ବ୍ରହ୍ମପୁର ଡେପୁଟି ମେୟର ନିର୍ବାଚନ: ଜାଣନ୍ତୁ, ବିଜେପି-ବିଜେଡିର ପ୍ରାର୍ଥୀଙ୍କ ବିଷୟରେ...
ବ୍ରହ୍ମପୁର ମହାନଗର ନିଗମ ଡେପୁଟି ମେୟର ନିର୍ବାଚନ ପାଇଁ ଚାଲିଛି ପ୍ରକ୍ରିୟା । ଇ. ବିବେକ୍ ରେଡ୍ଡି ହୋଇଛନ୍ତି ବିଜେଡିର ଡେପୁଟି ମେୟର ପ୍ରାର୍ଥୀ ।
ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ଡେପୁଟି ମେୟର ନିର୍ବାଚନ ପାଇଁ ଚାଲିଛି ପ୍ରକ୍ରିୟା । ଇ. ବିବେକ୍ ରେଡ୍ଡି ହୋଇଛନ୍ତି ବିଜେଡିର ଡେପୁଟି ମେୟର ପ୍ରାର୍ଥୀ । ବିବେକ ରେଡ୍ଡି ହେଉଛନ୍ତି ୪୨ ନମ୍ବର ଓ୍ୱାର୍ଡର କର୍ପୋରେଟର।

ସେହିପରି ବିଜେପି ପକ୍ଷରୁ ମଧ୍ୟ ଡେପୁଟି ମେୟର ପ୍ରାର୍ଥୀ ଘୋଷଣା କରାଯାଇଛି। ୨୧ ନମ୍ବର ୱାର୍ଡର କର୍ପୋରେଟର ଡି. କରୁଣାକର କର୍ପୋରେଟର ପ୍ରାର୍ଥୀ ହୋଇଛନ୍ତି। ବିବେକଙ୍କ ସହିତ ତାଙ୍କର ଲଢ଼େଇ ହେବ। ଏନେଇ ମତଦାନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି।
ଅପରାହ୍ନ ଗୋଟାଏ ପୂର୍ବରୁ ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଗୋଟାଏ ୩୦ରୁ ୩ଟା ୩୦ ଭିତରେ ନିର୍ବାଚନ ଶେଷ ହେବ ।
ସୂଚନାଯୋଗ୍ୟ, ବ୍ରହ୍ମପୁରରେ ୪୨ଟି ଓ୍ୱାର୍ଡ ମଧ୍ୟରୁ ୩୦ଟି ଓ୍ୱାର୍ଡରେ ବିଜେଡି କର୍ପୋରେଟର ଜିତିଥିଲେ। ଅବଶିଷ୍ଟ ୧୨ଟି ୱାର୍ଡରୁ ବିଜେପିର ୭ ଜଣ ସ୍ୱାଧୀନରୁ ୪ ଜଣ ଓ କଂଗ୍ରେସରୁ ଜଣେ କପୋର୍ଟରେଟର ଜିତିଥିଲେ।












Click it and Unblock the Notifications