ଚାଷୀ ଆନ୍ଦୋଳନ ନେଇ ଆଭିମୁଖ୍ୟ ସ୍ପଷ୍ଟ କଲା ବିଜେଡି : 'ଏମଏସପି ଦୁଇଗୁଣା ବୃଦ୍ଧି ସହ ସ୍ୱାମୀନାଥନ କମିଟି ସୁପାରିଶକୁ ଲାଗୁ କରାଯାଉ'
ଆସନ୍ତାକାଲି ହେବାକୁ ଥିବା ଚାଷୀ ଆନ୍ଦୋଳନ ନେଇ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛି ବିଜେଡି ।
ଭୁବନେଶ୍ୱର : ଆସନ୍ତାକାଲି ହେବାକୁ ଥିବା ଚାଷୀ ଆନ୍ଦୋଳନ ନେଇ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛି ବିଜେଡି । ଏନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ଦଳର ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ଚାଷୀଙ୍କ ସହ ସବୁବେଳେ ବିଜେଡି ଛିଡା ହୋଇଛି । ଏବେ ରାଜରାସ୍ତାରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ପାଇଁ ସରକାରଙ୍କ ଚିନ୍ତା ରହିଛି ।

କେନ୍ଦ୍ର ସରକାର ଚାଷୀଙ୍କ ଦ୍ୱନ୍ଦ ଦୂର କରନ୍ତୁ ବୋଲି କହିଛନ୍ତି ସସ୍ମିତ । ଚାଷୀଙ୍କ ଦୁଇଗୁଣା ଏମଏସପି ମିଳିବା ସହ ସ୍ୱାମୀନାଥନ କମିଟି ସୁପାରିଶକୁ ଲାଗୁ କରିବା ପାଇଁ ଦାବି କରିଛି ବିଜେଡି । ଆସନ୍ତା 9 ତାରିଖରେ ହେବାକୁ ଥିବା କେନ୍ଦ୍ର ସରକାର ଓ ଚାଷୀଙ୍କ ମଧ୍ୟରେ ଆଲୋଚନାକୁ ଅପେକ୍ଷା କରାଯାଇଥିବା କହିଛନ୍ତି ସସ୍ମିତ ପାତ୍ର ।
ଏଠାରେ ସୂଚନାଥାଉକି, ନୂଆ ଚାଷୀ ଆଇନକୁ ବିରୋଧ କରି ସାରା ଦେଶରେ ଚାଷୀମାନଙ୍କ ମଧ୍ୟରେ ଆନ୍ଦୋଳନ ଜୋରଦାର୍ ହୋଇଛି । ଚାଷୀମାନେ ଆସନ୍ତା 8 ତାରିଖରେ ଭାରତ ବନ୍ଦ ଡାକରା ଦେଇଛି । ଓଡ଼ିଶାରେ କଂଗ୍ରେସ ଓ ଆପ୍ ଏହି ଆନ୍ଦୋଳନକୁ ସମର୍ଥନ କରୁଛି । ସେହିପରି ଚାଷୀ ଆନ୍ଦୋଳନକୁ ସମର୍ଥନ ନେଇ ମୁଖ୍ୟମନ୍ତ୍ରୀ ନିଷ୍ପତି ନେବେ ବୋଲି ସକାଳେ ବିଜେଡି ବିଧାୟକ ଦେବୀ ମିଶ୍ର କହିଥିଲେ ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications