ବିଜୁ ଯୁବ ଜନତା ଦଳର କୋଭିଡ୍ ସହାୟତା ସମୀକ୍ଷା ବୈଠକ
ସାମାଜିକ ପ୍ରତିବଦ୍ଧତାକୁ ପ୍ରାଥମିକତା ଶୀର୍ଷକରେ ବିଜୁ ଜନତା ଦଳ ପକ୍ଷରୁ ଗତକାଲି ଏକ ଓ୍ବେବିନାର୍ ଅନୁଷ୍ଠିତ ହୋଇଥିଲା । ଏଥିରେ ଯୁବ ବିଜେଡ଼ି ପକ୍ଷରୁ କୋଭିଡ୍ ସହାୟତା ସମୀକ୍ଷା ହୋଇଛି ।
ଭୁବନେଶ୍ବର: ସାମାଜିକ ପ୍ରତିବଦ୍ଧତାକୁ ପ୍ରାଥମିକତା ଶୀର୍ଷକରେ ବିଜୁ ଜନତା ଦଳ ପକ୍ଷରୁ ଗତକାଲି ଏକ ଓ୍ବେବିନାର୍ ଅନୁଷ୍ଠିତ ହୋଇଥିଲା । ଏଥିରେ ଯୁବ ବିଜେଡ଼ି ପକ୍ଷରୁ କୋଭିଡ୍ ସହାୟତା ସମୀକ୍ଷା ହୋଇଛି । ବିଜୁ ଯୁବ ଜନତା ଦଳ ର ରାଜ୍ୟ ସଭାପତି ତଥା ମାନ୍ୟବର ବିଧାୟକ ଡଃ ବ୍ୟୋମକେଶ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଓ୍ବେବିନାରରେ ମୂଖ୍ୟ ଅତିଥି ଭାବେ ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇ କହିଥିଲେ ।

ମୂଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ପ୍ରତିଟି ଜୀବନ ଆମ ପାଇଁ ମୁଲ୍ୟବାନ । ସେଥିପାଇଁ ଜୀବନ ବିନ୍ଦୁ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜନ କରିବା ସହ ଜନସାଧାରଣଙ୍କୁ କୋଭିଡ୍ ସହାୟତା ଯୋଗାଇ ଦେବାପାଇଁ ଯୁବ ବିଜେଡ଼ିର ପ୍ରତ୍ୟେକ କର୍ମକର୍ତ୍ତାଙ୍କୁ ଆହ୍ବାନ ଦେଇଥିଲେ ପ୍ରଣବ ପ୍ରକାଶ ଦାସ ।
ଟିକାକରଣ ପୂର୍ବରୁ କୋଭିଡ୍ ନିୟମକୁ ପାଳନ କରି ପ୍ରତ୍ୟେକ ଜିଲ୍ଲା ଏବଂ ବ୍ଲକ ସ୍ତରରେ ଯୁବ ବିଜେଡ଼ି ଜୀବନ ବିନ୍ଦୁ ସ୍ବେଛାକୃତ ରକ୍ତଦାନ ଶିବିରର ଆୟୋଜନ କରିବ ଏବଂ କୋଭିଡ୍ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ମଧ୍ୟ ଜାରି ରଖିବ। ଏହି ପରିପ୍ରେକ୍ଷୀରେ ବିଜୁ ଜନତା ଦଳର ସାଧାରଣ ସଂପାଦକ (ଯୁବ ବ୍ୟାପାର) ତଥା ବିଧାୟକ ଶ୍ରୀ ପ୍ରଣବ କୁମାର ବଳବନ୍ତରାୟ ବିଜେଡିର ପ୍ରତ୍ୟେକଟି ସାମାଜିକ ପ୍ରତିବଦ୍ଧତାକୁ ଯୁବ ବିଜେଡ଼ି ସଫଳ କରୁଥିବାରୁ ପ୍ରତ୍ୟେକ ଯୁବ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେଇଥିଲେ ।












Click it and Unblock the Notifications