ପିପିଲି ଉପନିର୍ବାଚନ: ପ୍ରସ୍ତୁତ ବିଜେଡି ବ୍ରିଗେଡ, ନିର୍ବାଚନ ପରିଚାଳନ ପାଇଁ ୪ ବରିଷ୍ଠ ନେତାଙ୍କୁ ଦାୟିତ୍ୱ
ନିର୍ବାଚନ ପରିଚାଳନା ନେଇ ଦଳର ୪ ପୁରୁଖା ନେତାଙ୍କୁ ଦିଆଯାଇଛି ଦାୟିତ୍ୱ। ଦେବୀ ମିଶ୍ର, ମହେଶ୍ୱର ମହାନ୍ତି, ସଞ୍ଜୟ ଦାସବର୍ମା ଓ ପ୍ରତାପ ଦେବଙ୍କୁ ଦାୟିତ୍ୱ ମିଳିଛି।
ଭୁବନେଶ୍ୱର: ଆଉ ଦିନ କେଇଟା ପରେ ପିପିଲି ଉପନିର୍ବାଚନ । ଆଉ ଏଥିଲାଗି ସବୁ ପ୍ରମୁଖ ଦଳ ନିଜ ନିଜର ପ୍ରସ୍ତୁତିକୁ ଜୋରଦାର କରିଛନ୍ତି । ତିନି ପ୍ରମୁଖ୍ୟ ଦଳର ଆଶାୟୀ ପ୍ରାର୍ଥୀ ନିଜ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିସାରିଛନ୍ତି । ଆଜି ଠାରୁ କ୍ୟାମ୍ପେନ ମଧ୍ୟ ଆରମ୍ଭ ହୋଇଛି । ତେବେ ଏସବୁ ଭିତରେ ବିଜେଡ଼ି ନିଜ ପିପିଲି ଗଡ଼ ବଜାୟ ରଖିବାକୁ ଦଳର ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଇଛି ।

ନିର୍ବାଚନ ପରିଚାଳନା ନେଇ ଦଳର ୪ ପୁରୁଖା ନେତାଙ୍କୁ ଦିଆଯାଇଛି ଦାୟିତ୍ୱ। ଦେବୀ ମିଶ୍ର, ମହେଶ୍ୱର ମହାନ୍ତି, ସଞ୍ଜୟ ଦାସବର୍ମା ଓ ପ୍ରତାପ ଦେବଙ୍କୁ ଦାୟିତ୍ୱ ମିଳିଛି। ୪ ନେତାଙ୍କୁ ଏହି ପରିଚାଳନା ଦାୟିତ୍ୱ ଦେଇଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ନେଇ ବିଜେଡି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜଙ୍କ ସୂଚନା ଦେଇଛନ୍ତି।
ଗତକାଲି ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଏବେ ଅସଲ ଲଢେଇ ହେବ । ଆଜିଠାରୁ ପ୍ରଚାରକୁ ଜୋରଦାର କରିବେ ଜୁନିୟର ମହାରଥୀ । ବାପାଙ୍କ ଗଡରେ ବିଜେଡି ଧ୍ୱଜା ଉଡାଇବାକୁ ମାର୍ଗଦର୍ଶନ କରିବେ ବିଜେଡିର ଏହି ଶୀର୍ଷ ୪ରଣନୀତିକାର ।












Click it and Unblock the Notifications