Get Updates
Get notified of breaking news, exclusive insights, and must-see stories!

ଖୋର୍ଦ୍ଧାରେ ଖେଳ କରିବେ କାଳୁ, ତ୍ରିମୁଖୀ ନା ଚତୁଃମୁଖୀ ଲଢେଇ ଦେଖିବ ଖୋର୍ଦ୍ଧା ?

Assembly Election: ସାରା ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ । ସୂର୍ଯ୍ୟଙ୍କ ପ୍ରକୋପକୁ ଫିକା ପକାଇଦେଉଛି ରାଜନୀତି ତାତି । ଘଡ଼ିକୁ ଘୋଡ଼ା ଛୁଟିଲା ଭଳି ରାଜ୍ୟ ରାଜନୀତିରେ ପ୍ରତିମୁହୂର୍ତ୍ତରେ ନୂଆ ନୂଆ ଘଟଣା ଘଟୁଛି । ଏଥି ମଧ୍ୟରେ ରାଜଧାନୀ ନିକଟ ଖୋର୍ଦ୍ଧା ଆସନକୁ ନେଇ ତେଜିଛି ରାଜନୀତି ।

ଖୋର୍ଦ୍ଧା ବିଜେପିରେ ଉଠିଛି କାଳୁ କମ୍ପନ । ବିଜେଡ଼ିରେ ଥିବା ପ୍ରଶାନ୍ତ ଜଗଦେବ ବିଜେପିରେ ମିଶିବା ପରେ ତାଙ୍କୁ ଦଳ ଖୋର୍ଦ୍ଧାରୁ ପ୍ରାର୍ଥୀ କରିଛି । ଏହାକୁ ସହଜରେ ହଜମ କରିପାରୁନାହାଁନ୍ତି କାଳୁଙ୍କ ସମର୍ଥକ । ଖୋର୍ଦ୍ଧା ବାଜେପିରେ ବେଶ୍ ମହତ୍ୱ ରଖୁଥିବା କାଳୁ ଖଣ୍ଡାୟତରାୟ ଏବେ ବିଜେପିରେ କମ୍ପନ ସୃଶ୍ଟି କରିଛନ୍ତି । ପ୍ରଶାନ୍ତଙ୍କୁ ଟିକେଟ୍ ମିଳିବା ପରେ ସେ ଅସନ୍ତୋଷ ପ୍ରକାଶ କରିବା ସହ ଗତକାଲି ଇସ୍ତଫା ଦେବା ଲାଗି ପାର୍ଟି ଅଫିସ୍ କୁ ଆସିଥିଲେ । କିନ୍ତୁ ଦଳ ତାଙ୍କ ଇସ୍ତଫା ଗ୍ରହଣ କରିନଥିବା ବେଳେ ବିଚାର କରିବାକୁ 48 ଘଣ୍ଟା ସମୟ ନେଇଛି ।

ଏପରିକି ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିଜେପି ପ୍ରାର୍ଥୀ କରିବା ପରେ ଶକ୍ତି ପ୍ରଦର୍ଶନ କରି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କୁ କଡ଼ା ସମାଲୋଚନା କରିଥିଲେ କାଳୁ । 2 କୋଟି ଟଙ୍କା ନଦେବାରୁ ଅପରାଜିତା ଟିକେଟ କାଟିଥିବା ନେଇ କାଳୁ ସଂଗୀନ ଅଭିଯୋଗ ଆଣିଥିଲେ । ଅପରାଜିତାଙ୍କୁ ଜଣେ ଲାଞ୍ଚୁଆ ନେତ୍ରୀ କହିବା ସହ ଏଥର ନିର୍ବାଚନ ଜିତିବା ତାଙ୍କ ପାଇଁ ସମ୍ଭବ ନୁହେଁ ବୋଲି କାଳୁ ଚେତାବନୀ ଦେଇଥିଲେ ।

