ମେଣ୍ଟ ପାଇଁ ମିଟିଂ : ସୀତାରାମ ୟେଚୁରୀଙ୍କ ପରେ କେଜ୍ରିୱାଲଙ୍କୁ ଭେଟିଲେ ବିହାର ସିଏମ ନୀତିଶ
ଦିଲ୍ଲୀ ଗସ୍ତରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ସୀତାରାମ ୟେଚୁରୀ ଓ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଲେ ନୀତିଶ ।
ନୂଆଦିଲ୍ଲୀ: ବିପକ୍ଷକୁ ଏକଜୁଟ କରି ମେଣ୍ଟ କରିବା ପାଇଁ ଲାଗିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ଆଜି ଦିଲ୍ଲୀରେ ବିଭିନ୍ନ ବିରୋଧୀ ଦଳ ନେତାଙ୍କୁ ଭେଟିଛନ୍ତି। ସେ ଲେପ୍ଟ ନେତା ସୀତାରାମ ୟେଚୁରୀଙ୍କୁ ଭେଟିଛନ୍ତି। 2024 ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ବିରୋଧୀଙ୍କୁ ଏକତ୍ର କରିବା ଉଦ୍ଦେଶ୍ୟରେ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟ ଭେଟିଛନ୍ତି।

ସୀତାରାମ ୟେରୁରୀଙ୍କୁ ଭେଟିବା ପରେ ନୀତିଶ କୁମାର କହିଛନ୍ତି, ଆମର ଦୁହିଁଙ୍କର ବହୁ ପୂର୍ବରୁ ସମ୍ପର୍କ ରହିଛି। ମୁଁ ଦିଲ୍ଲୀ ଗସ୍ତ ବେଳେ ୟାଚୁରୀଙ୍କୁ ଭେଟିଥାଏ। ସମଗ୍ର ଦେଶରେ ଲେଫ୍ଟ ପାର୍ଟିଗୁଡକ ସହ ମିଶିବା ପରେ ଆମକୁ ବଡ ସଫଳତା ମିଳିବ। ସମ୍ବିଧାନକୁ ମାନୁଥିବା ସୀତାରାମଙ୍କୁ ସାଥିରେ ନେଇ ଚଳିବାକୁ ଅଛି। ତେବେ ଏହି ସାକ୍ଷାତ ପରେ ୟେଚୁରୀ ଏନେଇ କହିଛନ୍ତି, ନୀତିଶଙ୍କ ଗସ୍ତ ସ୍ବାଗତର ବିଷୟ, ଦେଶରେ ବର୍ତ୍ତମାନ ସମୟର ଆହ୍ବାନ ସବୁ ଧର୍ମନିରପେକ୍ଷ ପାର୍ଟି ଏକ ସହ ଚାଲନ୍ତୁ। ବର୍ତ୍ତମାନ ସମ୍ବିଧାନର ଚରିତ୍ରକୁ ସୁରକ୍ଷା ଦେବାର ଅଛି। ସମସ୍ତ ବିରୋଧୀ ଦଳଙ୍କୁ ଏକତ୍ରିତ ହେବାକୁ ହେବ।

ବିହାର ମୁଖ୍ୟମନ୍ତ୍ରୀ ବିଜେପିକୁ ଟାର୍ଗେଟ କରି କହିଛନ୍ତି, ଯେଉଁଭଳି ଭାବେ ସରକାର ଚଳାଇବାକୁ ଆଜି ଚେଷ୍ଟା ଚାଲିଛି, ସେଥିରେ କେଉଁ କାମ ସଫଳ ହେଉଛି ଆପଣ ଦେଖନ୍ତୁ। ବିକାଶର କୌଣସି ବି ଯୋଜନା କାର୍ଯ୍ୟକାରୀ ହେଉଛି ତାହା ବି ଦେଖନ୍ତୁ।












Click it and Unblock the Notifications