ତୃତାୟ ପର୍ଯ୍ୟାୟରେ ଓଡ଼ିଶାରେ ହାରାହାରି ୭୧% ଭୋଟିଂ
Odisha Lok Sabha Election: ଓଡ଼ିଶାରେ ଶେଷ ହୋଇଛି ତୃତୀୟ ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟରେ ପ୍ରାୟ ୭୧ ପ୍ରତିଶତ ମତଦାନ ହୋଇଛି । ଏନେଇ ସିଇଓଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି । ରାଜଧାନୀ ଭୁବନେଶ୍ୱରରେ ୬୦.୦୪ ପ୍ରତିଶତ ମତଦାନ ହୋଇଥିବା ନେଇ ରେକର୍ଡ ହୋଇଛି ।

ସେହିପରି ତୃତୀୟ ପର୍ଯ୍ୟାୟରେ ପୁରୀରେ ୭୨.୩୭%, ସମ୍ବଲପୁରରେ ୭୩.୩୧ ପ୍ରତିଶତ ମତଦାନ ହୋଇଛି । କଟକରେ ୬୫.୪୩ ପ୍ରତିଶତ, ଢେଙ୍କାନାଳରେ ୭୩.୬୯%, କେନ୍ଦୁଝରରେ ୭୧.୯୩ ପ୍ରତିଶତ ମତଦାନ ହୋଇଛି ।
ଶନିବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଯାଇଛି । ଇଭିଏମରେ ସିଲ ହୋଇଛି ବହୁ ହେଭିୱେଟଙ୍କ ଭାଗ୍ୟ । କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁର ଭଳି ୬ ସଂସଦୀୟ କ୍ଷେତ୍ର ଏବଂ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ସରିଛି ମତଦାନ।
ମୋଟ ୪୪୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ୯୪ ଲକ୍ଷ ୪୮ ହଜାର ଭୋଟର୍ । ସୂଚନାଥାଉ ଯେ, ଭୁବନେଶ୍ୱର (ମଧ୍ୟ)ରେ ୨୦୦ଟି ମତଦାନ କେନ୍ଦ୍ର ଥିବାବେଳେ ଭୁବନେଶ୍ୱର (ଉତ୍ତର)ରେ ୨୫୪, ଏକାମ୍ରରେ ୨୩୭ଟି ବୁଥ୍ ରହିଛି । ଭୁବନେଶ୍ୱର (ମଧ୍ୟ)ରେ ୨,୧୯,୧୭୧ ଜଣ, ଭୁବନେଶ୍ୱର (ଉତ୍ତର)ରେ ୨,୮୫,୭୪୦, ଏକାମ୍ରରେ ୨,୬୯,୧୯୪ ମତଦାତା ରହିଛନ୍ତି ।












Click it and Unblock the Notifications