For Quick Alerts
For Daily Alerts
ବିହାରରେ ଏନଡିଏ : ମୋଦି ଲେଖିଲେ ସିରିଜ୍ ଟୁଇଟ୍
ସମସ୍ତ ଏକଜିଟ୍ ପୋଲକୁ ଭୁଲ ପ୍ରମାଣିତ କରି ରାତି ଅଧିରେ ବିହାରର ବିଶ୍ୱାସ ଜିତିଲା ଏନଡିଏ ।
ବିହାର : ସମସ୍ତ ଏକଜିଟ୍ ପୋଲ୍ ରିପୋର୍ଟକୁ ଭୁଲ୍ ପ୍ରମାଣିତ କରିଛି ବିହାର ବିଧାନସଭା ନିର୍ବାଚନ । ଏକଜିଟ୍ ପୋଲର ସର୍ଭେରେ ଆରଜେଡି-କଂଗ୍ରେସ-ବାମଦଳ ମହାମେଣ୍ଟକୁ ବିପୁଳ ଆସନ ମିଳିବ ବୋଲି ଆକଳନ କରାଯାଇଥିବା ବେଳେ ବାସ୍ତବରେ ଏହି ଅଙ୍କକୁ ଭୁଲ ପ୍ରମାଣିତ କରିଛି ବିହାର ନିର୍ବାଚନ । ଦିନ ତମାମର କଡା ମୁକାବିଲା ପରେ ଶେଷରେ ରାତି ଅଧରେ ସରକାର କରିବାକୁ ବାଜି ମାରି ନେଇଛି ଏନଡିଏ । ବିହାରର ଆସନ ସଂଖ୍ୟା 243 ରହିଥିବା ବେଳେ ମ୍ୟାଜିକ୍ ନମ୍ବର 122 ରହିଛି । ତେବେ ଏନଡିଏ ଏହି ମ୍ୟାଜିକ୍ ନମ୍ବରରୁ ମାତ୍ର ତିନୋଟି ଆସନ ଅଧିକ ପାଇଛି । ଏନଡିଏ 125ଟି ଆସନ ପାଇଥିବା ବେଳେ ମହାଗଠବନ୍ଧନ 110, ଏଲଜେପି ଗୋଟିଏ ଓ ଅନ୍ୟମାନେ 7ଟି ଆସନରେ ସନ୍ତୁଷ୍ଟ ହୋଇଛନ୍ତି ।
ଅପରପକ୍ଷରେ ବିହାରରେ ପୁଣି ନୀତିଶ ମୁଖ୍ୟମନ୍ତ୍ରୀ ରହିବେ ବୋଲି କୁହାଯାଉଛି । ଫଳାଫଳ ପୂର୍ବରୁ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରେ ରହିବେ ବୋଲି ବିଜେପି ରାଜ୍ୟ ସଭାପତି ଡ. ସଞ୍ଜୟ ଜୟସଓ୍ୱାଲ କହିଥିଲେ । ଦଳ ଯେତେ ଆସନ ଜିତୁ ନା କାହିଁକି ବିଧାନସଭା ଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ନୀତିଶଙ୍କ ନାଁ ରହିବ ବୋଲି ସେ କହିଥିଲେ । ତେବେ ନିର୍ବାଚନ ପ୍ରଚାର ସମୟରେ ଏହା ତାଙ୍କର ଶେଷ ନିର୍ବାଚନ ହେବ ବୋଲି ନୀତିଶ କହିଥିଲେ । ଯଦି ନୀତିଶ ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ଏଥର ସେ ଶେଷ ଥର ପାଇଁ ମୁଖ୍ୟମନ୍ତ୍ରୀ ରହିବେ ।
English summary
Bihar Election Results 2020 NDA Won
Story first published: Wednesday, November 11, 2020, 12:11 [IST]