ଆସିଲା ବିଧାୟକଙ୍କ ସମ୍ପତ୍ତି ତାଲିକା: ଦେଶର ସବୁଠୁ ଧନୀ ବିଧାୟକ କଂଗ୍ରେସ ଦଳର, ସବୁଠୁ ଗରିବ ବିଧାୟକ ବିଜେପି ଦଳର
ନୂଆଦିଲ୍ଲୀ: ଧନୀ ଓ ଗରିବ ବିଧାୟକଙ୍କ ତାଲିକା ପ୍ରକାଶ କଲା ଆସୋସିଏସନ୍ ଫର୍ ଡେମୋକ୍ରାଟିକ ରିଫର୍ମ (ADR) ଏବଂ ନ୍ୟାସନାଲ୍ ଇଲେକ୍ସନ୍ ୱାଚ୍ । ରିପୋର୍ଟ ଅନୁସାରେ ଦେଶରେ ସବୁଠୁ ଧନୀ ବିଧାୟକ କଂଗ୍ରେସ ଦଳର ହୋଇଥିବା ବେଳେ ଦେଶର ସବୁଠୁ ଗରିବ ବିଧାୟକ ବିଜେପି ଦଳର ରହିଛନ୍ତି ।
ବିଧାୟକଙ୍କ ମଧ୍ୟରେ ସବୁଠୁ ଧନୀ କର୍ଣ୍ଣାଟକର ଡିକେ ଶିବକୁମାର ହୋଇଛନ୍ତି । ଯିଏ କି କର୍ଣ୍ଣାଟକରୁ କଂଗ୍ରେସ ଦଳର ରହିଛନ୍ତି । ରିପୋର୍ଟ ଅନୁସାରେ, କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି ସଭାପତି ତଥା ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଶିବକୁମାରଙ୍କ ପାଖରେ ରହିଛି ୧୪୧୩ କୋଟିର ସମ୍ପତ୍ତି । ନିକଟରେ ଶେଷ ହୋଇଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟ ପଛରେ ଶିବକୁମାରଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା । କେବଳ ରାଜନୀତି ନୁହେଁ, ନିଜର ବିଶାଳ ବ୍ୟବସାୟିକ ସାମ୍ରାଜ୍ୟ ପାଇଁ ମଧ୍ୟ ଅନେକ ନାଁ କମାଇଛନ୍ତି ଡିକେ ଶିବୁକମାର ।

ସେହିଭଳି ଧନୀ ତାଲିକାର ଦ୍ବିତୀୟ ସ୍ଥାନରେ ରହିଛନ୍ତି ଜଣେ ସ୍ବାଧୀନ ବିଧାୟକ । ସେ ହେଉଛନ୍ତି କେଏଚ୍ ପୁଟ୍ଟାସ୍ବାମୀ । ତାଙ୍କର ମୋଟ ସମ୍ପତ୍ତି ପରିମାଣ ୧୨୬୭ କୋଟି ଟଙ୍କା । ସେହିଭଳି ତାଲିକାର ୩ୟ ସ୍ଥାନରେ ରହିଛନ୍ତି ବିଧାୟକ ପ୍ରିୟ କ୍ରିଷ୍ଣା । ତାଙ୍କର ମୋଟ ସମ୍ପତ୍ତି ମୂଲ୍ୟ ୧୧୫୬ କୋଟି ଟଙ୍କା । ଉଭୟ ପୁଟ୍ଟାସ୍ବାମୀ ଓ ପ୍ରିୟ କ୍ରିଷ୍ଣା ମଧ୍ୟ କର୍ଣ୍ଣାଟକର । ତେବେ ଶ୍ରେଷ୍ଠ କୋଡ଼ିଏ ଧନୀ ବିଧାୟକଙ୍କ ମଧ୍ୟରେ ୧୨ ଜଣ କର୍ଣ୍ଣାଟକ ବିଧାୟକ ରହିଛନ୍ତି । ତେବେ ଦେଶର ଶ୍ରେଷ୍ଠ ୧୦ ଧନୀ ବିଧାୟକଙ୍କ ମଧ୍ୟରେ କେବଳ କଂଗ୍ରେସର ୪ ଜଣ ରହିଥିବା ବେଳେ ଭାରତୀୟ ଜନତା ପାର୍ଟିରୁ ୩ ଜଣ ରହିଛନ୍ତି । ଅନ୍ୟ ୩ ବିଧାୟକ ଅନ୍ୟ ଦଳମାନଙ୍କର ।
ଦେଶର ସବୁଠାରୁ ଗରିବ ବିଧାୟକ କିଏ?
ଦେଶର ସବୁଠାରୁ ଗରିବ ବିଧାୟକ ହେଉଛନ୍ତି ପଶ୍ଚିମବଙ୍ଗର ଜଣେ ବିଜେପି ବିଧାୟକ । ବିଜେପି ବିଧାୟକ ନିର୍ମଳ କୁମାର ଧରାଙ୍କ ମୋଟ ସ୍ଥାବର ଅସ୍ଥାବାର ସମ୍ପତ୍ତି ହେଉଛି ମାତ୍ର ୧୭୦୦ ଟଙ୍କା ।
୨ୟ ଗରିବ ବିଧାୟକ ଓଡ଼ିଶାରୁ
ସେହିଭଳି ଓଡିଶାର ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲିଙ୍କ ମୋଟ ସମ୍ପତ୍ତି ପରିମାଣ ହେଉଛି ମାତ୍ର ୧୫ ହଜାର ଟଙ୍କା । ସେ ଗରିବ ବିଧାୟକ ତାଲିକାରେ ୨ୟ ସ୍ଥାନରେ ରହିଛନ୍ତି । ସେହିଭଳି ପଞ୍ଜାବର ଆପ୍ ବିଧାୟକ ନରିନ୍ଦର ପାଲ୍ ସିଂହଙ୍କ ସମ୍ପତ୍ତି ପରିମାଣ ୧୮,୩୭୦ ଟଙ୍କା ।
-
ବ୍ରିଟେନକୁ ସିଧାସଳଖ ଚେତାବନୀ ଦେଲା ଇରାନ, କହିଲା ଆମେରିକାକୁ ସାହାଯ୍ୟ କରିବା ପଡ଼ିବ ମହଙ୍ଗା -
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications