Get Updates
Get notified of breaking news, exclusive insights, and must-see stories!

ନିର୍ବାଚନ ପୂର୍ବରୁ ହିଂସାକାଣ୍ତ :କଂଗ୍ରେସ କର୍ମକର୍ତ୍ତାଙ୍କର ହତ୍ୟା, TMC ନେତା ଗିରଫ

West Bengal Panchayat Election:ନିର୍ବାଚନ ପୂର୍ବରୁ ହିଂସାକାଣ୍ତ । ୮ ଜୁଲାଇରେ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେବା ପାଇଁ ଯାଉଛି ପଞ୍ଚାୟତ ନିର୍ବାଚନ । ନାମାଙ୍କନପତ୍ର ଦାଖଲ କରିବାର ପ୍ରଥମ ଦିନରେ ବିଭିନ୍ନ ସ୍ଥାନରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏହା ପରେ ମଧ୍ୟ କିଛି ରାଜନୈତିକ ଦଳ କର୍ମୀଙ୍କ ମଧ୍ୟରେ ସଂଘର୍ଷ ବନ୍ଦ ହେବାର ନା ହେଉ ନାହିଁ ।

West Bengal Panchayat Election

ଶନିବାର ଦିନ ମୁର୍ସିଦାବାଦରେ ଟିଏମସି, ସିପିଏମ୍ ଏବଂ କଂଗ୍ରେସ କର୍ମୀଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି । ପଞ୍ଚାୟତ ନିର୍ବାଚନ ସମୟରେ ମୁର୍ସିଦାବାଦର ଡୋମକାଲରେ କଂଗ୍ରେସ ଏବଂ ଏହାର ସହଯୋଗୀ ସିପିଏମ୍ କର୍ମୀମାନେ ଟିଏମସି କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିଲେ ।

ଏଠାରେ 45 ବର୍ଷୀୟ କଂଗ୍ରେସ କର୍ମୀ ଫୁଲଚାନ୍ଦ ଶେଖଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। କଂଗ୍ରେସ ଅଭିଯୋଗ କରିଛି ଯେ ଦଳର କର୍ମୀଙ୍କ ହତ୍ୟା ପଛରେ ଟିଏମସିର ହାତ ରହିଛି । ନାମାଙ୍କନପତ୍ର ଦାଖଲ କରିବାର ପ୍ରଥମ ଦିନରେ ଶେଖଙ୍କୁ ହତ୍ୟା କରାଯାଇଥିବାରୁ
ବିବାଦ ବଢିବାରେ ଲାଗିଛି ।

ଉତ୍ତେଜନା ମଧ୍ୟରେ ଡୋମକାଲର ସ୍ଥାନୀୟ ଟିଏମସି ନେତା ବଶିର ମଲ୍ଲିକଙ୍କ ନିକଟରୁ ଏକ ବନ୍ଧୁକ ଜବତ କରାଯିବା ସହ ତାଙ୍କୁ ଗରିଫ କରାଯାଇଛି । ରାଜ୍ୟ ନିର୍ବାଚନ ଆୟୋଗ ଏହି ପ୍ରସଙ୍ଗରେ ମୁର୍ସିଦାବାଦ ଜିଲ୍ଲା ପ୍ରଶାସନ ପକ୍ଷରୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି। ପୋଲିସ ଦେଇଥିବା ସୂଚନା ଅନୁସାରେ ଏହି ମାମଲାର ତଦନ୍ତ ଚାଲିଛି ଏବଂ ଦୁଇ ଜଣଙ୍କୁ ପଚରାଉଚରା କରାଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+