ମେଣ୍ଟ ନେଇ ଆଜି ହୋଇପାରେ ଫାଇନାଲ; ଖୋରାକ ଯୋଗାଇଲା ରାଜଦୀପ ସରଦେଶାଇଙ୍କ ସୋସିଆଲ ପୋଷ୍ଟ
ମେଣ୍ଟ ନେଇ ଆଜି ହୋଇପାରେ ଫାଇନାଲ । ବିଜେଡ଼ି - ବିଜେପି ମେଣ୍ଟକୁ ନେଇ ଆଜି ହୋଇପାରେ ଫାଇନାଲ । ଆଉ ଖୁବ୍ ଶୀଘ୍ର ବିଧିବଧ ଭାବରେ ଏହା ଘୋଷଣା ହୋଇପାରେ । ତେବେ ଏହି ମେଣ୍ଟକୁ ଅଧିକ ଖୋରାକ ଯୋଗାଇଛି ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇଙ୍କ ସୋସିଆଲ ପୋଷ୍ଟ ।
ରାଜଦୀପ ସରଦେଶାଇ ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି ଆଜି କି କାଲି ବିଜେପି - ବିଜେଡି ମେଣ୍ଟ ନେଇ ସ୍ପଷ୍ଟ୍ ହୋଇପାରେ ।ବିଜେଡି ୧୩ ସାଂସଦ ଓ ବିଜେପି ୦୭ ସାଂସଦ ସିଟ ଦେବ । ସେହିପରି ବିଧାନସଭା ଆସନ ମଧ୍ୟରେ ବିଜେପି ୪୯ ଟି ଓ ବିଜେଡି ୯୮ ଟି ଆସନ ଦେବ ।
ଏପଟେ ଦିଲ୍ଲୀ ଗସ୍ତରେ ଥିବା ରାଜ୍ୟ ନେତୃତ୍ୱଙ୍କ ସହ ଆଜି ବୈଠକ କରିପାରନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । କୌଣସି ମୂହୁର୍ତରେ ଜେପି ନଡ୍ଡା ବୈଠକ କରିପାରନ୍ତି । ଏହି ବୈଠକରେ ମେଣ୍ଟ ସମ୍ପର୍କରେ କିଛି ନିଷ୍ପତ୍ତିି ନିଆଯାଇପାରେ ବୋଲି ଅନୁମାନ କରାଯାଉଛି ।

ସୂଚନା ଅନୁସାରେ ମେଣ୍ଟ ହୋଇଥିବା ଚୂଡାନ୍ତ ହୋଇଛି, ତେବେ କେବଳ ଆସନ ଭାଗବଣ୍ଟା ନେଇ ସମସ୍ୟା ରହିଛି । ଆଜି କିମ୍ବା କାଲି ମଧ୍ୟରେ ଆଲୋଚନା ମାଧ୍ୟମରେ ସମାଧାନ ହୋଇପାରେ । ୧୦ ଦିନ ମଧ୍ୟରେ ରାଜ୍ୟ ବିଜେପି ନେତୃତ୍ୱ ଅନେକ ଦିଲ୍ଲୀ ଗସ୍ତ କରିଛନ୍ତି । ହେଲେ ମେଣ୍ଟ ନେଇ କୌଣସି ଆଲୋଚନା ହୋଇନଥିବା କହିଛନ୍ତି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ରାଜ୍ୟ ନିର୍ବାଚନ ପ୍ରଭାରୀ ଓ ସହ ପ୍ରଭାରୀ ମଧ୍ୟ ମେଣ୍ଟ ନେଇ କହି ନଥିବା କହିଛନ୍ତି ।












Click it and Unblock the Notifications