For Quick Alerts
Turn On Notification  
For Daily Alerts
Oneindia App Download

ନୂପୁର ଶର୍ମାଙ୍କ ପ୍ରୋଫାଇଲ ଦେଖି ମାଡ ଖାଇଲେ ଯୁବକ, ହସ୍ପିଟାଲରେ ଭର୍ତ୍ତି

ନୂପୁର ଶର୍ମାଙ୍କ ପ୍ରୋଫାଇଲ ଦେଖିବା ପଡିଲା ମହଙ୍ଗା। ଏନେଇ ବିହାରର ଜଣେ ଯୁବକଙ୍କୁ ଛୁରୀରେ ଆକ୍ରମଣ କରାଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

|

ପାଟନା: ନୂପୁର ଶର୍ମାଙ୍କ ପ୍ରୋଫାଇଲ ଦେଖିବା ପଡିଲା ମହଙ୍ଗା। ଏନେଇ ବିହାରର ଜଣେ ଯୁବକଙ୍କୁ ଛୁରୀରେ ଆକ୍ରମଣ କରାଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନୂପୁର ଶର୍ମାଙ୍କ ପ୍ରଫେଟ ମହମ୍ମଦ ବିରୋଧି ମନ୍ତବ୍ୟକୁ ସମର୍ଥନ କରି ହତ୍ୟାକାଣ୍ଡ ଆଦି ଘଟିଛି । ଉଦୟପୁରରେ ଦରଜୀଙ୍କୁ ଗଳାକାଟି ନିର୍ମମ ହତ୍ୟା ଏବଂ ମହାରାଷ୍ଟ୍ରରେ ଔଷଧ ଦୋକାନୀ ହତ୍ୟା ଘଟଣା ଚାରିଆଡେ ଭୟ ସୃଷ୍ଟି କରିଥିଲା। ଏହାପରେ ବର୍ତ୍ତମାନ ବିହାରର ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

nupur sharma
ଆହତ ଯୁବକ ହେଉଛନ୍ତି ବିହାରର ଅଙ୍କିତ ଝା । ତାଙ୍କ ଅଭିଯୋଗ ଅନୁଯାୟୀ, "ସେ ରାସ୍ତାକଡ ଏକ ଠେଲା ଦୋକାନରେ ବସି ମୋବାଇଲରେ ନୂପୁର ଶର୍ମାଙ୍କ ଷ୍ଟାଟସ୍ ଦେଖୁଥିଲେ । ଏହି ସମୟରେ କିଛି ଲୋକେ ସେ ନୂପୁର ଶର୍ମାଙ୍କ ସମର୍ଥକ ବୋଲି ତାଙ୍କୁ ପଚାରିଥିଲେ । ଏନେଇ ଯୁବକ କହିଥିଲେ ଯେ, ସେ ହିନ୍ଦୁ ଏବଂ ନୂପୁର ଶର୍ମାଙ୍କୁ ସମର୍ଥନ କରୁଛନ୍ତି । ଏହାପରେ ସେହି ଲୋକମାନେ ହଠାତ୍ ଏକ ଛୁରୀରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ।''

ପରବର୍ତ୍ତୀ ସମୟରେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି । ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
A similar incident of attack has come to the fore in Sitamarhi, Bihar, after Udaipur in Rajasthan and Amravati in Maharashtra regarding Nupur Sharma case.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X