Get Updates
Get notified of breaking news, exclusive insights, and must-see stories!

ରାହୁଲଙ୍କ ପାଇଁ ତାମିଲନାଡୁ ମହିଳା ଦେଲେ ବିବାହ ପ୍ରସ୍ତାବ

ପ୍ରିୟ ସ୍ଥାନ ତାମିଲନାଡୁରୁ ଆସିଛି ରାହୁଲଙ୍କ ପାଇଁ ପ୍ରସ୍ତାବ । ଏହି ଖବର ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।

ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧି ହେବେ କି କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ? ଏହି ଖବରକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। । ଏତେ ଦିନ ବ୍ୟାଚଲର ଜୀବନ ବିତାଇବା ପରେ ହାତ କୁ ଦୁଇ ହାତ ହେବେ କି କଂଗ୍ରେସର ପୂର୍ବତନ ସଭାପତି। ତେବେ ତାଙ୍କ ପ୍ରିୟ ସ୍ଥାନ ତାମିଲନାଡୁରୁ ଆସିଛି ରାହୁଲଙ୍କ ପାଇଁ ପ୍ରସ୍ତାବ । ଏହି ଖବର ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।

Rahul gandhi

ବର୍ତ୍ତମାନ ରାହୁଲଙ୍କ ନେତୃତ୍ୱରେ କଂଗ୍ରେସ 'ଭାରତ ଯୋଡୋ' ଯାତ୍ରା ଚାଲିଛି। ଏହି ଯାତ୍ରା ପ୍ରାୟ ଦେଢ଼ ଶହ ଦିନ ଧରି ଚାଲିବ। 12 ରାଜ୍ୟ ସମେତ 2 କେନ୍ଦ୍ର ଶାସିତ ଅଞ୍ଚଳ ବୁଲିବ ଏହି ଦଳ। ଦରଦାମ ବୃଦ୍ଧି, ବେରୋଜଗାରୀକୁ ବିରୋଧରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଆରମ୍ଭ କରିଛି ଭାରତ ଯୋଡ଼ ଯାତ୍ରା ଫଳରେ କଂଗ୍ରେସ ନେତା ରାହୁଲ ଲୋକଙ୍କ ନିକଟକୁ ଯାଇ ସେମାନଙ୍କ ଭଲ ମନ୍ଦ ପଚାରି ବୁଝୁଛନ୍ତି। ଏହି ଅବସରରେ ଶନିବାର ରାହୁଲ ତାମିଲନାଡୁରେ ପହଞ୍ଚିଥିଲେ। ସେଠାରେ ଜଣେ ମହିଳା ମନରେଗା କର୍ମୀଙ୍କୁ ଭେଟିଥିଲେ। ଏଠିକାର ମହିଳାମାନେ ରାହୁଲଙ୍କ ସହ ବିବାହ ବାବଦରେ କଥା ହୋଇଥିଲେ। ରାହୁଲଙ୍କୁ ଜଣେ ତାମିଲ ଝିଅ ସହିତ ବିବାହ କରାଇଦେବାକୁ ମହିଳାମାନେ ପ୍ରସ୍ତାବ ଦେଇଥିଲେ । ଏନେଇ କଂଗ୍ରସ ସାଂସଦ ଜୟରାମ ରମେଶ ସୂଚନା ଦେଇଛନ୍ତି।

ସେ ଟ୍ୱିଟ୍‌ କରି କହିଛନ୍ତି, 'ରାହୁଲ ଗାନ୍ଧୀ ଅପରାହ୍ନରେ ମାର୍ଥାଣ୍ଡାମରେ ମନରେଗା କର୍ମଚାରୀଙ୍କ ସହ କଥା ହେଉଥିଲେ। ଏହି ସମୟରେ ଜଣେ ମହିଳା କହିଥିଲେ ଯେ ସେ ଜାଣନ୍ତି ଯେ ରାହୁଲ ତାମିଲନାଡୁକୁ ଭଲ ପାଆନ୍ତି। ଜଣେ ତାମିଲ ଝିଅକୁ ବିବାହ କରିବା ପାଇଁ ସେମାନେ ପ୍ରସ୍ତୁତ ବୋଲି କହିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+