ଝାରସୁଗୁଡ଼ା ଉପନିର୍ବାଚନ:ଆଜି ନାମାଙ୍କନ ପତ୍ର ଦାଖଲ କରିବେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ

ଝାରସୁଗୁଡ଼ା:ଝାରସୁଗୁଡ଼ା ଉପନିର୍ବାଚନ । ଆଜି ନାମାଙ୍କନ ପତ୍ର ଦାଖଲ କରିବେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ନାମାଙ୍କନ ପାଇଁ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଛି ଯେଉଁଥିରେ ସାମିଲ ହେବେ ବିଜେଡିର ହେବିୱେଟ୍ ନେତା । ଆଜି ସକାଳ ୧୦ଟାରେ ମନମୋହନ ଏମି ସ୍କୁଲ ପରିସରରୁ ଆରମ୍ଭ ହେବ ଶୋଭାଯାତ୍ରା । ପୂର୍ବରୁ କଂଗ୍ରେସ ଓ ବିଜେପିର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି ।

୧୬ ତାରିଖ ଦିନ ଆନୁଷ୍ଠାନିକ ଭାବେ ବିଜେଡି ଟିକେଟ୍ ନେଇଥିଲେ ଦୀପାଳି ଦାସ । ନବୀନ ନିବାସରେ ପହଞ୍ଚି ଦଳୀୟ ଟିକେଟ୍ ନେଇଥିଲେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ନେବା ସହ ସେ ବିଜୟ ନେଇ ସମ୍ପୁର୍ଣ୍ଣ ଆଶାବାଦୀ ଅଛନ୍ତି ବୋଲି ମଧ୍ୟ ନିଜ ପ୍ରତିକ୍ରିୟା ରଖିଥିଲେ ।

deepali das

ଗତକାଲି ଅର୍ଥାତ୍ ୧୭ ତାରିଖ ଦିନ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ନାମାଙ୍କନ ପତ୍ର ଦାଖଲ କରିଥିଲେ । ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ଟଙ୍କଧର ସକାଳେ ଝାଡ଼େଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଠାରୁ ଦଳୀୟ ଟିକେଟ୍ ଗ୍ରହଣ କରି ବିଶାଳ ଶୋଭା ଯାତ୍ରାରେ ନାମାଙ୍କନ ଲାଗି ବାହାରି ଥିଲେ । ସେହିପରି ୧୫ ତାରିଖ ଦିନ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ନାମାଙ୍କନପତ୍ର ଦାଖଲ କରିସାରିଥିଲେ ।

ସୂଚନାଥାଉ ଯେ, ଆସନ୍ତା ମେ' ୧୦ ତାରିଖରେ ହେବ ଝାରସୁଗୁଡା ଉପନିର୍ବାଚନ । ମେ' ୧୩ ତାରିଖରେ ଫଳାଫଳ ଘୋଷଣା କରାଯିବ । ତେବେ ଉପନିର୍ବାଚନ ପାଇଁ ବିଜେଡି, ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀଙ୍କ ନାଁ ଘୋଷଣା କରି ସାରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+