Get Updates
Get notified of breaking news, exclusive insights, and must-see stories!

ମାର୍ଚ୍ଚ ୫ରେ ବିଜୁ ଜୟନ୍ତୀ: 'ନବୀନ ଓଡ଼ିଶା' ଗଠନ ନେଇ ବିଜେଡି କର୍ମୀ ଓ ନେତା ଦେବେ ପରୀକ୍ଷା

ଆସନ୍ତା ମାର୍ଚ୍ଚ ୫ ତାରିଖରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ । ଏହି ଅବସରରେ ସାଇକେଲ ରାଲି ସହିତ ଦଳୀୟ କର୍ମୀଙ୍କ ମଧ୍ୟରେ ପ୍ରତିଯୋଗିତାର ଆୟୋଜନ କରିବ ବିଜେଡି ।

Naveen Odisha

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୫ ତାରିଖରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ । ଏହି ଅବସରରେ ସାଇକେଲ ରାଲି ସହିତ ଦଳୀୟ କର୍ମୀଙ୍କ ମଧ୍ୟରେ ପ୍ରତିଯୋଗିତାର ଆୟୋଜନ କରିବ ବିଜେଡି ।

ପ୍ରତି ନିର୍ବାଚନ ମଣ୍ଡଳୀରେ ପୂର୍ବାହ୍ନରେ ସାଇକେଲ ରାଲି ଓ ଅପରାହ୍ନରେ ସମୂହ ଦଳୀୟ ସଭା ଓ ଶପଥ ଗ୍ରହଣ ଉତ୍ସବ, ମାର୍ଚ୍ଚ ୯ରୁ ୧୭ ମଧ୍ୟରେ ଆୟୋଜନ ହେବ । ଆଉ ପ୍ରଥମଥର ପାଇଁ ବିଜେଡି କର୍ମୀ ଓ କର୍ମକର୍ତ୍ତଙ୍କ ମଧ୍ୟରେ ପ୍ରବନ୍ଧ,ତର୍କ ଓ ଚିତ୍ରାଙ୍କନ ପ୍ରତିଯୋଗିତା ହେବ । ମାର୍ଚ୍ଚ ୫ରୁ ୨୫ତାରିଖ ମଧ୍ୟରେ ସମୃଦ୍ଧ,ସଶକ୍ତ ଓ ସ୍ୱାଭିମାନୀ 'ନବୀନ ଓଡ଼ିଶା' ଗଠନ ଶୀର୍ଷକ ଏସବୁ ପ୍ରତିଯୋଗିତା କରିବା ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଏହି କାର୍ଯ୍ୟକ୍ରମ ପାଇଁ ନବୀନ ଦଳରର ସମସ୍ତ ବିଧାୟକ, ସାଂସଦ, ଜିଲ୍ଲା ସଭାପତି, ବ୍ଲକ ସଭାପତି ଓ ଦଳୀୟ କର୍ମକର୍ତ୍ତାମାନଙ୍କୁ ଚିଠି ଲେଖି ନିର୍ବାଚନ ମଣ୍ଡଳୀସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ଓ ସହଯୋଗ କରିବାକୁ କହିଛନ୍ତି । ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ମଧ୍ୟ ନୂଆ ରୂପରେ ଡାକୋଟାକୁ ଅନାବରଣ କରିବେ ମୁଖ୍ୟମନ୍ତ୍ରୀ । ଏ ନେଇ ସଜେଇ ହେଉଛି ଡାକୋଟା ।

ସେହିପରି ମାର୍ଚ୍ଚ ୮ ତାରିଖରେ ଆନ୍ତର୍ଜାତିକ ମହିଳା ଦିବସ ରାଜ୍ୟସ୍ତରରେ ପାଳନ ହେବ । ମାର୍ଚ୍ଚ ୯ରୁ ୧୭ତାରିଖ ମଧ୍ୟରେ ସବୁ ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ମହିଳା ସମାବେଶ କରାଯାଇ ମହିଳାଙ୍କ ସଶକ୍ତିକରଣ ଦିଗରେ ବିଜେଡି ନେଇଥିବା ପଦକ୍ଷେପ ସମ୍ପର୍କରେ ବିସ୍ତୃତ ଆଲୋଚନା ହେବ ।

ଏହା ବ୍ୟତୀତ ମାର୍ଚ୍ଚ ୫ରୁ ୨୫ତାରିଖ ମଧ୍ୟରେ ନିର୍ବାଚନ ମଣ୍ଡଳୀସ୍ତରରେ ସମୃଦ୍ଧ, ସଶକ୍ତ ଓ ସ୍ବାଭିମାନୀ 'ନବୀନ ଓଡ଼ିଶା' ଗଠନ ଉପରେ ପ୍ରବନ୍ଧ, ତର୍କ ଓ ଚିତ୍ରାଙ୍କନ ପ୍ରତିଯୋଗିତା ବିଜେଡି କର୍ମୀ ଓ କର୍ମକର୍ତ୍ତମାନଙ୍କ ମଧ୍ୟରେ ଆୟୋଜନ ହେବ । ଯୁବ ଓ ଛାତ୍ର ବିଜେଡି ଏହି ପ୍ରତିଯୋଗିତା ଆୟୋଜନ କରିବ । ଏପ୍ରିଲ ୧୭ତାରିଖରେ ବିଜୟୀ ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+