ଟିକେଟ୍ ପରେ ଭାବବିହ୍ୱଳ ହେଲେ ରୁଦ୍ର : କହିଲେ ମା'-ବାପାଙ୍କ ବିନା ମୁଁ ଅଧୁରା, ସବୁ ସ୍ୱପ୍ନ ପୂରଣ କରିବି
ଟିକେଟ୍ ପରେ ଭାବବିହ୍ୱଳ ହେଲେ ରୁଦ୍ର । ମା ବାପାଙ୍କ ଆର୍ଶୀବାଦ, ନବୀନ ବାବୁଙ୍କ ଆର୍ଶୀବାଦ ଓ ଡେଲାଙ୍ଗ ପିପିଲିବାସୀଙ୍କ ଆର୍ଶୀବାଦ ପାଇଁ ଟିକେଟ୍ ପାଇଲି
ଭୁବନେଶ୍ୱର । ବିଜେଡିରୁ ପିପିଲି ପ୍ରାର୍ଥୀ ହୋଇଛନ୍ତି ରୁଦ୍ର ପ୍ରତାପ ମହାରଥୀ । ପିପିଲି ଉପନିର୍ବାଚନ ପାଇଁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ରୁଦ୍ରଙ୍କ ନାମ ଘୋଷଣା କରିଛନ୍ତି । ଏହାପରେ ପିପିଲି ଉପନିର୍ବାଚନକୁ ବିଜେଡି କାହାକୁ ଟିକେଟ୍ ଦେବ ଏହାକୁ ନେଇ ଚାଲିଥିବା କଳ୍ପନାଯଳ୍ପାନାର ଅନ୍ତ ଘଟିଛି । ତେବେ ଟିକେଟ୍ ଘୋଷଣା ହେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ରୁଦ୍ର । ତେବେ ଏହି ସମୟରେ ରୁଦ୍ର ଭାବବିହ୍ୱଳିତ ହୋଇଯାଇଥିବା ଦେଖା ଯାଇଥିଲା । ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ ସେ କହିଛନ୍ତି, ମା'-ବାପାଙ୍କ ଆର୍ଶୀବାଦ, ନବୀନ ବାବୁଙ୍କ ଆର୍ଶୀବାଦ ଓ ଡେଲାଙ୍ଗ ପିପିଲିବାସୀଙ୍କ ଆର୍ଶୀବାଦ ପାଇଁ ଟିକେଟ୍ ପାଇଲି ।

ପିପିଲି ଓ ଡେଲାଙ୍ଗବାସୀଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ଜୀବନ ଲଗାଇ ଦେବି । ପିପିଲି-ଡେଲାଙ୍ଗରେ ଯାହା କାମ ରହିଯାଇଛି ତାହା ସଂପୂର୍ଣ୍ଣ ହେବ । ସେହିପରି ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଚଳିତ ମାସ 30 ତାରିଖ ଥିବାରୁ ଏସମ୍ପର୍କରେ ସେ କହିଛନ୍ତି ନାମାଙ୍କନ ପତ୍ର ଦାଖଲ ନେଇ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବେ । ନବୀନ ବାବୁ ମୋ ଉପରେ ଭରସା ଦେଖାଇ ଥିବାରୁ ତାଙ୍କୁ ଧନ୍ୟବାଦ । ବାପାଙ୍କର ଓ ନବୀନ ବାବୁଙ୍କର କାମ ଯାହା କୋଭିଡ୍ କଟକଣା ପାଇଁ ଅଧାରେ ରହିଯାଇଛି ତାକୁ ନେଇ ସଂପୂର୍ଣ୍ଣ କରିବାକୁ ଚେଷ୍ଟା କରିବି । ମା ବାପାଙ୍କ ବିନା ମୁଁ ଅଧୁରା । ସମସ୍ତଙ୍କୁ ନେଇ କାମ ହେବ ବୋଲି କହିଛନ୍ତି ରୁଦ୍ର । ପିପିଲି ଉପନିର୍ବାଚନ ଅପ୍ରେଲ 17ରେ ଅନୁଷ୍ଠିତ ହେବ ।












Click it and Unblock the Notifications