Get Updates
Get notified of breaking news, exclusive insights, and must-see stories!

ବିହାରରେ ଏନଡିଏ : ମୋଦି ଲେଖିଲେ ସିରିଜ୍ ଟୁଇଟ୍

ସମସ୍ତ ଏକଜିଟ୍ ପୋଲକୁ ଭୁଲ ପ୍ରମାଣିତ କରି ରାତି ଅଧିରେ ବିହାରର ବିଶ୍ୱାସ ଜିତିଲା ଏନଡିଏ ।

ବିହାର : ସମସ୍ତ ଏକଜିଟ୍ ପୋଲ୍ ରିପୋର୍ଟକୁ ଭୁଲ୍ ପ୍ରମାଣିତ କରିଛି ବିହାର ବିଧାନସଭା ନିର୍ବାଚନ । ଏକଜିଟ୍ ପୋଲର ସର୍ଭେରେ ଆରଜେଡି-କଂଗ୍ରେସ-ବାମଦଳ ମହାମେଣ୍ଟକୁ ବିପୁଳ ଆସନ ମିଳିବ ବୋଲି ଆକଳନ କରାଯାଇଥିବା ବେଳେ ବାସ୍ତବରେ ଏହି ଅଙ୍କକୁ ଭୁଲ ପ୍ରମାଣିତ କରିଛି ବିହାର ନିର୍ବାଚନ । ଦିନ ତମାମର କଡା ମୁକାବିଲା ପରେ ଶେଷରେ ରାତି ଅଧରେ ସରକାର କରିବାକୁ ବାଜି ମାରି ନେଇଛି ଏନଡିଏ । ବିହାରର ଆସନ ସଂଖ୍ୟା 243 ରହିଥିବା ବେଳେ ମ୍ୟାଜିକ୍ ନମ୍ବର 122 ରହିଛି । ତେବେ ଏନଡିଏ ଏହି ମ୍ୟାଜିକ୍ ନମ୍ବରରୁ ମାତ୍ର ତିନୋଟି ଆସନ ଅଧିକ ପାଇଛି । ଏନଡିଏ 125ଟି ଆସନ ପାଇଥିବା ବେଳେ ମହାଗଠବନ୍ଧନ 110, ଏଲଜେପି ଗୋଟିଏ ଓ ଅନ୍ୟମାନେ 7ଟି ଆସନରେ ସନ୍ତୁଷ୍ଟ ହୋଇଛନ୍ତି ।

ବିହାର ନିର୍ବାଚନ 2020
କଡା ଟକ୍କରରେ ଏହି ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିହାର ଜନତା ବିକାଶକୁ ଲକ୍ଷ କରି ଭୋଟ୍ ଦେଇଥିବା ସେ କହିଛନ୍ତି । ବିବାହ ନିର୍ବାଚନର ବିଜୟ ପରେ ମୋଦୀ ପାଖାପାଖି 6ଟି ସିରିଜ୍ ଟୁଇଟ୍ କରିଥିଲେ । ବିହାରର ସମସ୍ତ ଲୋକ 'ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ'ର ମୂଳ ମନ୍ତ୍ର ଉପରେ ଭରଷା ଦେଖାଇଛନ୍ତି । ସେହିପରି ବିହାରର ମା'-ଭଉଣୀମାନେ ବିପୁଳ ସଂଖ୍ୟାରେ ଭୋଟ୍ ଦେଇଥିବାରୁ ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ମୋଦୀ ।
ଅପରପକ୍ଷରେ ବିହାରରେ ପୁଣି ନୀତିଶ ମୁଖ୍ୟମନ୍ତ୍ରୀ ରହିବେ ବୋଲି କୁହାଯାଉଛି । ଫଳାଫଳ ପୂର୍ବରୁ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରେ ରହିବେ ବୋଲି ବିଜେପି ରାଜ୍ୟ ସଭାପତି ଡ. ସଞ୍ଜୟ ଜୟସଓ୍ୱାଲ କହିଥିଲେ । ଦଳ ଯେତେ ଆସନ ଜିତୁ ନା କାହିଁକି ବିଧାନସଭା ଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ନୀତିଶଙ୍କ ନାଁ ରହିବ ବୋଲି ସେ କହିଥିଲେ । ତେବେ ନିର୍ବାଚନ ପ୍ରଚାର ସମୟରେ ଏହା ତାଙ୍କର ଶେଷ ନିର୍ବାଚନ ହେବ ବୋଲି ନୀତିଶ କହିଥିଲେ । ଯଦି ନୀତିଶ ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ଏଥର ସେ ଶେଷ ଥର ପାଇଁ ମୁଖ୍ୟମନ୍ତ୍ରୀ ରହିବେ ।
More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+