ବିହାର ନିର୍ବାଚନ : ଜଟିଳ ହେଉଛି ଅଙ୍କ, ଅଧରାତିରେ ନେଇପାରେ ନିର୍ଣ୍ଣାୟକ ମୋଡ

ବିହାରରେ ଜଟିଳ ହେଉଛି ଅଙ୍କ

ବିହାର : ସମୟ ଯେତିକି ବିତୁଛି ବିହାର ଭୋଟ ଗଣତିର ଅଙ୍କ ସେତିକି ଜଟିଳ ହେଉଛି । ଏବେ ବିହାରରେ 243 ଆସନରେ ଭୋଟ ଗଣତି ଚାଲିଥିବା ବେଳେ ଏନଡିଏ 119 ଓ ମହାମେଣ୍ଟ 116 ଆସନରେ ଆଗୁଆ ଅଛନ୍ତି । ସବୁଠାରୁ ବଡ କଥା ହେଉଛି କିଛି ସମୟ ବ୍ୟବଧାନରେ ମହାମେଣ୍ଟରର ପ୍ରତ୍ୟାବର୍ତ୍ତନ । ଅଧିକାଂଶ ସ୍ଥାନରେ ଏନଡିଏର ଆସନ କମୁଥିବା ବେଳେ ମହାମେଣ୍ଟର ଆସନ ବଢିଛି । ଆରମ୍ଭରୁ ଏନଡିଏ ଆଗରେ ରହିଥିଲା ହେଲେ ସମୟ ଗଡିବା ସହ ମହାମେଣ୍ଟର ପ୍ରତ୍ୟାବର୍ତ୍ତନ ଦେଖିବାକୁ ମିଳିଛି । 18ଟି ଆସନରେ ଏକ ହଜାରରୁ କମ୍ ଭୋଟ୍ ବ୍ୟବଧାନରେ ଲଢେଇ ହେଉଥିବା ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ମିଳିଛି।

ବିହାର ନିର୍ବାଚନ 2020

କୋଭିଡ୍ ନିୟମ ଅନୁସାରେ ଭୋଟ୍ ଗଣତି ହେଉଥିବାରୁ ନିର୍ବାଚନ ଫଳାଫଳ ଆସିବା ବିଳମ୍ବ ହୋଇପାରେ ବୋଲି ମୁଖ୍ୟ ନିର୍ବାଚନ ଆୟୋଗ କହିଛନ୍ତି ।
ଏଜାବତ୍ 4.11 କୋଟି ଭୋଟରୁ 2.7 କୋଟି ଭୋଟ୍ ଗଣନା ହୋଇ ସାରିଲାଣି । ଏଥିସହ ସମୁଦାୟ 7ହଜାର 737 ରାଉଣ୍ଡରୁ 4ହଜାର 858 ରାଉଣ୍ଡ ଭୋଟ ଗଣନା ଶେଷ ହୋଇ ସାରିଥିବା ନିର୍ବାଚୟ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ପାଖାପାଖି 119 ନିର୍ବାଚନ ମଣ୍ଡଳୀର ଅଧାରୁ ଅଧିକ ଆସନର ଭୋଟ୍ ଶେଷ ହୋଇ ସାରିଥିବା ଜଣାପଡିଛି । ସେହିପରି ଆରଜେଡିର ନେତା ତଥା ଲାଲୁଙ୍କ ପୁଅ ତେଜ ପ୍ରତାପ ଯାଦବ ନିର୍ବାଚନ ଜିତି ସାରିଥିବା ବେଳେ ତାଙ୍କ ଶଶୂର ଚନ୍ଦ୍ରୀକା ରାୟ ନିର୍ବାଚନାରେ ପରାସ୍ତ ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+