୧୯୯୮ରୁ ୨୦୦୯ ଭିତରେ ଏକାଠି ଲଢ଼ିଛନ୍ତି ବିଜେଡ଼ି-ବିଜେପି: ପଢନ୍ତୁ, ପୁରୁଣା ମେଣ୍ଟର ପୁରୁଣା କାହାଣୀ…

ବିଜେଡି - ବିଜେପି ନୂଆ ମେଣ୍ଟ ହେବ କି ? । ଆଜ୍ଞା ଏ ନୂଆ ମେଣ୍ଟ ନୁହେଁ । ଆଗରୁ ସାଙ୍ଗ ହୋଇ ଲଢ଼ିଥିଲେ ବିଜେପି - ବିଜେଡ଼ି । ୧୯୯୭ ଡିସେମ୍ବର ୨୬ ତାରିଖରେ ଗଠନ ହୋଇଥିଲା ବିଜେଡି । ଆଉ ସେବେଠୁ ବିଜେଡି ସହ ଠିଆ ହୋଇ ଆସିଛି ବିଜେପି । ୧୯୯୮ରୁ ୨୦୦୯ ଦୁଇ ଦଳ ଏକାଠି ଥିଲେ, ମିଳିମିଶି କ୍ଷମତା ମହୁକୁ ଚାଖିଥିଲେ । ୪:୩ ଅନୁପାତରେ ଆସନ ବୁଝାମଣା କରି ଉଭୟ ଦଳ କେନ୍ଦ୍ର ଓ ରାଜ୍ୟରେ କ୍ଷମତାର ସ୍ୱାଦ ବି ଚାଖିଛନ୍ତି ।

୧୯୯୭ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନିଧନ ହୋଇଥିଲା । ଆଉ ସେତେବେଳେ ରାଜ୍ୟରେ ନେତୃତ୍ୱର କୃତ୍ରିମ ଅଭାବ ଦେଖାଦେଲା । ଏହାରି ଭିତରେ ଅଣ କଂଗ୍ରେସୀ ମାନେ ଏକାଠି ହୋଇପାରିଲେ ନାହିଁ। ଆଉ ରାଜନୀତି ଖିଅରେ କେବେ ବାନ୍ଧି ହୋଇନଥିବା ନବୀନଙ୍କୁ ଆଣି ରାଜନୀତିରେ ଭର୍ତ୍ତି କଲେ। ଆଉ ଏହାର ସୁଯୋଗ ନେଇ 'କଂଗ୍ରେସ ମୁକ୍ତ ଭାରତ'ର ସ୍ୱପ୍ନ ଦେଖୁଥିବା ବିଜେପି ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନବୀନଙ୍କୁ ସମର୍ଥନ କରିଥିଲା । ଆଉ ଗଢ଼ା ହେଲା ବିଜୁ ଜନତା ଦଳ ।

୧୯୯୮ରେ ବାଜପେୟୀ ସରକାର କେନ୍ଦ୍ରରେ ଥିବାବେଳେ ବିଜେଡି-ବିଜେପି ମଧ୍ୟରେ ପ୍ରଥମେ ମେଣ୍ଟ ହୋଇଥିଲା । ଆଉ ସେହିବର୍ଷ ଏନଡିଏ (NDA) ରେ ସାମିଲ ହୋଇଥିଲା ବିଜୁ ଜନତା ଦଳ (BJD) । ସେହିବର୍ଷ ହୋଇଥିବା ଲୋକସଭା ନିର୍ବାଚନରେ ଆସ୍କାରୁ ନବୀନ ପଟ୍ଟନାୟକଙ୍କୁ ମିଶାଇ ବିଜେଡି ୯, ବିଜେପି ୭ ଆସନରେ ବିଜୟୀ ହୋଇଥିଲା। ତାପରେ ବାଜପେୟୀ ସରକାର ଭାଙ୍ଗିଯିବାକୁ ୧୯୯୯ରେ ପୁଣି ନିର୍ବାଚନ ହୋଇଥିଲା, ଆଉ ବିଜେଡି ୧୦, ବିଜେପି ୯ ଆସନ ଜିତିଥିଲେ ।

