ରୁଦ୍ର ମହାରଥୀ : ପିପିଲିର ବିଜେଡ଼ି ପ୍ରାର୍ଥୀ
ରୁଦ୍ର ମହାରଥୀ ହୋଇଛନ୍ତି ପିପିଲିର ବିଜେଡ଼ି ପ୍ରାର୍ଥୀ
ଭୁବନେଶ୍ୱର । ପିପିଲି ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ (ବିଜେଡି) ପ୍ରାର୍ଥୀ ଘୋଷଣା କରିଛି । ରୁଦ୍ର ପ୍ରତାପ ମହାରଥୀ ହୋଇଛନ୍ତି ବିଜେଡି ପ୍ରାର୍ଥୀ । ରୁଦ୍ର ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ । ପିପିଲି ଉପନିର୍ବାଚନ ନେଇ ବିଜେଡି କାହାକୁ ଟିକେଟ୍ ଦେବ ଏହାକୁ ନେଇ ଅନେକ କଳ୍ପନାଯଳ୍ପନା ଲାଗି ରହିଥିଲା । ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପତ୍ନୀ ଅବା ତାଙ୍କ ପୁଅକୁ ଦଳୀୟ ଟିକେଟ୍ ଦିଆଯିବ କି ନାହିଁ ସେନେଇ କଳ୍ପନାଯଳ୍ପନା ପ୍ରକାଶ ପାଇଥିଲା । ଅପରପକ୍ଷରେ ପିପିଲି ଉପନିର୍ବାଚନ ନେଇ ବିଜେଡି ପକ୍ଷରୁ ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଥିଲା ।

ଶେଷରେ ରୁଦ୍ରଙ୍କ ଉପରେ ଭରସା କରିଛି ଦଳ । ଏଠାରେ କହି ରଖୁଛୁ କି ଆସନ୍ତା ଏପ୍ରିଲ୍ 17ରେ ପିପିଲି ଉପନିର୍ବାଚନ ଅନୁଷ୍ଠିତ ହେବ । ତେବେ ଚଳିତ ମାସ 30 ତାରିଖ ନାମାଙ୍କନ ପତ୍ର ଦାଖଲ ର ଶେଷ ତାରିଖ ରହିଛି । ପିପିଲିବାସୀଙ୍କ ବିଶ୍ୱାସ ରୁଦ୍ରଙ୍କ ଉପରେ ଅଛି ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ବିଜୁ ଜନତା ଦଳ ସମସ୍ତ ନିର୍ବାଚନକୁ ଗୁରୁତ୍ୱର ସହ ନେଇଥାଏ ବୋଲି ସେ କହିଛନ୍ତି ।












Click it and Unblock the Notifications