Get Updates
Get notified of breaking news, exclusive insights, and must-see stories!

ବିଜେଡି ପ୍ରତିଷ୍ଠା ଦିବସରେ ସୁପ୍ରିମୋଙ୍କ ଆଶା: କହିଲେ, ୫ ବର୍ଷରେ ୧୦ ପ୍ରତିଶତ ଗରିବୀ ହ୍ରାସ ରହିଛି ଲକ୍ଷ୍ୟ

ଆଜି ବିଜେଡି ପାଳନ କରିଛି ୨୫ ତମ ପ୍ରତିଷ୍ଠା ଦିବସ । ଭୁବନେଶ୍ୱର ସ୍ଥିତ ବିଜେଡି ମୁଖ୍ୟ କାର୍ଯ୍ୟାଳୟ ସମେତ ଜିଲ୍ଲା ଓ ବ୍ଲକ ସ୍ତରରେ ପାଳନ ହୋଇଛି ପ୍ରତିଷ୍ଠା ଦିବସ । ଏହି ଅବସରରେ ରାଜ୍ୟରୁ କିଭଳି ଗରିବି ହଟିବ ସେହି ଲକ୍ଷ୍ୟରେ କାମ କରିବାକୁ ଦଳୀୟ କର୍ମୀଙ୍କୁ ପରା

ଭୁବନେଶ୍ୱର: ଆଜି ବିଜେଡି ପାଳନ କରିଛି ୨୫ ତମ ପ୍ରତିଷ୍ଠା ଦିବସ । ଭୁବନେଶ୍ୱର ସ୍ଥିତ ବିଜେଡି ମୁଖ୍ୟ କାର୍ଯ୍ୟାଳୟ ସମେତ ଜିଲ୍ଲା ଓ ବ୍ଲକ ସ୍ତରରେ ପାଳନ ହୋଇଛି ପ୍ରତିଷ୍ଠା ଦିବସ । ଏହି ଅବସରରେ ରାଜ୍ୟରୁ କିଭଳି ଗରିବି ହଟିବ ସେହି ଲକ୍ଷ୍ୟରେ କାମ କରିବାକୁ ଦଳୀୟ କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି ନବୀନ ।

cm naveen

ସେ କହିଛନ୍ତି, ଆସନ୍ତା ୫ ବର୍ଷ ମଧ୍ୟରେ ଆପଣମାନଙ୍କ ସହଯୋଗରେ ଗରିବୀକୁ ୧୦ ପ୍ରତିଶତକୁ ହ୍ରାସ କରି ଓଡ଼ିଶା ଇତିହାସ ସୃଷ୍ଟି କରିବ । ଏଥିପାଇଁ ଯାହା ଦରକାର ଆମ ସରକାର ସମସ୍ତ ପଦକ୍ଷେପ ନେବ ।

ଅନ୍ୟପଟେ ଭର୍ଚୁଆଲ ମୋଡରେ ଦଳୀୟ ସମାବେଶକୁ ଉଦବୋଧନ ଦେଇ ବିରୋଧୀଙ୍କୁ ଇସାରା କରି କହିଥିଲେ, ବିଜେଡିର କେହି ବସ୍ ଅର୍ଥାତ୍ ମାଲିକ ନାହାନ୍ତି, ବରଂ ଓଡ଼ିଶାବାସୀ ହିଁ ତାଙ୍କର ବସ୍ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଜୁ ଜନତା ଦଳର ବସ୍ ହେଉଛନ୍ତି ଓଡ଼ିଶାବାସୀ, ଆମର ଦିଲ୍ଲୀରେ କେହି ବସ୍ ନାହାଁନ୍ତି । ଯାହା କରୁଛୁ ଓଡ଼ିଶାବାସୀଙ୍କ ପାଇଁ... ଓଡ଼ିଶାବାସୀଙ୍କ ଇଚ୍ଛାରେ... ଓଡ଼ିଶାର ହକ୍ ପାଇଁ... ।

ସେ ଆହୁରି କହିଛନ୍ତି, ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ବିଜେଡି ଏକ ସାମାଜିକ ଆନ୍ଦୋଳନରେ ପରିଣତି ହୋଇଛି । ଏହି ସଫଳତା ପଛରେ ଅଛନ୍ତି ସମୃଦ୍ଧ ଓ ଶସକ୍ତ ଓଡ଼ିଶାର ସ୍ୱପ୍ନ ଦେଖିଥିବା ପ୍ରତ୍ୟେକ ଓଡ଼ିଶାବାସୀ । ସେମାନଙ୍କୁ ସାଥିରେ ଧରି ବିଜେଡି ଶହ ଶହ ବର୍ଷ ଧରି ଓଡ଼ିଶାବାସୀଙ୍କ ସେବା କରି ଚାଲିବ ।

ବିଜେଡି ସୁପ୍ରିମୋ କହିଛନ୍ତି, ୨୫ ବର୍ଷ ତଳେ ବିଜୁବାବୁଙ୍କ ଆଦର୍ଶରେ ଆରମ୍ଭ ହୋଇଥିବା ବିଜୁ ଜନତା ଦଳ ଆଜି ଏକ ସାମାଜିକ ଆନ୍ଦୋଳନରେ ପରିବର୍ତ୍ତନ ହୋଇଛି । ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କ ଆଶା ଓ ବିଶ୍ୱାସର ପ୍ରତୀକ ପାଲଟିଛି । ରାଜ୍ୟବାସୀଙ୍କ ଆଶୀର୍ବାଦରେ ଦିନକ ଦିନ ଆଗକୁ ବଢ଼ୁଛି ବିଜେଡି । ବିଜୁ ଜନତା ଦଳ ଦେଶର ଏକମାତ୍ର ଦଳ ଯାହାର ଲୋକପ୍ରିୟତା ବର୍ଷକୁ ବର୍ଷ ବଢ଼ୁଛି । ଏଥିପାଇଁ ଦଳର ଲକ୍ଷ ଲକ୍ଷ କର୍ମୀ ଭାଇ ଭଉଣୀମାନଙ୍କ ପରିଶ୍ରମ ଓ ତ୍ୟାଗକୁ ସମ୍ମାନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ନବୀନ କହିଛନ୍ତି, ଆପଣମାନେ ହେଉଛନ୍ତି ଆମ ଦଳର ମେରୁଦଣ୍ଡ । ୨୦୦୦ ମସିହା ଓ ଆଜିର ଓଡ଼ିଶା ମଧ୍ୟର ବହୁତ ବଡ଼ ପରିବର୍ତ୍ତନ ଘଟିଛି । ଗରିବୀ କମ କରିବାରେ ସାରା ଦେଶରେ ଆଗରେ ରହିଛି ଓଡ଼ିଶା । ରାଜ୍ୟରେ ଗରିବୀ ୬୩ ପ୍ରତିଶତରୁ ୨୯ ପ୍ରତିଶତକୁ ଖସିଛି । ୮୦ ଲକ୍ଷ ଲୋକ ଗରିବ ସୀମାରେକ୍ଷା ଉପରକୁ ଆସିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+