୩୦ ଜିଲ୍ଲା ପାଇଁ ନୂଆ ପର୍ଯ୍ୟବେକ୍ଷକ ତାଲିକା ଘୋଷଣା କଲା ବିଜେଡି଼: ଜାଣନ୍ତୁ, କାହାକୁ ମିଳିଲା କେଉଁ ଜିଲ୍ଲା ଦାୟିତ୍ବ ?
୩୦ ସାଂଗଠନିକ ଜିଲ୍ଲା ପାଇଁ ନୂଆ ପର୍ଯ୍ୟବେକ୍ଷକ ତାଲିକା ଘୋଷଣା କଲା ବିଜେଡି଼ । ଦଳ ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ବିଜେଡି ନେତାଙ୍କୁ ଭିନ୍ନ ଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି ।
ଭୁବନେଶ୍ବର: ୩୦ ସାଂଗଠନିକ ଜିଲ୍ଲା ପାଇଁ ନୂଆ ପର୍ଯ୍ୟବେକ୍ଷକ ତାଲିକା ଘୋଷଣା କଲା ବିଜେଡି଼ । ଦଳ ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ବିଜେଡି ନେତାଙ୍କୁ ଭିନ୍ନ ଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । କିଛି ନେତାଙ୍କୁ ଦୁଇଟି ଜିଲ୍ଲାର ଦାୟିତ୍ୱ ଦିଆଯାଇ ଥିବାବେଳେ, ଆଉ କିଛି ନେତାଙ୍କୁ ଗୋଟିଏ ଲେଖାଏଁ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ତୁଲାଇବାକୁ ଦିଆଯାଇଛି । ଅନ୍ୟପଟେ ଏହି ତାଲିକାରୁ ଦଳର ଚାରି ବରିଷ୍ଠ ନେତା ନେତାଙ୍କୁ ବାଦ୍ ଦିଆଯାଇଛି।

ଏମାନଙ୍କ ଭିତରେ ଅଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, କ୍ରୀଡ଼ା ଓ ଯୁବ ବ୍ୟାପାର ତଥା ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା, କଟକ ମେୟର ସୁବାସ ସିଂହ ଓ ପୂର୍ବତନ ବିଧାୟକ ତଥା କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ। ସେହିପରି ପଶ୍ଚିମ ଓଡିଶାର ଟାଣୁଆ ନେତା ସୁଶାନ୍ତ ସିଂହଙ୍କୁ ବଲାଙ୍ଗୀର ଓ ଦେବଗଡ ଜିଲ୍ଲାର ପର୍ଯ୍ୟବେକ୍ଷକ କରାଯାଇ ଥିବାବେଳେ, ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଢେଙ୍କାନାଳ ଓ ଖୋର୍ଦ୍ଧା ଜିଲ୍ଲାର ଦାୟିତ୍ୱ ଦିଆଯାଇଛି । ସେହିପରି ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକଙ୍କୁ ଗଜପତି ଓ ରାୟଗଡା, ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ କେନ୍ଦୁଝର ଓ ମୟୂରଭଞ୍ଜ, କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ କୋରାପୁଟ ଓ ମାଲକାନଗିରିର ଦାୟିତ୍ୱ ଦିଆଯାଇଛି ।
ତେବେ ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ପ୍ରଦାନ କରାଯାଇଛି। ଅରୁଣ ସାହୁଙ୍କୁ ଜଗତସିଂହପୁର, ଟୁକୁନି ସାହୁଙ୍କୁ ନୂଆପଡ଼ା ଓ ରୋହିତ ପୂଜାରୀଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ବ ମିଳିଛି।
ଅନ୍ୟପଟେ ପ୍ରଶାନ୍ତ ମୁଦୁଲିଙ୍କୁ ଅନୁଗୁଳ, ପ୍ରତାପ ଦେବଙ୍କୁ ବାଲେଶ୍ୱର, ସୁଧୀର ସାମଲଙ୍କୁ ବରଗଡ, ପ୍ରଣବ ବଳବନ୍ତରାୟଙ୍କୁ ଭଦ୍ରକ, ଉଷା ଦେବୀଙ୍କୁ କଟକର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି । ସେହିପରି ବିଜୟ ନାୟକଙ୍କୁ କନ୍ଧମାଳ, ପ୍ରଫୁଲ ମଲ୍ଲିକଙ୍କୁ କେନ୍ଦ୍ରାପଡା, ଇଶ୍ୱର ପାଣିଗ୍ରାହୀଙ୍କୁ ନବରଙ୍ଗପୁର, ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ନୟାଗଡର ଦାୟିତ୍ୱ ପ୍ରଦାନ କରାଯାଇଛି ।
ଅନ୍ୟପଟେ ରଣେନ୍ଦ୍ର ପ୍ରତାପ ସ୍ୱାଇଙ୍କୁ ପୁରୀ, ନଳିନୀକାନ୍ତ ପ୍ରଧାନଙ୍କୁ ସମ୍ବଲପୁର, ପ୍ରୀତିରଞ୍ଜନ ଘଡେଇଙ୍କୁ ସୁନ୍ଦରଗଡ, ନବକିଶୋର ଦାସଙ୍କୁ କଳାହାଣ୍ଡି, ପ୍ରଦୀକ କୁମାର ଅମାତଙ୍କୁ ଗଞ୍ଜାମ, ସୌଭାଗ୍ୟ ନାୟକଙ୍କୁ ବୌଦ୍ଧ, ଅଶୋକ ପଣ୍ଡାଙ୍କୁ ଯାଜପୁର, ଶାରଦା ପ୍ରସାଦ ନାୟକଙ୍କୁ ଝାରସୁଗୁଡା ଓ ରୋହିତ ପୂଜାରୀଙ୍କୁ ସୁବର୍ଣ୍ଣପୁର ଜିଲ୍ଲାର ଦାୟିତ୍ୱ ଦିଆଯାଇଛି ।












Click it and Unblock the Notifications