କାହିଁକି ଏହି ଆସନରୁ ଜିତିନି ବିଜେଡି ?
ଭୁବନେଶ୍ୱର : ଏହି ଆସନରୁ କେବେ ଜିତିନି ଶଙ୍ଖ। ବିଜେଡି ରାଜ୍ୟର ପ୍ରାୟ ସବୁ ଆସନ ଜିତିଥିବା ବେଳେ ଏହି ଆସନ ଜିତିପାରି ନାହିଁ। ବିଜେଡ଼ି ଏହି ଆସନ କେବେ ଜିତିବ ତାହ ପ୍ରଶ୍ନ। ଦଳର ତୁଙ୍ଗ ନେତା ଏହି ଆସନ ପାଇଁ ପ୍ରଚାର କରୁଥିବା ବେଳେ ଦଳ ସେହି ଭଳି ସଫଳତା ହାସଲ କରିପାରି ନାହିଁ।
ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଏହି ଆସନ ପାଇଁ କସରତ କରୁଥିବା ବେଳେ ବାଜି ମାରୁଛି ସିପିଆଇ(ଏମ) । ଦଳରେ ଏବେ ମନ୍ତ୍ରୀପଦ ପାଇଥିବା ଶାରଦା ପ୍ରସାଦ ନାୟକ ଏହି ଆସନର ତଦାରଖ କରୁଥିବା ବେଳେ ଏଯାଏଁ ଜିତିନି ବିଜେଡି। ଆମେ ସୁନ୍ଦରଗଡ ଜିଲ୍ଲାର ବଣେଇ ନିର୍ବାଚନ ମଣ୍ଡଳୀ ବିଷୟରେ କହୁଛୁ। ବିଜେଡି ଏଠାରେ ଆଦୌ ଜିତି ପାରି ନାହିଁ। ବିଜେଡ଼ିକୁ ପ୍ରାୟ ଦ୍ଵିତୀୟ ସ୍ଥାନରେ ରହିଛି।

୧୯୫୧ରେ ବଣେଇକୁ ମିଳିଥିଲା ପ୍ରଥମ ନେତା। ଆଦିବାସୀ ସଂରକ୍ଷଣ ଏହି ଆସନରେ ଆଜି ପର୍ଯ୍ୟନ୍ତ ବିଜେଡି ଜିତିନି। ମୋଟ ୧୬ଥର ହୋଇଥିବା ନିର୍ବାଚନରୁ ୩ଥର କଂଗ୍ରେସ , ୪ଥର ବିଜେପି, ୨ଥର ଗଣ ପରିଷଦ, ଥରେ ଗଣତନ୍ତ୍ର ପରିଷଦ, ଥରେ ଜନତା ପାର୍ଟି, ଦୁଇଥର ସ୍ଵାଧୀନ ଓ ତିନିଥର ସିପିଆଇ(ଏମ) ପ୍ରାର୍ଥୀ ବିଜୟ ହୋଇ ବିଧାନ ସଭା ଯାଇଛନ୍ତି।
ହେଲେ ବିଜେଡି ଏଯାଏଁ ଆସନ ଥରେ ବି ପାଇନି। ତେବେ ଦେଖିବାକୁ ବାକି ରହିଲା ବିଜେଡି କେବେ ଏହି ଆସନ ହାତେଇବାରେ ସଫଳ ହେଉଛି। ଦଳ ଭିତରେ ଗୋଷ୍ଠୀ କନ୍ଦଳ ନା ଆଉ କିଛି ବିଜେଡ଼ିକୁ ଜିତାଇ ଦେଉନି।












Click it and Unblock the Notifications