ସାଂସଦ ଅପରାଜିତାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା; କହିଲେ ମୋଦିଙ୍କ ବିକଶିତ ଭାରତ ସ୍ବପ୍ନରେ ଭୁବନେଶ୍ବର ପ୍ରମୁଖ ସ୍ଥାନ ନେବ
'ଯୋ ଡରଗୟା, ୱ ମରଗୟା' । ପ୍ରାର୍ଥୀ ଘୋଷଣା ପରେ ସାଂସଦ ଅପରାଜିତାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା । ସ୍ବାଗତ ସମ୍ବର୍ଦ୍ଧନା ଅବସରରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ମନ୍ତବ୍ୟ । ବିଗତ ୫ ବର୍ଷ ହେଲା ନିଷ୍ଠାପର ଭାବେ ସମସ୍ତଙ୍କ ସେବା କରିଛି । ମୋଦିଙ୍କ ବିକଶିତ ଭାରତ ସ୍ବପ୍ନରେ ଭୁବନେଶ୍ବର ପ୍ରମୁଖ ସ୍ଥାନ ନେବ ।
ମୋଦିଙ୍କୁ ଆଣିବାକୁ ହେଲେ ଅପରାଜିତାଙ୍କୁ ଜିତାଇବାକୁ ପଡ଼ିବ ବୋଲି ସେ କହିଛନ୍ତି । ବିଜେଡି ପ୍ରାର୍ଥୀ ସଂପର୍କରେ ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ ଦେଲେ ଅପରାଜିତା । ବିଗତ କିଛି ଦିନ ହେବ ଜଣେ ମହିଳାଙ୍କୁ ପ୍ରାର୍ଥୀ କରାଯାଉଥିବା କୁହାଯାଉଥିଲା । ଏମିତିକି ସଂପୃକ୍ତ ମହିଳା ବି ଅଞ୍ଚଳରେ ବୁଲାବୁଲି ଆରମ୍ଭ କରିଥିଲେ ବୋଲି ସେ କହିଛନ୍ତି ।

ଏବେ ସଂପୃକ୍ତ ମହିଳାଙ୍କୁ ହଟାଇ ଆଉ ଜଣଙ୍କୁ ପ୍ରାର୍ଥୀ ନେଇ ଚର୍ଚ୍ଚା ହେଉଛି । ଜଣେ ମହିଳାଙ୍କୁ ହଟାଯାଇ ଆଉ ଜଣଙ୍କୁ ପ୍ରାର୍ଥୀ କରାଯିବା ଉଚିତ କି ବୋଲି ସେ ପ୍ରଶ୍ନ କରିଛନ୍ତି । ବିଜେଡି ଉଦ୍ଦେଶ୍ୟରେ ଚର୍ଚ୍ଚିତ ଗବର ସିଂ ଡାଏଲଗ୍ କହିଲେ ଅପରାଜିତା । ଯୋ ଡରଗୟା, ୱ ମରଗୟା' ବୋଲି କଟାକ୍ଷ କଲେ ଅପରାଜିତା ।












Click it and Unblock the Notifications