Assembly Elections

ଯଦି ଦଳ ତାଙ୍କ ଟିକେଟ୍ କୁ ନେଇ ବିଚାର ନ କରେ, ତେବେ ସେ ସ୍ୱାଧୀନ ପ୍ରାର୍ଥୀ ହୋଇପାରନ୍ତି । ଯଦି ଏପରି ହୁଏ, ତେବେ ଖୋର୍ଦ୍ଧା ଆସନରେ ଲଢେଇ ଜୋରଦାର ହେବ । ବିଜେପି ଯଦି ପ୍ରଶାନ୍ତଙ୍କ ଟିକେଟ୍ ରଖେ ତେବେ ଖୋର୍ଦ୍ଧାରେ ଚାରି ପ୍ରତିଦ୍ୱନ୍ଦୀଙ୍କ ମଧ୍ୟରେ ଜୋରଦାର ଲଢେଇ ହୋଇପାରେ ବୋଲି ଆକଳନ କରାଯାଉଛି ।

ବିଜେଡ଼ି ଖୋର୍ଦ୍ଧା ଆସନରେ ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁଙ୍କୁ ପ୍ରାର୍ଥୀ କରିଛି । ସେ ଗତ 2009 ନିର୍ବାଚନରେ ସ୍ୱାଧିନ ଏବଂ 2014 ନିର୍ବାଚନରେ ବିଜେଡ଼ି ବିଧାୟକ ଭାବେ ଖୋର୍ଦ୍ଧା ଆସନରୁ ନିର୍ବାଚିତ ହୋଇଥିଲେ । ହେଲେ ଗତ 2019 ନିର୍ବାଚନରେ ରାଜେନ୍ଦ୍ର କୁମାର ସାହୁ ବେଗୁନିଆ ଆସନରୁ ନିର୍ବାଚିତ ହୋଇଥିଲେ । ଏଥର ସେ ଖୋର୍ଦ୍ଧା ଆସନରୁ ବିଜେଡ଼ି ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ । ତାଙ୍କର ନିଜର ଭଲ ସଙ୍ଗଠନ ଥିବା ସହ ସେ ବିଜେପିକୁ କଡ଼ା ଟକ୍କର ଦେବାକୁ ସମର୍ଥ ବୋଲି ଚର୍ଚ୍ଚା ହେଉଛି । ସେହିପରି କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି ସୋନାଲି ସାହୁ । ସେ ମଧ୍ୟ ବିଜେପିର ଜଣେ ଭଲ ସଙ୍ଗଠକ ଥିଲେ । କିନ୍ତୁ ସେ କଂଗ୍ରେସରେ ସାମିଲ ହେବା ପରେ ଦଳ ତାଙ୍କୁ ଟିକେଟ୍ ଦେଇଛି । ସେ ମଧ୍ୟ ଏହି ଲଢେଇରେ ଭଲ ଟକ୍କର ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ଅପରପକ୍ଷରେ ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କୁ ନେଇ ଦେଖାଦେଇଛି ଝଡ଼ । ନିର୍ବାଚନ ମଣ୍ଡଳୀରେ କାଳୁ ଖଣ୍ଡାୟତଙ୍କ ସମର୍ଥକ ଏହାକୁ ବିରୋଧ କରିବା ସହ ବିଜେପିରୁ ସାମୁହିକ ଇସ୍ତଫା ଦେବାକୁ ଚେତାବନୀ ଦେଇଛନ୍ତି ।

ଅପରପକ୍ଷରେ ବିଜେପିର ଆଶାୟୀ ପ୍ରାର୍ଥୀ କାଳୁ ଖଣ୍ଡାୟତଙ୍କ ଖୋର୍ଦ୍ଧା ଆସନରେ ଭଲ ଭୋଟ୍ ରହିଛି । ଗତ 2019 ନିର୍ବାଚନରେ ସେ 74 ହଜାର ଭୋଟ୍ ପାଇଥିଲେ । ସେ ଯଦି ସ୍ୱାଧୀନ ପ୍ରାର୍ଥୀ ହେବେ, ତେବେ ବିଜେପି ପାଇଁ ଏହା ବଡ଼ ସମସ୍ୟା ହୋଇପାରେ ।
ଦଳ ତାଙ୍କ ଉପରେ ବିଚାର କରିବାକୁ 48 ଘଣ୍ଟା ସମୟ ନେଇଛି । ଏହି 48 ଘଣ୍ଟା ମଧ୍ୟରେ ସ୍ପଷ୍ଟ ହୋଇଯିବ, ସେ ବିଜେପିରେ ରହିବେ ନା ସ୍ୱାଧୀନ ପ୍ରାର୍ଥୀ ହୋଇ ଲଢେଇକୁ ଆହୁରି ରୋଚକ କରିବେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+