ଆସନ୍ତାକାଲି କଂଗ୍ରେସରେ ଯୋଗଦେବେ ବଳଭଦ୍ର ମାଝୀ

ଆସନ୍ତାକାଲି କଂଗ୍ରେସରେ ଯୋଗଦେବେ ବଳଭଦ୍ର ମାଝୀ ।ଭବାନୀପାଟଣାରେ କଂଗ୍ରେସ ମିଶ୍ରଣ ପର୍ବରେ ସାମିଲ ହେବେ ବଳଭଦ୍ର ମାଝୀ । ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସାମିଲ ହେବେ ବଳଭଦ୍ର ମାଝୀ ।

ଜାନୁଆରୀ ୮ ତାରିଖରେ ବିଜେଡିରୁ ଇସ୍ତଫା ଦେଇଥିଲେ ବଳଭଦ୍ର ମାଝୀ । ଦୁଇ ସପ୍ତାହ ତଳେ ବିଜେଡିରୁ ଇସ୍ତଫା ଦେଇଥିବା ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ ଆସନ୍ତାକାଲି କଂଗ୍ରେସରେ ମିଶିବେ ବୋଲି ସୂଚନା ମିଳିଛି । ଭବାନୀପାଟଣାରେ କଂଗ୍ରେସର ମିଶ୍ରଣ ପର୍ବରେ ସେ ସାମିଲ ହୋଇ ଦଳରେ ମିଶିବେ ।

ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଥିବା ଇସ୍ତଫା ପତ୍ରରେ ବଳଭଦ୍ର ମାଝୀ ଲେଖିଥିଲେ, ୧୯୯୭ରେ ଦଳ ଗଠନ ହେବା ପରଠାରୁ ଆପଣଙ୍କ ସହିତ କାମ କରିବାର ସୁଯୋଗ ଦେଇଥିବାରୁ ଆପଣଙ୍କୁ ବହୁତ ଧନ୍ୟବାଦ । କଂଗ୍ରେସର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେବେ ବୋଲି ଜଣାପଡ଼ିଛି ।

Balabhadra Majhi

ସେହିପରି ଆଜି କଟକ ବିଧାୟକ ମହମ୍ମଦ ମୋକିମ ଓ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳଙ୍କ ଉପରୁ ନିଲମ୍ବନ ଉଠାଯାଇଛି । ସେହିପରି ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ମଧ୍ୟ କଂଗ୍ରେସକୁ ଫେରିଛନ୍ତି । ପାଖାପାଖି ୬ମାସ ଧରି କଂଗ୍ରେସରୁ ନିଲମ୍ବିତ ହୋଇଥିଲେ ମଧ୍ୟ ସେମାନେ ଅନ୍ୟ କେଉଁ ଦଳରେ ମିଶିନଥିଲେ । ଗତ ସୋମବାର ଦିନ ୨ ହେଭିୱେଟ୍ ନେତା କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କୁ ଭେଟିଥିଲେ ।

ସୂଚନାଥାଉ ଯେ, ୧୫ ଜୁଲାଇ ୨୦୨୩ରେ ମହମ୍ମଦ ମୋକିମ ଓ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା । ସୂଚନା ଭବନରେ ଆୟୋଜିତ ଜାନକୀ ବସନ୍ତ ଯୋଡି ଓଡ଼ିଶା ରାଜନୀତିର ସୁବର୍ଣ୍ଣ ଯୁବ ଶୀର୍ଷକ ଆଲୋଚନାରେ ଯୋଗଦେଇ ଉଭୟ ଦଳ ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା । ଯେଉଁଥି ପାଇଁ ଏଆଇସିସି ଶୃଙ୍ଖଳା କମିଟି ଦୁହେଁଙ୍କୁ ନିଲମ୍ବନ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+