କଂଗ୍ରେସକୁ ବଡ଼ ଝଟକା: ଦଳ ଛାଡ଼ିଲେ ୨୭ରୁ ଅଧିକ ନେତା

କଂଗ୍ରେସକୁ ବଡ଼ ଝଟକା। ଦଳ ଛାଡିଲେ ଅନେକ କଂଗ୍ରେସ ନେତା । ଆଜି ଦଳର ପଦଯାତ୍ରା ପୂର୍ବରୁ ୨୭ରୁ ଅଧିକ କଂଗ୍ରେସ ନେତାମାନେ ଦଳ ଛାଡିଛନ୍ତି ।

ଭୁବନେଶ୍ୱର: କଂଗ୍ରେସକୁ ବଡ଼ ଝଟକା। ଦଳ ଛାଡିଲେ ଅନେକ କଂଗ୍ରେସ ନେତା । ଆଜି ଦଳର ପଦଯାତ୍ରା ପୂର୍ବରୁ ୨୭ରୁ ଅଧିକ କଂଗ୍ରେସ ନେତାମାନେ ଦଳ ଛାଡିଛନ୍ତି ।

Odisha Congress

ପୂର୍ବତନ ସାଂସଦ ରାଧାକାନ୍ତ ଦିଗଲ, ପୂର୍ବତନ ବିଧାୟକ ରବି ବେହେରା, ପିସିସିର ପୂର୍ବତନ ସମ୍ପାଦକ ତଥା ମୁଖପାତ୍ର ନିକୁଞ୍ଜ ପଶାୟତ, ପୂର୍ବତନ ମୁଖପାତ୍ର ଅଶୋକ ସାମଲ, ପିସିସିର ପୂର୍ବତନ ସାଧାରଣ ସମ୍ପାଦକ ବିଶ୍ୱଜିତ ଦାସ, ଜାତୀୟ ସଂଯୋଜକ ସୌମ୍ୟ ମିଶ୍ର , ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ସଞ୍ଜୟ ବାରିକ, ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ଅକ୍ଷୟ ମଲ୍ଲ, ଛାତ୍ର କଂଗ୍ରେସ ସମ୍ପାଦକ ପ୍ରବୀଣ ବୋଦଲା ପ୍ରମୁଖ କଂଗ୍ରେସ ଛାଡ଼ଛନ୍ତି ।

ଦଳ ଛାଡିଥିବା ଅନେକ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କ ସମର୍ଥକ । ମୋକିମଙ୍କୁ କଂଗ୍ରେସ ନୋଟିସ୍ କରିଥିବା ଘଟଣାକୁ ଏମାନେ ନିନ୍ଦା କରିଛନ୍ତି । ଏମାନେ ଅଭିଯୋଗ କରିଛନ୍ତି, ନିଜ ଭିତରେ ନିଜକୁ ଯୋଡି ପାରୁନି କଂଗ୍ରେସ । ଦଳୀୟ ସାଂଗଠନିକ ନେତା ଠିକ୍ ନାହାନ୍ତି ।

ଏମାନେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, କଂଗ୍ରେସ ଦଳ ନୀତି ଆଦର୍ଶରୁ ବିଚ୍ୟୁତ ହୋଇଛି । ବର୍ତ୍ତମାନର ପିସିସି ସଭାପତି ଶରତ ପଟ୍ଟନାୟକ କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଦ୍ୱାରା ପରିଚାଳିତ ହେଉଛନ୍ତି। ଶରତ ପଟ୍ଟନାୟକ ଦୀର୍ଘ ଦିନ ହେବ ସଂଗଠନ ସହିତ ସକ୍ରିୟ ଭାବେ ଜଡିତ ନ ଥିଲେ। ତେଣୁ ଏବେ ସେ ସଠିକ ଢଙ୍ଗରେ କାର୍ଯ୍ୟ କରି ପାରୁନାହାନ୍ତି ବୋଲି ପିସିସିର ପୂର୍ବତନ ମୁଖପାତ୍ର ଅଶୋକ ସାମଲ କହିଛନ୍ତି । ତେଣୁ ଦଳରେ ରହିବା ସମ୍ଭବ ହେଉନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+