୨ବର୍ଷ ଧରି ବିଜେଡି ସଭାପତି ନବୀନ ପଟ୍ଟନାୟକ ଖଣି ଓ ଇସ୍ପାତ ମନ୍ତ୍ରୀ ଥିବାବେଳେ ଅନ୍ୟ ମନ୍ତ୍ରୀ ଭାବେ ଅର୍ଜୁନ ଚରଣ ସେଠୀ-ଜଳ ସଂପଦ, ବ୍ରଜ କିଶୋର ତ୍ରିପାଠୀ- ଇସ୍ପାତ, ଦିଲ୍ଲିପ ରାୟ - ଇସ୍ପାତ ଓ କୋଇଲା, ଦେବେନ୍ଦ୍ର ପ୍ରଧାନ- ଭୂପୃଷ୍ଠ ପରିବହନ ଓ ଜୁଏଲ ଓରାମ ଆଦିବାସୀ ବ୍ୟାପାର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ।

ଏଇଠୁ ରାଜ୍ୟରେ ଆରମ୍ଭ ହୋଇଥିଲା ମେଣ୍ଟ ରାଜନୀତି । ୨୦୦୦ ମସିହାରେ ଉଭୟ ଦଳ ଏକାଠି ହୋଇ ବିଧାନସଭା ନିର୍ବାଚନ ଲଢିଥିଲେ । ବିଜେଡି-ବିଜେପି ୮୪:୬୩ ଆସନରେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ । ଆଉ ବିଜେଡି ୬୮ ଓ ବିଜେପି ୩୮ ଆସନରେ ବିଜୟୀ ହୋଇ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟରେ ଗଢ଼ା ହୋଇଥିଲା ନୂଆ ସରକାର । ଆଉ କଂଗ୍ରେସକୁ ମାତ୍ର ୨୬ ଆସନରେ ସନ୍ତୁଷ୍ଟ ହେବାକୁ ପଡିଥିଲା ।

ସେହିପରି ୨୦୦୪ରେ ଅଟଳ ବିହାରୀ ବାଜପାୟୀ ସରକାରଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ବର୍ଷକ ପୂର୍ବରୁ ରାଜ୍ୟ ସରକାରକୁ ଭାଙ୍ଗି ଏକାଠି ନିର୍ବାଚନକୁ ଯାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ସେହି ୮୪:୬୩ ଅନୁପାତରେ ଆସନ ବୁଝାମଣା କରିଥିଲେ ବିଜେଡି ଓ ବିଜେପି । ଲୋକସଭାରେ ରହିଥିଲା ୧୨:୯ ଅନୁପାତ । ୨୦୦୪ରେ ୬୧ ଆସନରେ ଜିତିଥିଲା ବିଜେଡି ଓ ବିଜେପି ୩୨ ଆସନରେ ବିଜୟୀ ହୋଇଥିଲା । କଂଗ୍ରେସ ମାତ୍ର ୩୮ ଆସନରେ ବିଜୟୀ ହୋଇଥିଲା । ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ନବୀନ ପଟ୍ଟନାୟକ ।

BJD BJP alliance

ସେହିପରି ୨୦୦୯ରେ ଏନଡିଏରୁ ଓହରି ଆସିଥିଲା ବିଜେଡି । ଆଉ ବିଜେପି ସହ ମେଣ୍ଟ ଭାଙ୍ଗିଥିଲା । ଆଡଭାନୀଙ୍କ ସବୁ ଉଦ୍ୟମ ଫେଲ୍ ମାରିଥିଲା । କନ୍ଧମାଳ ଦଙ୍ଗାକୁ ପ୍ରସଙ୍ଗ କରି ଏକତରଫା ଭାବେ ମେଣ୍ଟରୁ ବାହାରି ଆସି ଏକାକୀ ନିର୍ବାଚନ ଲଢ଼ି ୧୦୩ ଆସନରେ ବିଜୟୀ ହେବା ସହ ସରକାର ଗଢିଥିଲା ବିଜୁ ଜନତା ଦଳ (BJD) । ତୃ୍ତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ନବୀନ ପଟ୍ଟନାୟକ । ଏହା ପରଠାରୁ ବିଜେଡି ଏକାକୀ ଜିତି ଆସିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+