟସଭା ପାଇଁ ରିପିଟ ହୋଇଛନ୍ତି ସସ୍ମିତ ପାତ୍ର । ରାଜ୍ୟସଭା ସାଂସଦ ଭାବେ ମାତ୍ର ୩ ବର୍ଷ ସସ୍ମିତ ପାତ୍ର ରହିଥିଲେ । ମାତ୍ର ସେ ଅନେକ ପ୍ରସଙ୍ଗରେ ରାଜ୍ୟସଭାରେ ପକ୍ଷ ରଖି ପ୍ରଶଂସିତ ହୋଇଛନ୍ତି । ଫଳରେ ସସ୍ମିତ ପାତ୍ରଙ୍କୁ ପୁଣିଥରେ ଦିଲ୍ଲୀ ପଠାଇବାକୁ ଉଚିତ୍ ମଣିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେହିପରି ଚର୍ଚ୍ଚା ହେଉଥିବା ମହିଳାକାର୍ଡ ମଧ୍ୟ ଖେଳିଛନ୍ତି ନବୀନ । ରେସରେ ଅନେକ ନାମ ଥିଲେ ମଧ୍ୟ ବିଜେଡି ମୁଖପାତ୍ର ସୁଲତା ଦେଓଙ୍କୁ ପ୍ରାର୍ଥୀ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

 Rajya Sabha Election 2022

ତେବେ ନବୀନ ଯେଉଁ ଗୋଟିଏ ସର୍‌ପ୍ରାଇଜ୍ କାର୍ଡ ଖେଳିଛନ୍ତି, ସେ ହେଉଛନ୍ତି ନିରଞ୍ଜନ ବିଶି । ନିରଞ୍ଜନ ପଶ୍ଚିମ ଓଡ଼ିଶାର ଜଣେ ଚର୍ଚ୍ଚିତ ଆଦିବାସୀ ଚେହେରା । ସେ ବଲାଙ୍ଗିରର ବାସିନ୍ଦା । ନିରଞ୍ଜନ ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘର ମହାସଚିବ ରହିଛନ୍ତି । କିଛି ଦିନ ତଳେ ସେ ବିଜେଡିରେ ସାମିଲ ହୋଇଥିଲେ । ତେଣୁ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ଆରମ୍ଭ ହୋଇଯାଇଥିଲା ଯେ, ତାଙ୍କୁ ଏଥର ରାଜ୍ୟସଭା ଟିକେଟ୍‌ ଦିଆଯାଇ ପାରେ । ଆଉ ଯାହା ସତ ପ୍ରାମାଣିତ ହୋଇଛି ।

 Rajya Sabha Election 2022

ସେହିପରି ବିଜେଡି ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜଙ୍କୁ ନେଇ ମଧ୍ୟ ଖୁବ୍ ଚର୍ଚ୍ଚା ହେଉଥିଲା । ସାମ୍ବିକତାରୁ ବିଜେଡିର ସାମାଜିକ ଗଣମାଧ୍ୟମ ସମ୍ଭାଳୁଥିଲେ ମାନସ । ଏବେ ରାଜ୍ୟରେ ଏକ ପ୍ରମୁଖ ଟେଲିଭିଜନ ଚ୍ୟାନେଲର ମୁଖ୍ୟ ଭାବେ କାମ କରି ବିଜେଡି ଓ ସରକାରଙ୍କ ଖୁବ୍ ଗୁଣଗାନ କରୁଛନ୍ତି ମାନସ । ଯାହାର ଫଳ ସ୍ବରୂପ ବୋଧହୁଏ, ନବୀନ ତାଙ୍କୁ ରାଜ୍ୟସଭା ଟିକେଟ୍ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଓଡିଶା କୋଟାରୁ ରାଜ୍ୟସଭାରେ ୪ଟି ଆସନ ଖାଲି ରହିଛି । ପ୍ରସନ୍ନ ଆଚାର୍ଯ୍ୟ, ଦକ୍ଷିଣ ଓଡ଼ିଶାର ପ୍ରମୁଖ ଚେହେରା ଏନ୍. ଭାସ୍କର ରାଓ, ବିଜେଡି ମୁଖପାତ୍ର ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ସରିଥିବାବେଳେ କଟକ ମେୟର ଭାବେ ନିର୍ବାଚିତ ହେବା ପରେ ସୁବାସ ସିଂ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଯାହାପରେ ଓଡିଶାରୁ ମୋଟ ୪ଟି ଆସନ ଖାଲି ରହିଛି । ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ଯେହେତୁ ୪ ଯାକ ଆସନ ବିଜେଡି ଖାତାକୁ ଆସିବ । ତେଣୁ ଏ ସମସ୍ତ ୪ ପ୍ରାର୍ଥୀ ରାଜ୍ୟସଭାକୁ ନିର୍ବାଚିତ ହେବା ନିଶ୍ଚିତ ବୋଲି କୁହାଯାଉଛି ।

ସେହିପରି ରାଜ୍ୟସଭା ନିର୍ବାଚନ ଲାଗି ଗତ ୨୬ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଜୁନ ୨ ରହିଛି ନାମଙ୍କନ ଦାଖଲର ଶେଷ ତାରିଖ । ଆସନ୍ତା ୧୩ ତାରିଖରେ ହେବ ରାଜ୍ୟସଭା ପାଇଁ ଭୋଟିଂ ପ୍ରକ୍ରିୟା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+