ପଦ୍ମପୁର ଉପ ନିର୍ବାଚନ: ଜନସଭାରେ ପୁଣି କାନ୍ଦିଲେ ବର୍ଷା; କହିଲେ, ପଦ୍ମପୁର ମୋ ପରିବାର

ଆଜି ପଦ୍ମପୁରରେ ବଢିଛି ରାଜନୈତିକ ଉଷ୍ମତା । କାରଣ ଆଜି ଖୋଦ୍ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହାଙ୍କ ପାଇଁ ପ୍ରଚାର କରୁଛନ୍ତି ।

ପଦ୍ମପୁର: ଆଜି ପଦ୍ମପୁରରେ ବଢିଛି ରାଜନୈତିକ ଉଷ୍ମତା । କାରଣ ଆଜି ଖୋଦ୍ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହାଙ୍କ ପାଇଁ ପ୍ରଚାର କରୁଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ତିନିଟି ସମାବେଶକୁ ସମ୍ବୋଧିତ କରିବାକୁ ଥିବା ବେଳେ ଝାରବନ୍ଧରେ ହୋଇଛି ପ୍ରଥମ ସଭା ।

Barsha Singh Bariha

ଏହି ସଭାରେ ଉଦବୋଧନ ଦେବା ସମୟରେ ବାପାଙ୍କ କଥା ମନେ ପକାଇ କାନ୍ଦିଛନ୍ତି ବର୍ଷା । ପଦ୍ମପୁର ବିକାଶ ଧାରାକୁ ଆଗକୁ ନେବା ପାଇଁ ତାଙ୍କୁ ଭୋଟ ଦେବାକୁ ନିବେଦନ କରିଛନ୍ତି । ବିଶାଳ ଜନସଭାରେ ଯୋଗ ଦେଇ ତାଙ୍କ ପ୍ରତି ବ୍ୟକ୍ତିଗତ ଅକ୍ଷେପ କରୁଥିବା ବିରୋଧୀଙ୍କୁ ବର୍ଷା କହିଛନ୍ତି, ' ଆପଣଙ୍କର ମା, ଭଉଣୀ ଅଛନ୍ତି, ରାଜନୈତିକ ମନ୍ତବ୍ୟ ଦିଅନ୍ତୁ ହେଲେ କାହାକୁ ବ୍ୟକ୍ତିଗତ ଆକ୍ଷେପ କରନ୍ତୁନାହିଁ' ।

ସେ ଆହୁରି କହିଛନ୍ତି ଯେ, ବାପା ଥିଲେ ଆଜି ଏମିତି ଜନସମର୍ଥନ ଦେଖି ବହୁତ ଖୁସି ହୋଇଥାନ୍ତେ । ହେଲେ ବାପା ନାହାନ୍ତି କିନ୍ତୁ ପଦ୍ମପୁର ମୋ ପରିବାର । ତେଣୁ ମୋ ପାଇଁ ଆମ ସମସ୍ତଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ନିଜେ ଆଶୀର୍ବାଦ ଦେବାକୁ ଆସିଛନ୍ତି । ଆଉ ଆପଣମାନଙ୍କ ଆଶୀର୍ବାଦ ମୁଁ କାମନା କରୁଛି ବୋଲି ଛଳ ଛଳ ଆଖିରେ ଷ୍ଟେଜ ଉପରୁ ପଦ୍ମପୁରବାସୀଙ୍କୁ କହିଛନ୍ତି ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା । ମୁଖ୍ୟମନ୍ତ୍ରୀ ଯେମିତି ବିକାଶା ଧାରା ବଜାୟ ରଖିଛନ୍ତି ତାହାକୁ ବଜାୟ ରଖିବାକୁ ମୋତେ ଥରେ ସୁଯୋଗ ଦେବେ ବୋଲି ପଦ୍ମପୁରବାସୀଙ୍କୁ ଅନୁରୋଧ କରିଛନ୍ତି ।

ବାପା ଗଲା ପରେ ମୁଖ୍ୟମନ୍ତ୍ରୀ ପଦ୍ମପୁରବାସୀଙ୍କ ସେବା କରିବାକୁ ଏକ ସୁଯୋଗ ଦେଇଛନ୍ତି । ମୋତେ ଆଶୀର୍ବାଦ କଲେ ମୁଁ ବାପାଙ୍କ ଭଳି ଆପଣଙ୍କ ଗହଣରେ ରହି ସେବା କରିବି । ଯେଉଁ ଗାଁକୁ ଯାଉଛି ସେଠି ବାପାଙ୍କର କିଛି ନା କିଛି ସ୍ମୃତି ଅଛି, ଯାହା ମୋ ଆଖିରେ ଲୁହ ଆଣି ଦେଉଛି । ମୋ ବାପା ଆପଣମାନଙ୍କ ସହ ଯେମିତି ଏକ ଭଲପାଇବା ଡୋରୀରେ ବନ୍ଧା ହୋଇଥିଲେ ସେମିତି ମୁଁ ମଧ୍ୟ ରହିବି ବୋଲି ବର୍ଷା କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+